ୱାକଫ୍‌ ବିଲ୍‌କୁ ନେଇ ପୂରା ଦେଶରେ ମୁସଲିମ୍‌ମାନେ ଚିନ୍ତାରେ ଅଛନ୍ତି: ବିଜେଡି

Advertisment

ରାଜ୍ୟସଭାରେ ୱକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ୱକଫ୍  ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। 

ରାଜ୍ୟସଭାରେ ୱକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ୱକଫ୍  ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। 

BJD MP Muna Khan

BJD MP Muna Khan Photograph: (sambad.in)

ନୂଆଦିଲ୍ଲୀ/ଭୁବନେଶ୍ବର: ରାଜ୍ୟସଭାରେ ୱାକଫ୍ ବିଲ୍ ଆଲୋଚନା ବେଳେ ବିଜେଡି ଏହାକୁ ବିରୋଧ କରିଛି। ଆଲୋଚନାରେ ଭାଗ ନେଇ ସାଂସଦ ମୁନା ଖାନ୍ ଏହାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ୱକଫ୍ ସମ୍ପତ୍ତି ସୁରକ୍ଷିତ ରହିବା ନେଇ ପ୍ରଥମେ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ। 

ରାଜ୍ୟସଭା ସାଂସଦ ମୁନା ଖାନ୍ କହିଛନ୍ତି, ଏହି ବିଲ୍‌କୁ ବିଜେଡି ତରଫରୁ ବିରୋଧ କରୁଛି। ପୂର୍ବରୁ ଯେଉଁମାନଙ୍କ ପାଖରେ ବହୁତ ଜମି ଥିଲା, ସେମାନେ ଏହାକୁ ଦାନସୂତ୍ରରେ ଦେଇଥିଲେ। ଏହି ଜମିରେ କିଛି ଭଲ କାମ କରାଯିବାର ଲକ୍ଷ୍ୟ ଥିଲା। ଅର୍ଥାତ, ଏହି ଜମି ଉପରେ କିଛି ବିକାଶମୂଳକ କାମ କରାଯିବ। କିଛି ହସ୍ପିଟାଲ, ମଦ୍ରାସା, ମସ୍‌ଜିଦ, କବ୍ରସ୍ଥାନ ସମସ୍ୟା ଥିଲେ କବ୍ରସ୍ଥାନ ନିର୍ମାଣ କରାଯିବାର ଥିଲା। ଏହି ବିଲ୍‌ରେ କ’ଣ ଲେଖାଯାଇଛି, ସେ ବିଷୟରେ କହିବାକୁ ଚାହୁଁନାହିଁ। କିନ୍ତୁ ପ୍ରତି ରାଜ୍ୟରେ ଥିବା ୱାକଫ୍ ବୋର୍ଡକୁ ସଂଖ୍ୟାଲଘୁ ମୁସଲମାନମାନେ ପରିଚାଳନା କରୁଛନ୍ତି। ସ୍ଥାନରେ ବିଭ୍ରାଟ ଦେଖାଯାଇଛି। କିଛି ସ୍ଥାନରେ ଜମି ହଡ଼ପ କରାଯାଉଛି। ଏହି ବିଭ୍ରାଟର ସମାଧାନ କରାଯିବାର ଆବଶ୍ୟକତା ଅଛି। 

ପ୍ରଭୁ ଜଗନ୍ନାଥଙ୍କୁ ସବୁଧର୍ମର ଲୋକେ ଭକ୍ତି କରନ୍ତି। ମୁସଲମାନମାନେ ମଧ୍ୟ। ସାଳବେଗ ଥିଲେ ଜଣେ ମୁସଲିମ ଭକ୍ତ। କିନ୍ତୁ ସେ ଥି‌ଲେ ମହାପ୍ରଭୁଙ୍କର ପରମ ଭକ୍ତ। ପୁରୀ ରଥଯାତ୍ରା ହେଉଛି ବିଶ୍ବର ବହୁତ ବଡ଼ ଯାତ୍ରା। ଏଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥାନ୍ତି।

-ମୁନା ଖାନ୍‌, ବିଜେଡିର ରାଜ୍ୟସଭା ସାଂସଦ

ବିଜେଡି ନେତା ଶ୍ରୀ ଖାନ୍ କହିଛନ୍ତି, ଏହି ବିଲ୍କୁ ନେଇ ପୂରା ଦେଶରେ ମୁସଲିମ୍‌ମାନେ ଚିନ୍ତାରେ ଅଛନ୍ତି। ଆମର ଆଭ୍ୟନ୍ତରୀଣ ମାମଲାରେ ସରକାର ହସ୍ତକ୍ଷେପ କରୁଛି ବୋଲି ଲୋକେ ଆଲୋଚନା କରୁଛନ୍ତି। ସେଥି ପାଇଁ ଅନେକ ସ୍ଥାନରେ ଧାରଣା ଦିଆଯାଉଛି ଓ ଆନ୍ଦୋଳନ କରାଯାଉଛି। ବର୍ଷ ୨୦୧୪ରେ ମୋଦୀ ଯେତେବେଳେ କ୍ଷମତାକୁ ଆସିଥିଲେ, ସବ୍‌କା ସାଥ, ସବ୍‌କା ବିଶ୍ବାସ ଓ ସବ୍‌କା ବିକାଶ କହିଥିଲେ। କିନ୍ତୁ ଏବେ ସେହି ନୀତି ପାଳନ କରାଯାଉ ନାହିଁ। ସରକାର ମୁସଲମାନଙ୍କ ପ୍ରତି ଭେଦଭାବ କରୁଛନ୍ତି। କୌଣସି ଧର୍ମ ଉପରେ ଅନ୍ୟ କେହି ହସ୍ତକ୍ଷେପ ନକରିବା ପାଇଁ ବାବା ସାହେବ ଆମ୍ବେଦକର କହିଥିଲେ। 

ଓଡ଼ିଶାର ଏକ ଛୋଟ ଗାଁରୁ ମୁଁ ଆସିଛି। ଆମ ଗାଁରେ କେବଳ ଆମ ପରିବାର ହିଁ ମୁସଲିମ। କିନ୍ତୁ ଅନ୍ୟ ପରିବାର ହିନ୍ଦୁ ଧର୍ମର ଅଛନ୍ତି। ହିନ୍ଦୁ ଧର୍ମର ପର୍ବପର୍ବାଣୀରେ ଆମ ପରିବାରର ଲୋକେ ମଧ୍ୟ ସାମିଲ ହୋଇଥାନ୍ତି। ପ୍ରଭୁ ଜଗନ୍ନାଥଙ୍କୁ ସବୁଧର୍ମର ଲୋକେ ଭକ୍ତି କରନ୍ତି। ମୁସଲମାନମାନେ ମଧ୍ୟ। ସାଳବେଗ ଥିଲେ ଜଣେ ମୁସଲିମ ଭକ୍ତ। କିନ୍ତୁ ସେ ଥି‌ଲେ ମହାପ୍ରଭୁଙ୍କର ପରମ ଭକ୍ତ। ପୁରୀ ରଥଯାତ୍ରା ହେଉଛି ବିଶ୍ବର ବହୁତ ବଡ଼ ଯାତ୍ରା। ଏଥିରେ ଲକ୍ଷାଧିକ ଲୋକ ସାମିଲ ହୋଇଥାନ୍ତି। ପ୍ରଭୁ ଜଗନ୍ନାଥ ନିଜର ଭକ୍ତଙ୍କୁ ଭେଟିବା ପାଇଁ ରଥଯାତ୍ରା ସମୟରେ ଅଧରାସ୍ତାରେ ଅଟକି ଯାଇଥାନ୍ତି। ବଡ଼ଦାଣ୍ଡରେ ମହାପ୍ରଭୁଙ୍କୁ ସବୁଧର୍ମର ଲୋକେ ଦର୍ଶନ କରିଥାନ୍ତି। ପୁରୀ ରଥଯାତ୍ରା ହେଉଛି ଭାଇଚାରର ବଡ଼ ଉଦାହାରଣ। ଓଡ଼ିଶାରେ ଯାହା ହେଉଛି, ଭାରତରେ କାହିଁକି ହୋଇପାରିବ ନାହିଁ।

ରାଜ୍ୟସଭାରେ ଶ୍ରୀ ଖାନ ସବୁଧର୍ମକୁ ସମ୍ମାନ ଦିଆଯିବାର ଉଚିତ ବୋଲି କହିଛନ୍ତି। ପୂଜା କରିବା ପାଇଁ ସ୍ବତନ୍ତ୍ର ସ୍ଥାନ ନଥିବାରୁ ରାସ୍ତାକଡ଼ରେ ପୂଜା କରାଯାଇଥାଏ। କିନ୍ତୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି ଯେ, ନମାଜ ପାଠ ବେଳେ ଗୋଇଠା ମରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ମାଣିକଗଡ଼ କଥା ଉଠାଇଛନ୍ତି। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ମହାପ୍ରଭୁଙ୍କ ରଥଯାତ୍ରା ସମୟରେ ଛେରାପହଁରା କରିଥାନ୍ତି। ସେହି ବ୍ୟକ୍ତି ରଥ ଉପରେ ଛେରାପହଁରା କଲା ପରେ ରଥ ଆଗକୁ ବଢ଼ିଥାଏ। ଏହି ବିଲ୍ ଗୃହୀତ ହେଲା ପରେ ଏହି ଜମିକୁ ସୁରକ୍ଷିତ ରଖିବା ପାଇଁ ସରକାର ପ୍ରଥମେ ସୁନିଶ୍ଚିତ କରନ୍ତୁ। ଏହି ବିଲ୍‌ ଅନ୍ୟ କାହାକୁ ଦିଆଯିବ ନାହିଁ। ଏହା ମୁସଲମାନଙ୍କ ପାଖରେ ରହିବ। 

BJD 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe