ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି: ନବୀନ ପଟ୍ଟନାୟକ

Advertisment

ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି।

Updated On

ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି।

ଅଦ୍ୟତନ ହୋଇଛି
Naveen Pattnaik and VK Pandian

Naveen Pattnaik and VK Pandian Photograph: (sambad.in)

ଭୁବନେଶ୍ବର: ଓଡ଼ିଶା ସରକାରରେ ପୂର୍ବତନ ୫ଟି ଅଧ୍ୟକ୍ଷ ତଥା ବି‌ଜେଡିରୁ ଇସ୍ତଫା ଦେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍‌ଙ୍କ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସନ୍ଧ୍ୟାରେ ମୁହଁ ଖୋଲିଛନ୍ତି। ନବୀନ ନିବାସରେ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଭି କେ ପାଣ୍ଡିଆନ୍‌ ଉଭୟ ରାଜ୍ୟ ଓ ଦଳ ପାଇଁ ଭଲ କାମ କରିଛନ୍ତି। ସେ ଗତ ୧୦ ମାସ ହେଲା ବିଜେଡିରୁ ଇସ୍ତଫା ଦେଇସାରଛନ୍ତି। ବର୍ତ୍ତମାନ ସମୟରେ ବିଜେଡିର କୌଣସି କାର୍ଯ୍ୟରେ ସଂଶ୍ଲିଷ୍ଟ ନାହାନ୍ତି।  

ଶ୍ରୀ ପଟ୍ଟନାୟକ ପୁଣି ଥରେ ପାଣ୍ଡିଆନଙ୍କ ସମର୍ଥନରେ ବାହାରି ଗୁରୁତ୍ବପୂର୍ଣ୍ଣ ପ୍ରତିକ୍ରିୟା ଦେଇଛନ୍ତି। ପାଣ୍ଡିଆନଙ୍କୁ ଆକ୍ରମଣ କରୁଥିବା ନେତାଙ୍କୁ କଡ଼ା ଜବାବ ଦେଇଛନ୍ତି। ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଛନ୍ତି।ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି। 

ପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ। ‘ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି। ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି। 

-ନବୀନ ପଟ୍ଟନାୟକ, ବିଜେଡି ସୁପ୍ରିମୋ

ୱାକଫ୍‌ ବିଲ୍‌ ଆଇନ୍‌ରେ ପରିଣତ ହେଲା ପରେ ଏହାକୁ ସମର୍ଥନ କରିବା ନକରିବା ନେଇ ବିଜେଡି ନେତାଙ୍କ ମନରେ ଅସନ୍ତୋଷର ନିଆଁ କୁହୁଳୁଛି। ଓ୍ବାକଫ୍ ସଂଶୋଧନ ବିଲ୍ ସପକ୍ଷରେ ମତଦାନକୁ ନେଇ ଆରମ୍ଭ ହୋଇଥିବା ମତଭେଦ ଏବେ ବଡ ଆକାର ନେଲାଣି। ମଙ୍ଗଳବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳର ନେତାଙ୍କୁ କୌଣସି ବୟାନ ନଦେବାକୁ ପରାମର୍ଶ ଦେଇଥିଲେ। ହେଲେ ଆଜି ପୂର୍ବାହ୍‌ଣରେ ବିଜେଡି ନେତାମାନେ ଅଲଗା ଅଲଗା ଜାଗାରେ ମେଳି କରିଥିଲେ। କିଛି ନେତା ଏକ ଘରୋଇ ହୋଟେଲରେ ବସି ଆଲୋଚନା କରିଛନ୍ତି ତ ଆଉ କିଛି ପ୍ରତାପ ଦେବଙ୍କ ବାସଭବନରେ ବୈଠକ କରିଥିଲେ। ସେପଟେ ଓଡିଆ ଅସ୍ମିତା ନାଁ ନେଇ ଦଳର କିଛି ନେତାଙ୍କୁ ଟାର୍ଗେଟ୍ କରିଥିଲେ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ।  

ଓ୍ବାକଫ୍ ଭୋଟକୁ ନେଇ ବିଜେଡିରେ ଖୋଲାଖୋଲି ଅସନ୍ତୋଷ ଦେଖାଯାଇଛି। ଜୋରଦାର ବୟାନବାଜି ମଧ୍ୟରେ ବୁଧବାର ମାରାଥନ୍ ବୈଠକ ବସିଥିଲା। ପଟିଆର ଏକ ଘରୋଇ ହୋଟେଲରେ ଦଳର ବରିଷ୍ଠ ନେତା ଏକାଠି ହୋଇଥିଲେ। ପୂର୍ବତନ ମନ୍ତ୍ରୀ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ, ପ୍ରଭାତ ତ୍ରିପାଠୀ ଓ ଭୂପିନ୍ଦର ସିଂହ ପ୍ରମୁଖ ବୈଠକରେ ସାମିଲ ହୋଇଥିଲେ। 

BJD | Naveen Pattnaik | VK Pandian 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe