ବିଶ୍ବ ଦରବାରରେ ଓଡ଼ିଶା କଳଙ୍କିତ ହୋଇଛି: ବିଜେଡି

ଜଗତସିଂହପୁରରେ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ଉପରେ ବର୍ଷିଛି ବିଜୁ ଜନତା ଦଳ। ରାଜ୍ୟରେ ମହିଳାଙ୍କ ଉପରେ ଅପରାଧ ବଢିଚାଲି ଥିବା ବେଳେ ଅନ୍ୟପଟେ ବିଜେପି ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି।

BJD

ଭୁବନେଶ୍ବର: ଜଗତସିଂହପୁରରେ ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ଉପରେ ବର୍ଷିଛି ବିଜୁ ଜନତା ଦଳ। ରାଜ୍ୟରେ ମହିଳାଙ୍କ ଉପରେ ଅପରାଧ ବଢିଚାଲି ଥିବା ବେଳେ ଅନ୍ୟପଟେ ବିଜେପି ଅପରାଧୀଙ୍କୁ ଘଣ୍ଟ ଘୋଡ଼ାଉଛି। ଏହାସହ ଅପରାଧ ଘଟାଇବା ପାଇଁ ରାଜ୍ୟ ସରକାର ଅପରାଧୀଙ୍କୁ ବାରମ୍ବାର ସୁଯୋଗ ଦେଉଥିବା ବିଜେଡି ଅଭିଯୋଗ କରିଛି। 

ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ନେତୃତ୍ୱରେ ବିଜେଡ଼ି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଜଗତସିଂହପୁରକୁ ଯାଇ ପୀଡ଼ିତାଙ୍କୁ ଭେଟିଛନ୍ତି। ପୁଲିସ ବିଭାଗ ଉପରେ ମାତ୍ରାଧିକ ରାଜନୈତିକ ହସ୍ତକ୍ଷେପ ହେଉଥିବାରୁ ପୁଲିସ ପ୍ରଶାସନ ନିଜ ଦାୟିତ୍ୱ ତୁଲାଇପାରୁନଥିବା ବିଜେଡି କହିଛି। 


ପୁରୀ ଜିଲ୍ଲା ବଳଙ୍ଗା ଘଟଣାରେ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନାହିଁ। ରାଜ୍ୟ ସରକାର ନିଦରେ ଶୋଇଥିବା କହିଛି ବିଜେଡି। ରାଜ୍ୟରେ ମହିଳାଙ୍କ ଉପରେ ଅପରାଧ ବଢିଚାଲିଛି। ଅପରାଧୀଙ୍କୁ ଘଣ୍ଟ ଘୋଡାଉଛି ବିଜେପି। 

ବିଜେଡି ନେତ୍ରୀ ସୁଲୋଚନା ଦାସ କହିଛନ୍ତି, ପୁଲିସ ବିଭାଗରେ ରାଜନୈତିକ ହସ୍ତକ୍ଷେପ ହେଉଛି। ନିଦରେ ଶୋଇଛନ୍ତି ରାଜ୍ୟ ସରକାର। ବଳଙ୍ଗା ଘଟଣାରେ କାହାରିକୁ ଗିରଫ କରିପାରୁନି ପୁଲିସ। ବିଶ୍ବ ଦରବାରରେ ଓଡ଼ିଶା କଳଙ୍କିତ ହୋଇଛି। 

Jagatsinghpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe