ବାଲେଶ୍ଵର ପୀଡ଼ିତାଙ୍କ ଭଳି ବଳଙ୍ଗା ନାବାଳିକାଙ୍କୁ ଚିକିତ୍ସା କରାଯିବନି ତ?

ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଯାଇ ପାରିଲେ ନାହିଁ ବୋଲି ପୁଲିସ କମିସନରଙ୍କୁ ବାଧିଗଲା। ବଳଙ୍ଗା ପୀଡ଼ିତାଙ୍କୁ ଜାଳି ଥିବା ସେହି ୩ ଦୋଷୀଙ୍କୁ ଆଜି ପର୍ଯ୍ୟନ୍ତ ଧରି ପାରିଲେ ନାହିଁ।

New Project (24)

ଭୁବନେଶ୍ବର: ଏମ୍‌ସ ଭୁବନେଶ୍ବରରେ ଗତକାଲି ରାତିରେ ଧାରା ୧୬୩ ନେଇ ରାଜ୍ୟ ସରକାରଙ୍କୁ ବିଜୁ ଜନତା ଦଳ (ବିଜେଡି) ପ୍ରଶ୍ନ କରିଛି। ହସ୍ପିଟାଲ ଯଦି ସାଇଲେନ୍ସ ଜୋନ୍‌ ତେବେ ଶାସକ ଦଳ ନେତାଙ୍କୁ ଯିବା ପାଇଁ ପୁଲିସ କାହିଁକି ଅନୁମତି ଦେଇଥିଲା ବୋଲି କହିଛନ୍ତି। ନିୟମ ସମସ୍ତଙ୍କ ପାଇଁ ସମାନ କରନ୍ତୁ ବୋଲି କହିଛି। 

ଏମ୍‌ସ କୌଣସି ରାଜନୈତିକ ଆଖଡ଼ା ସ୍ଥଳୀ ନୁହେଁ। ବିରୋଧୀ ଦଳ ଭାବେ ରାଜନୈତିକ ଭାବନା ଉପସ୍ଥାପନା କରିବା ପାଇଁ ଭୟ ଲାଗୁଛି। ବାଲେଶ୍ଵର ପୀଡ଼ିତାଙ୍କ ଭଳି ବଳଙ୍ଗା ନବାଳିକାଙ୍କୁ ଚିକିତ୍ସା କରାଯିବନି ତ? ସେଥିପାଇଁ ଭୟ ଥିଲା। ରୋଗୀଙ୍କ ନାଁରେ ପୁଲିସ କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଲା। ଯଦି ଛାଡ଼ିବେ ସବୁ ଦଳର ଜନ ପ୍ରତିନିଧିଙ୍କୁ ଛାଡ଼ନ୍ତୁ। ପୁଲିସର ଗେରୁଆକରଣ ହୋଇଗଲାଣି। ଧାରା ୧୬୩ କାହିଁକି ଏମ୍ସରେ ଲଗାଗଲା? କିଛି ଶାସକ ଦଳର ଲୋକ ଯିବେ, କେବଳ ଶାସକ ଦଳ ବିଧାୟକମାନେ ଯିବେ। ବିରୋଧୀ ଦଳ ନେତା କଣ ପୀଡ଼ିତାଙ୍କୁ ଭେଟିବାକୁ ଯାଇପାରିବେ ନାହିଁ କି ?

-ଲେନିନ ମହାନ୍ତି, ବିଜେଡ଼ି ମୁଖପାତ୍ର

ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଯାଇ ପାରିଲେ ନାହିଁ ବୋଲି ପୁଲିସ କମିସନରଙ୍କୁ ବାଧିଗଲା। ବଳଙ୍ଗା ପୀଡ଼ିତାଙ୍କୁ ଜାଳି ଥିବା ସେହି ୩ ଦୋଷୀଙ୍କୁ ଆଜି ପର୍ଯ୍ୟନ୍ତ ଧରି ପାରିଲେ ନାହିଁ। କେବଳ ନାଟକ କରୁଛନ୍ତି। ରେଭେନ୍ସା ବିଶ୍ଵବିଦ୍ୟାଳୟରେ ନିର୍ଦ୍ଦେଶନାମା ଜାରି ହେଲା, ସନ୍ଧ୍ୟା ସାଢ଼େ ୫ଟା ପରେ କୌଣସି ମହିଳା କର୍ମଚାରୀ ରହିବେ ନାହିଁ। କାରଣ ଆଇନଶୃଙ୍ଖଳା ଉପରେ ନିୟନ୍ତ୍ରଣ ନାହିଁ। ଡିଜିଙ୍କୁ ଟାର୍ଗେଟ କଲା ବିଜେଡ଼ି। ଧାରା ୧୬୩ ସକାଳୁ କାହିଁକି ଲଗାଇଲେ ନାହିଁ। ଶାସକ ଦଳ ଲୋକ ଯାଇ ଭେଟି ସରିଲା ପରେ ଧାରା ୧୬୩ ଲଗା ଯାଇଛି। ବିରୋଧୀ ଦଳ ନେତାଙ୍କୁ ତଡ଼ି ଦେଲେ। ପୁଲିସ ଉପସ୍ଥିତିରେ ଶାସକ ଦଳ ଗୁଣ୍ଡା ଆସି ବିରୋଧୀ ଦଳ ନେତାଙ୍କୁ ଆକ୍ରମଣ କରିଛନ୍ତି। ବିଜେଡ଼ି ଏହା ବିରୋଧରେ ଆଇନର ଆଶ୍ରୟ ନେବ ବୋଲି ଚେତାବନୀ ଦେଇଛି। ଏୟାର ଲିଫ୍ଟ କରିବା ପାଇଁ ଦାବି କରିଥିଲା ବିଜେଡ଼ି।  

ସୂଚନାଯୋଗ୍ୟ, ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ବେଳେ ଶନିବାର ରାତିରେ ଏମ୍ସ ଭୁବନେଶ୍ବର ପରିସରରେ ଶାସକ ବିଜେପି, ବିରୋଧୀ ବିଜେଡି ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ନାରାବାଜି ସହ ୩ଦଳ କର୍ମୀମାନେ ମୁହାଁମୁହିଁ ହୋଇଥିଲେ। ବିଜେଡି, ବାମପନ୍ଥୀ ଦଳ ଓ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନର ସଦସ୍ୟ ତାଳି ମାରି ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ପକ୍ଷରୁ ବି ପ୍ରତିବାଦ କରାଯାଇଥିଲା। ଏମ୍ସ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବା ପରେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା। ସୁରକ୍ଷାକୁ ଦୃଷ୍ଟିରେ ରଖି ୪ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଶନିବାର ରାତିରୁ ଏମ୍ସ ବର୍ଣ୍ଣ ସେଣ୍ଟର ଓ ଏହାର ଚାରିପାଖରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବିଏନଏସ ୧୬୩ ଧାରା ଜାରି କରାଯାଇଥିଲା। 

BJD | AIIMS Bhubaneswar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe