ଆର୍ମି କ୍ୟାପଟେନ୍‌ଙ୍କୁ ମାଡ଼ମରାଯିବା ଓଡ଼ିଶାରେ ପ୍ରଥମ ଘଟଣା: ବିଜେଡି

କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନାରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ବି‌ଜୁ ଜନତା ଦଳ ରାଜ୍ୟ ପୁଲିସକୁ ଟାର୍ଗେଟ କରିଛି। ନ୍ୟାୟ ପାଇଁ ଭରତପୁର ଥାନାକୁ ଯାଇଥିବା ବେଳେ ତାଙ୍କୁ ଯେଉଁ ଭଳି ଭାବେ ପୁଲିସ ବ୍ୟବହାର କରିଛି ତାହା ନିନ୍ଦନୀୟ।

lelin

ଭୁବନେଶ୍ବର: କମିସନରେଟ୍‌ ପୁଲିସ ଅଧୀନ ଭରତପୁର ଥାନାରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିବା ଅଭିଯୋଗ ମାମଲାରେ ବି‌ଜୁ ଜନତା ଦଳ ରାଜ୍ୟ ପୁଲିସକୁ ଟାର୍ଗେଟ କରିଛି। ଆର୍ମି କ୍ୟାପଟେନ ଗୁରୁବନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ନ୍ୟାୟ ପାଇଁ ଭରତପୁର ଥାନାକୁ ଯାଇଥିବା ବେଳେ ତାଙ୍କୁ ଯେଉଁ ଭଳି ଭାବେ ପୁଲିସ ବ୍ୟବହାର କରିଛି ତାହା ନିନ୍ଦନୀୟ ବୋଲି ବିଜେଡି ମୁଖପାତ୍ର ଲେଲିନ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି।

ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ, ଆର୍ମି କ୍ୟାପଟେନ୍‌ଙ୍କୁ ମାଡ଼ମରାଯିବା ଓଡ଼ିଶାରେ ପ୍ରଥମ ଘଟଣା। ଡ୍ୟୁଟିରେ ଥିବା ମହିଳା ଏଏସ୍‌ଆଇ ରାତିରେ ନାଇଟି ପିନ୍ଧି ଥିଲେ। ଆଇଆଇସି ୬ଘଣ୍ଟା ଧରି ନଥିଲେ। ଆସିବା ପରେ ପ୍ୟାଣ୍ଟ ଖୋଲିଥିଲେ। ପୁଲିସର ବ୍ୟବହାର ଯୋଗୁଁ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ବିଗିଡି ଯାଇଛି। ରାଜ୍ୟରେ କେହି ସୁରକ୍ଷିତ ନାହାଁନ୍ତି। ପୁଲିସ ଥାନାକୁ ଯାଉଥିବା ଲୋକେ ନ୍ୟାୟ ପାଇଁ ଆଶା ରଖନ୍ତି।  ମୁଖିଆ ସେଠି ରହନ୍ତି ନାହିଁ।  ଥାନାରେ ସିସିଟିଭି ଥିଲା। ସେହିଦିନ ସିସିଟିଭି ବନ୍ଦ କାହିଁକି ଥିଲା। ଜାଣି ଶୁଣି ସିସିଟିଭି ବନ୍ଦ କରାଯାଇଛି। ଏଯାଏଁ ପୁଲିସ ବିରୁଦ୍ଧରେ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଯେଉଁମାନେ ଡ୍ୟୁଟିରେ ଥିଲେ ସେମାନଙ୍କୁ ଡିଜି ପୁଲିସ  ନିଲମ୍ବନ କରିବା ଉଚିତ। ଦୃଢ଼ରୁ ଦୃଢ଼ତର କାର୍ଯ୍ୟାନୁଷ୍ଠାନ ନିଆଯାଉ। ତଦନ୍ତ  ଚାଲିଛି ତାର କିଛି  ମାନେ ନାହିଁ।  

ଏହି ମାମଲାରେ ଆଜି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ ଭରତପୁର ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଡିଏସ୍‌ପି ନରେନ୍ଦ୍ର ବେହେରାଙ୍କ ନେତୃତ୍ବାଧୀନ ଟିମ୍‌ ପୁଲିସ କର୍ମଚାରୀମାନଙ୍କୁ ପଚରାଉଚରା କରିଛନ୍ତି। ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe