ଭୁବନେଶ୍ବର: ୨୦୨୯ ବେଳକୁ ଆଉ ବିଜେଡି ନଥିବ। ଖୁବ୍ ଶୀଘ୍ର ଛିନଛତ୍ର ହୋଇ ଭାଙ୍ଗିଯିବ ବିଜେଡି। ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା। ସେମାନେ ଖୁବ୍ ଶୀଘ୍ର ପଦ୍ମ ଶିବିରରେ ଯୋଗ ଦେବେ’। ଆଜି ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଗଣମାଧ୍ୟମକୁ ଏହି ବଡ଼ ବୟାନ ଦେଇଛନ୍ତି।
ସେ ଆହୁରି କହିଛନ୍ତି, ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ। ବିଜେଡିରେ ନେତାଙ୍କୁ ଚାକର ଭଳି ରଖୁଥିଲେ। ନେତାମାନେ ଦରି ପକାଇଲେ, ଟେଣ୍ଟ ପାଇଁ ଗାତ ଖୋଳିଲେ। ଚୌକି ପକାଇଲେ। ଏବେ ସେମାନେ ପ୍ରତିଶୋଧ ନେବା ମୁଡରେ ଅଛନ୍ତି। ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ ବୋଲି କହିଛନ୍ତି ସମ୍ବଲପୁରର ବିଧାୟକ। ଗୋଷ୍ଠୀକନ୍ଦଳ ହୋଇ ବିଜେଡି ଦଳ ଭାଙ୍ଗିଯିବା ପରେ ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଜୟନାରାୟଣ କହିଛନ୍ତି।
ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସମାନ କଥା କହିଥିଲେ। ବିଜେଡି ଖାଲି ହୋଇଯିବ ବୋଲି ମନମୋହନ କହିଥିଲେ।
ବିଜେଡି ପାଖରେ ଆଉ ନେତୃତ୍ବ ନାହିଁ: ଜୟନାରାୟଣ ମିଶ୍ର
Advertisment
Follow Us