ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ

ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି।

New Project (9)

ଭୁବନେଶ୍ବର: ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ମତଦାନରୁ ବିରତ ରହିବ। ଆଜି ଏନେଇ ଦଳର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜେଡି ଉଭୟ ଏନଡିଏ ଓ ଇଣ୍ଡି ମେଣ୍ଟଠାରୁ ସମଦୂରତା ବଜାୟ ରଖିଛି। ଏଣୁ ଦଳ ସଭାପତି ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶାରେ ଲୋକସଭାର ୨୦ ସାଂସଦ ବିଜେପିର। ତେଣୁ ଓଡ଼ିଶାରୁ ଏନ୍‌ଡିଏ ପ୍ରାର୍ଥୀ ଭୋଟ୍‌ ପାଇବାରେ ଅସୁବିଧା ନାହିଁ। ତେବେ ରାଜ୍ୟସଭାରେ ଏବେ ବି ବିଜେଡିର ସଂଖ୍ୟା ଅଧିକ। ବିଜେଡିର ୭ ଓ ବିଜେପିର ୩ ସଦସ୍ୟ ଅଛନ୍ତି। ଏନ୍‌ଡିଏ ପ୍ରାର୍ଥୀଙ୍କୁ ଜିତିବା ପାଇଁ ବିଜେଡିର ସମର୍ଥନ ସେତେଟା ଗୁରୁତ୍ବ ରଖୁନି। ତା’ ସତ୍ତ୍ବେ ଏନ୍‌ଡିଏ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଛି। ଅଧିକ ସଂଖ୍ୟାରେ ଭୋଟ୍‌ରେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ବିଜେପି ରାଷ୍ଟ୍ରୀୟ ନେତୃତ୍ବ ଲାଗି ପଡ଼ିଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe