Jay Dholkia ahead Photograph: (sambad.in)
ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନର ସପ୍ତମ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଢେର ଆଗରେ ଅଛନ୍ତି। ସପ୍ତମ ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୫,୩୪୬ ଭୋଟରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ସପ୍ତମ ରାଉଣ୍ଡରେ ୩୬, ୦୮୮ ଭୋଟ୍ ପାଇଥିବା ବେଳେ ତାପଛକୁ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଦ୍ବିତୀୟ ସ୍ଥାନରେ ରହି ୧୦,୭୪୨ ଭୋଟ୍ ପାଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୯୪୭୪ ଭୋଟ୍ ପାଇ ତୃତୀୟ ସ୍ଥାନରେ ଅଛନ୍ତି। ଏଣେ
ମତଦାନର ଗଣତି ଜାରି
ନୂଆପଡ଼ା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି। ଷ୍ଟ୍ରଙ୍ଗ ରୁମରେ ସିଲ୍ ହୋଇଥିବା ଇଭିଏମ୍ ଖୋଲାଯାଇଛି। ଏକାସାଙ୍ଗେ ପୋଷ୍ଟାଲ୍ ବାଲାଟ୍ ଓ ଇଭିଏମ୍ ଗଣତି ଚାଲିଛି। ପ୍ରଥମ ରାଉଣ୍ଡ ଗଣତି ସରିଛି। ଶୁକ୍ରବାର ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି ଏବଂ ଭୋଟ୍ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି। ୩୫୮ ଟି ବୁଥରେ ମତ ଗଣତି ହେବ। ଏଥିପାଇଁ ୧୪ଟି ଟେବୁଲ କରାଯାଇଛି। ୨୬ଟି ରାଉଣ୍ଡରେ ଭୋଟ୍ ଗଣତି ହେବ।
ଆହୁରି ପଢ଼ନ୍ତୁ: Bihar Election Result: ବିହାର ନିର୍ବାଚନ ଫଳାଫଳ: ଆଗୁଆ ଅଛି ଏନଡିଏ
ଆହୁରି ପଢ଼ନ୍ତୁ:Weather: ଦାରିଙ୍ଗବାଡ଼ିରେ ୭ଦିନରେ ୭.୫ଡିଗ୍ରି ସେଲସିୟସ ତାପମାତ୍ରା ହ୍ରାସ
Follow Us