ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣୀ ମଣ୍ଡପ ପରିସରରେ ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ରାଇରଙ୍ଗପୁର ନଗର ସଭାପତି ସୁରଥ କୁମାର ପଟ୍ଟନାୟକଙ୍କ ସଭାପତିତ୍ଵ କରିଥିଲେ।

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରସ୍ଥ ପିସିଏମ୍ କଲ୍ୟାଣୀ ମଣ୍ଡପ ପରିସରରେ ବିଜେପିର ସକ୍ରିୟ ସଦସ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ରାଇରଙ୍ଗପୁର ନଗର ସଭାପତି ସୁରଥ କୁମାର ପଟ୍ଟନାୟକଙ୍କ ସଭାପତିତ୍ଵ କରିଥିଲେ।

କାର୍ଯ୍ୟକ୍ରମରେ ବିଜେପିର ପୂର୍ବତନ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ସଭାପତି କୃପାସିନ୍ଧୁ ମହାନ୍ତ, ରାଜ୍ୟ ସମ୍ପାଦକ ନବୀନ ରାମ, ରାଇରଙ୍ଗପୁର ବିଧାୟକ ଜଲେନ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକମନୋଜ ଦାସ, ଜିଲ୍ଲା ଉପସଭାପତି ମିନତୀ ବସା, ଜିଲ୍ଲା କୋଷାଧକ୍ଷ ବିକାଶ ମହାନ୍ତ, ଓବିସି ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୁ ଗୋପାଲ ଗୋପ, ଯୁବମୋର୍ଚ୍ଚା ସଭାପତି ଆଲୋକ ରଞ୍ଜନ ମହାନ୍ତ, ବରିଷ୍ଠ ବିଜେପି କାର୍ଯ୍ୟକର୍ତ୍ତା  ଶିବ କୁମାର ଅଗ୍ରୱାଲ ପ୍ରମୁଖ ମଞ୍ଚାଷିନ ଥିଲେ।

publive-image

ଏହି ଅବସରରେ ନୂତନ ଭାବେ ନିର୍ବାଚିତ ମଣ୍ଡଳ ସଭାପତି ଵହଲଦା ସୁନିଲ ମହାନ୍ତ, ଝରାଡ଼ିହି ସମୀର ମହାକୁଡ, ରାଇରଙ୍ଗପୁର ଗ୍ରାମୀଣ ଲକ୍ଷ୍ମଣ ମହାନ୍ତ, ଜମଦା ଅଜିତ ବାରିକ, ପାସନା ଭୀମ ପୂର୍ତ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଜେପିର ଯୋଗଦେଲେ ବିଜେଡିର ପୂର୍ବତନ ପି ଏସ ପ୍ରାଥି ସାକ୍ରମନି ମୁର୍ମୁ, ତିରିଂ ଗୀତି ଲତା ପଞ୍ଚାୟତର ଆର୍ଶୁ ସୋରେନ ପ୍ରମୁଖ। ଶେଷରେ ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ନେତା ପାରାଉ ହେମ୍ବ୍ରମଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ।

BJP | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe