ଟ୍ରାନ୍ସଫର୍ମରକୁ ଧକ୍କା ଦେଇ ଚଢ଼ିଗଲା ବସ୍, ଚାଲିଗଲା ବିଜେପି ନେତାଙ୍କ ଜୀବନ

ଭଦ୍ରକ ଜିଲ୍ଲା ତାଳପଦ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ପୁରୁଖା ବିଜେପି ନେତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ସୁଧାକର ନନ୍ଦ।

bha

ବନ୍ତ: ଭଦ୍ରକ ଜିଲ୍ଲା ତାଳପଦ ଛକରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ପୁରୁଖା ବିଜେପି ନେତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ମୃତକ ହେଲେ ସୁଧାକର ନନ୍ଦ।

ସକାଳ ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଘରୋଇ ବସ୍ ‘ସ୍ବାମୀ ଅରୁପାନନ୍ଦ’ (ଓଡି୧୯-ଏଫ୍ ୬୬୯୬) ତାଳପଦ ଛକରେ ଏକ ଟ୍ରନ୍ସଫର୍ମରକୁ ଧକ୍କା ଦେଇଥିଲା। ତାପରେ ସେଠାରେ ଠିଆ ହୋଇଥିବା ତିନିଜଣ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପୁରୁଖା ବିଜେପି ନେତା ସୁଧାକର ନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ଭଦ୍ରକରୁ ଆନନ୍ଦପୁର ଅଭିମୁଖେ ଯାଉଥିବା ଘରୋଇ ବସ୍ ‘ସ୍ବାମୀ ଅରୁପାନନ୍ଦ’ (ଓଡି୧୯-ଏଫ୍ ୬୬୯୬) ତାଳପଦ ଛକରେ ଏକ ଟ୍ରାନ୍ସଫର୍ମରକୁ ଧକ୍କା ଦେଇଥିଲା। ତାପରେ ସେଠାରେ ଠିଆ ହୋଇଥିବା ତିନିଜଣ ଲୋକଙ୍କ ଉପରେ ଚଢ଼ିଯାଇଥିଲା। ଏହି ଦୁର୍ଘଟଣାରେ ପୁରୁଖା ବିଜେପି ନେତା ସୁଧାକର ନନ୍ଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

bnj

ଏଥିରେ ପଥଚାରୀ ଅନନ୍ତ ପଣ୍ଡା ଗୁରୁତର ହୋଇଥିଲେ। ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏଣେ  ବସରେ ଥିବା ପ୍ରାୟ ୧୫ଜଣ ଯାତ୍ରୀ ବି ଆହତ ହୋଇଛନ୍ତି। ସେମାନଙ୍କୁ ବି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବାର ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe