ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଦିଲୀପ ରାୟ; ଓଡ଼ିଶା ପାଇଁ ଏମିତି କଲେ ଦାବି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ରାୟ ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ ଏକାଧିକ ପ୍ରସଙ୍ଗ ଉଠାଇଛନ୍ତି।

ଅଦ୍ୟତନ ହୋଇଛି
Narendra Modi and Dilip Rai

Narendra Modi and Dilip Rai Photograph: (sambad.in)

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲୀପ ରାୟ ଭେଟିଛନ୍ତି। ଏହି ଅବସରରେ ଶ୍ରୀ ରାୟ ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ ଏକାଧିକ ପ୍ରସଙ୍ଗ ଉଠାଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସେ ଏହି ସୂଚନା ଦେଇଛନ୍ତି। ଶ୍ରୀ ରାୟ ବିଭିନ୍ନ ପ୍ରସଙ୍ଗକୁ ଭିତ୍ତି କରି ଏକ ଚିଠିରେ ଦାବି ଉଲ୍ଲେଖ କରିଛନ୍ତି। ଏଥି ସହିତ ସେ ତାଙ୍କର ଦାବି ପୂରା ହେବ ବୋଲି ଆଶା କରାଛନ୍ତି। 

ପୂର୍ବତଟ ରେଳପଥ ଅଧୀନରେ ରାଉ‌ରକେଲା ଠାରେ ଏକ ନୂତନ ରେଳ ଡିଭିଜନ ପ୍ରତିଷ୍ଠା ପାଇଁ ଦିଲୀପ ରାୟ ତାଙ୍କର ଦାବିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜଣାଇଛନ୍ତି। ରେଳବାଇର ରାଜସ୍ବ ବୃଦ୍ଧିରେ ରାଉରକେଲା ଓ ଏହାର ପଡ଼ୋଶୀ ଜିଲ୍ଲାଗୁଡ଼ିକର ବଡ଼ ଯୋଗଦାନ ରହିଛି। ଯାତ୍ରୀ ସେବା ଓ ଭିତ୍ତିଭୂମିକୁ ଦୃଷ୍ଟିରେ ରଖି ରାଉରକେଲା ଠାରେ ରେଳ ଡିଭିଜନ୍‌ର ଆବଶ୍ୟକତା ରହିଛି। ଏତଦ୍‌ ବ୍ୟତୀତ ରାଉରକେଲା ଠାରେ ନୂଆ ରେଳ ଡିଭିଜନ ପ୍ରତିଷ୍ଠା ହେବା ଦ୍ବାରା ଭଲ ପ୍ରଶାସନ, ସଂଯୋଗୀକରଣ ଓ ଖଣି ଅଞ୍ଚଳର ବିକାଶ ହୋଇପାରିବ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିଜେପିର ବରିଷ୍ଠ ନେତା ଦିଲୀପ ରାୟ ଭେଟି ଓଡ଼ିଶା ଓ ରାଉରକେଲାର ବିକାଶ ପାଇଁ ଏକାଧିକ ପ୍ରସଙ୍ଗ ଉଠାଇଛନ୍ତି।

ଶ୍ରୀ ରାୟ ତାଙ୍କର ଦାବିରେ ସେଲ୍‌ (ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଡେଟ୍‌) ଅଧୀନରେ ପରିଚାଳିତ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସଂପ୍ରସାରଣ କଥା ଉଠାଇଛନ୍ତି। ଏଥିରେ ସେ କହିଛନ୍ତି ଜମି ସଂପର୍କିତ ସମସ୍ୟା ପାଇଁ ଆରଏସ୍‌ପିର ୩୦,୦୦୦ କୋଟି ଟଙ୍କାର ସଂପ୍ରସାରଣ ‌ଯୋଜନା ସଫଳ ହୋଇପାରୁ ନାହିଁ।

ସେହିପରି ଶ୍ରୀ ରାୟ ରାଉରକେଲା ବିମାନବନ୍ଦରର ସଂପ୍ରସାରଣ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନିକଟରେ ଦାବି ରଖିଛନ୍ତି। ପ୍ରମୁଖ ଶିଳ୍ପ, ଶିକ୍ଷା ଓ କ୍ରୀଡ଼ାର କେନ୍ଦ୍ରସ୍ଥଳୀ ହୋଇଥିବାରୁ ରାଉରକେଲା ବିମାନବନ୍ଦରର ସଂପ୍ରସାରଣର ଆବଶ୍ୟକତା ରହିଛି। ରନ୍‌ୱେ ସଂପ୍ରସାରଣ, ରାତ୍ରି ସମୟରେ ବିମାନ ଅବତରଣ ବ୍ୟବସ୍ଥା, ଅଧିକ ବିମାନ କଂପାନିକୁ ‌ଏହି ବିମାନବନ୍ଦର ସହିତ ଯୋଡ଼ିବା, ୪ସି ବର୍ଗରେ ସାମିଲ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe