‘ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟ ବିଜେପିର ସାଂଗଠନିକ ପ୍ରକ୍ରିୟା ଶେଷ କରାଯିବ’

ଆସନ୍ତାକାଲି ଠାରୁ ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ତିନି ଦିନ ଯାଏଁ ଜାରି ରହିବ। ଆସନ୍ତା ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟର ସାଂଗଠନିକ ପ୍ରକ୍ରିୟା ଶେଷ କରାଯିବ।

a15da0a7-d183-4d00-84eb-bd20218dca39

ଭୁବନେଶ୍ବର: ଆସନ୍ତାକାଲି ଠାରୁ ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ତିନି ଦିନ ଯାଏଁ ଜାରି ରହିବ। ଆସନ୍ତା ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟର ସାଂଗଠନିକ ପ୍ରକ୍ରିୟା ଶେଷ କରାଯିବ। ବିହାର ସାଂସଦ ସଂଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ଏହି ସୂଚନା ଦେଇଛନ୍ତି। 

ରାଜ୍ୟ ବିଜେପି ସଭାପତି ଓ ରାଷ୍ଟ୍ରୀୟ ସଦସ୍ୟ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ। ଏହି ପ୍ରକ୍ରିୟା ତିନି ଦିନ ଯାଏଁ ଜାରି ରହିବ। ଆସନ୍ତା ଜୁଲାଇ ୧ ତାରିଖ ସୁଦ୍ଧା ରାଜ୍ୟର ସାଂଗଠନିକ ପ୍ରକ୍ରିୟା ଶେଷ କରାଯିବ।

ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବ ହେଉଛି। ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଗତ ଫେବ୍ରୁଆରି ୨୫ ତାରିଖରେ କହିଥିଲେ, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ସେହି ସମୟରେ ସେ କହିଥିଲେ, ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏନେଇ ବିଜେପି ଜାତୀୟ ନେତୃତ୍ବ ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ନିଯୁକ୍ତି ପାଇଁ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଏମାନଙ୍କ ନାମ ଯଥା ସମୟରେ ଘୋଷଣା କରାଯିବ।

ଖୁବ୍‌ ଶୀଘ୍ର ଓଡ଼ିଶା ବି‌ଜେପିର ସାଙ୍ଗଠନିକ ଅଦଳବଦଳ ହେବ ବୋଲି ଆଶା କରାଯାଉଛି। ମଣ୍ଡଳ ସଭାପତିଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଭାପତିଙ୍କ ପର୍ଯ୍ୟନ୍ତ ପରିବର୍ତ୍ତନ ହୋଇପାରେ। ଏଥି ପାଇଁ ପ୍ରସ୍ତୁତି ଜାରି ରହିଛି। ଏନେଇ ବିଜେପିର ‌ଶୀର୍ଷ ସ୍ତରରେ ଆଲୋଚନା ହୋଇଥିବା ମଧ୍ୟ ଚର୍ଚ୍ଚା ହେଉଛି। 

BJP | pratap chandra sarangi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe