ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ

ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି।

bjp election

ଭୁବନେଶ୍ୱର: ଆସନ୍ତା ୧ ତାରିଖରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ନୂଆ ସଭାପତି ମିଳିବ ନାହିଁ। ବିଜେପି ରାଜ୍ୟ ସଭାପତି ନିର୍ବାଚନ ସ୍ଥଗିତ ରଖାଯାଇଛି। ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନକୁ ମଧ୍ୟ ସ୍ଥଗିତ ରଖାଯାଇଛି। ନିର୍ବାଚନ ଅଧିକାରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ରବିବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। 
 

ସୂଚନାଯୋଗ୍ୟ, ଆସନ୍ତା ଜୁଲାଇ ୧ରେ ରାଜ୍ୟ ବିଜେପିକୁ ନୂଆ ସଭାପତି ମିଳିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା।  ବିଜେପି ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ ଷଡ଼ଙ୍ଗୀ ପୂର୍ବରୁ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ବିଜେପି ସଂଗଠନ ନିର୍ବାଚନରେ ବୁଥ, ମଣ୍ଡଳ, ଜିଲ୍ଲା ନିର୍ବାଚନ ସରିଛି। ବିଭିନ୍ନ ସଭାପତି କାରଣରୁ ନିର୍ବାଚନ ବନ୍ଦ ଥିଲା। ଶ୍ରୀ ଷଡ଼ଙ୍ଗୀଙ୍କ କହିବା ଅନୁସାରେ ଆଜି ମତଦାନ ସୂଚୀ ପ୍ରକାଶ ପାଇବାର ଥିଲା। ୩୦ରେ ନାମାଙ୍କନ ପତ୍ର ଦାଖଲ ହୋବାର ଥିଲା। ଜୁଲାଇ ୧ରେ ମତଦାନ ହୋଇ ଅପରାହ୍ନରେ ଫଳ ପ୍ରକାଶ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ଅନିବାର୍ଯ୍ୟ କାରଣ ପାଇଁ ବର୍ତ୍ତମାନ ପରିସ୍ଥିତିରେ ବିଜେପି ନିର୍ବାଚନକୁ ସ୍ଥଗିତ ରଖିଛି। 

ଓଡ଼ିଶା ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ସଞ୍ଜୟ ଜୟଶ୍ବାଲଙ୍କ ଉପସ୍ଥିତିରେ ନାଁ ଘୋଷଣା ହେବାର ଥିଲା। ଉଲ୍ଲେଖ ଥାଉ କି ବିହାର ସାଂସଦ ସଂଜୟ ଜୟସ୍ବାଲଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି। ବାସ୍ତବରେ ବିଜେପି ରାଜ୍ୟ ସଭାପତି ଚୟନରେ ବିଳମ୍ବକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଏହି ପ୍ରସଙ୍ଗରେ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଗତ ଫେବ୍ରୁଆରି ୨୫ ତାରିଖରେ କହିଥିଲେ, ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବିଜେପି ରାଜ୍ୟ ସଭାପତି ନାଁ ହେବ ଘୋଷଣା କରାଯିବ। ସେହି ସମୟରେ ସେ କହିଥିଲେ, ରାଜ୍ୟ ବିଜେପି ସଭାପତି କିଏ ହେବେ, ଏପର୍ଯ୍ୟନ୍ତ ଦିଲ୍ଲୀରୁ କୌଣସି ନିର୍ଦ୍ଦେଶ ଆସିନାହିଁ। ଏନେଇ ବିଜେପି ଜାତୀୟ ନେତୃତ୍ବ ଶୀଘ୍ର ନିଷ୍ପତ୍ତି ନେବେ। ଏହା ସତ୍ତ୍ୱେ ବି ଘୋଷଣା ହୋଇପାରିନଥିଲା।

politics | election | BJP | pratap sarangi

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe