ସାଧାରଣ ଲୋକ ଓ ବିଧାୟକ ଏନ୍‌ଏସି ନେଇ ଯେଉଁଠି ଦାବି କରିଥିଲେ, ତାକୁ ତର୍ଜମା କରାଯିବା ପରେ ଘୋଷଣା କରାଯାଇଛି

Advertisment

ଏନ୍‌ଏସି ଓ ମ୍ୟୁନିସପାଲିଟି ଘୋଷଣା ନେଇ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସାଧାରଣ ଲୋକ, ବିଧାୟକ ଏନ୍‌ଏସି ନେଇ ଯେଉଁଠି ଦାବି କରିଥିଲେ ତାକୁ ତର୍ଜମା କରାଯାଇ ଯୋଉଟା ଯୋଗ୍ୟ ତାଙ୍କୁ ଆମେ ଘୋଷଣା କରିଛୁ।

ଏନ୍‌ଏସି ଓ ମ୍ୟୁନିସପାଲିଟି ଘୋଷଣା ନେଇ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସାଧାରଣ ଲୋକ, ବିଧାୟକ ଏନ୍‌ଏସି ନେଇ ଯେଉଁଠି ଦାବି କରିଥିଲେ ତାକୁ ତର୍ଜମା କରାଯାଇ ଯୋଉଟା ଯୋଗ୍ୟ ତାଙ୍କୁ ଆମେ ଘୋଷଣା କରିଛୁ।

d7)

ଭୁବନେଶ୍ବର: ଏନ୍‌ଏସି ଓ ମ୍ୟୁନିସପାଲିଟି ଘୋଷଣା ନେଇ ବିଜେଡିର ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି। ଏନେଇ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ସାଧାରଣ ଲୋକ, ବିଧାୟକ ଏନ୍‌ଏସି ନେଇ ଯେଉଁଠି ଦାବି କରିଥିଲେ ତାକୁ ତର୍ଜମା କରାଯାଇ ଯୋଉଟା ଯୋଗ୍ୟ ତାଙ୍କୁ ଆମେ ଘୋଷଣା କରିଛୁ। ସାଲେପୁର କିଏ ଜିତିଛି? ଆମେ ତ ସାଲେପୁରକୁ ବି ଘୋଷଣା କରିଛୁ। ବିଜେପି ଜିତିଥିବା ଜାଗାରେ ଏନ୍‌ଏସି ଘୋଷଣା ହେଇନିl ପୂର୍ଵ ସରକାର ଯଦି ଘୋଷଣା କରିଥିଲେ, କେବେ କରିଥିଲେ, କେତେ ବର୍ଷ ସରକାରରେ ରହିଲେ। ମନ୍ତ୍ରୀ ତାଙ୍କର ମୁଖ୍ୟମନ୍ତ୍ରୀ ବି ତାଙ୍କର ଥିଲେ। ପୂର୍ବରୁ କାହିଁକି କଲେନି କିଏ ମନା କରିଥିଲା? ନିର୍ବାଚନ ବେଳକୁ କାହିଁକି ଘୋଷଣା କଲେ। କେବଳ ଭୋଟ ରାଜନୀତି ଥିଲା, ତାହା ଛଡ଼ା କିଛି ନୁହେଁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରକୁ ଆସିବା ପରେ ନିର୍ଦେଶ ଦେଇଥିଲେ ଏବଂ ଯେଉଁଠି ଦରକାର ଥିଲା ସେଠି ଘୋଷଣା ହେଲା।

ପୂର୍ବ ବିଜେଡି ସରକାର ଘୋଷଣା କରି କାହିଁକି କାର୍ଯ୍ୟକାରୀ କରିନଥିଲେ ? ଯଦି କାର୍ଯ୍ୟକାରୀ କରିଥାନ୍ତେ, ତେବେ ବହୁତ ବଡ଼ ପଦକ୍ଷେପ ହୋଇଥାନ୍ତା। କିନ୍ତୁ ବିଜେପି ସରକାର ଦେଢ଼ ବର୍ଷ ହୋଇନି, ହେଲେ ଯେଉଁଠି ଆବଶ୍ୟକତା ଅଛି ଏବଂ ଯେଉଁଠୁ ପ୍ରସ୍ତାବ ଆସିଲା। ତାକୁ ବହୁ ପରୀକ୍ଷାନିରୀକ୍ଷା କରି ଘୋଷଣା କରିଛନ୍ତି ବିଜେପି ସରକାର। କୌଣସି ରାଜନୀତି କିମ୍ବା ପାତରଅନ୍ତର ହୋଇନାହିଁ। ସରକାର ଓଡ଼ିଶାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଏନଏସି ଓ ମ୍ୟୁନିସପାଲିଟି ଘୋଷଣା କରିଛନ୍ତି ସରକାର। ଅନ୍ୟପଟେ ଯେଉଁ ଅଞ୍ଚଳକୁ ଘୋଷଣା କରାଯାଇଛି, ସେଠାରେ କଣ ବିଜେଡି କିମ୍ବା ଅନ୍ୟ ଦଳ ଲୋକ ନାହାନ୍ତି କି? 
 
ଠିକ୍ ସେହିପରି ସ୍ବାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ପୂର୍ଵ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଘୋଷଣା କରିଥିଲେ। ଆମ ସରକାର ଏହାକୁ ତର୍ଜମା କରି କିଭଳି ଏନଏସି ହୋଇପାରିବ କାର୍ଯ୍ୟ ଆରମ୍ବ କରିଥିଲେ. ଏବଂ ଘୋଷଣା ବି କରିଛନ୍ତି। 

ଏଣେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ କହିଛନ୍ତି, ପୂର୍ବ ବିଜେଡି ସରକାର ଘୋଷଣା କରି କାହିଁକି କାର୍ଯ୍ୟକାରୀ କରିନଥିଲେ ? ଯଦି କାର୍ଯ୍ୟକାରୀ କରିଥାନ୍ତେ, ତେବେ ବହୁତ ବଡ଼ ପଦକ୍ଷେପ ହୋଇଥାନ୍ତା। କିନ୍ତୁ ବିଜେପି ସରକାର ଦେଢ଼ ବର୍ଷ ହୋଇନି, ହେଲେ ଯେଉଁଠି ଆବଶ୍ୟକତା ଅଛି ଏବଂ ଯେଉଁଠୁ ପ୍ରସ୍ତାବ ଆସିଲା। ତାକୁ ବହୁ ପରୀକ୍ଷାନିରୀକ୍ଷା କରି ଘୋଷଣା କରିଛନ୍ତି ବିଜେପି ସରକାର। କୌଣସି ରାଜନୀତି କିମ୍ବା ପାତରଅନ୍ତର ହୋଇନାହିଁ। ସରକାର ଓଡ଼ିଶାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଏନଏସି ଓ ମ୍ୟୁନିସପାଲିଟି ଘୋଷଣା କରିଛନ୍ତି ସରକାର। ଅନ୍ୟପଟେ ଯେଉଁ ଅଞ୍ଚଳକୁ ଘୋଷଣା କରାଯାଇଛି, ସେଠାରେ କଣ ବିଜେଡି କିମ୍ବା ଅନ୍ୟ ଦଳ ଲୋକ ନାହାନ୍ତି କି? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe