ଭୁବନେଶ୍ବର: ପଞ୍ଚାୟତ ଓ ପୌର ନିର୍ବାଚନରେ ‘ନୂଆପଡ଼ା’ ଭଳି ବିଜୟୀ ହେବ ବିଜେପି। ଓଡ଼ିଶାରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବିପୁଳ ବିଜୟ ହେବ। ଆଜି ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗ ଦେବା ଅବସରରେ ଏଭଳି ଦମ୍ଭୋକ୍ତି କରିଛନ୍ତି ଓଡ଼ିଶା ରାଜ୍ୟ ବିଜେପି ପ୍ରଭାରୀ ବିଜୟପାଲ୍ ସିଂହତୋମର୍। ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ନିରନ୍ତର ନିଜର ସାଂଗଠନିକ କାର୍ଯ୍ୟକ୍ରମ ଜାରି ରଖିଛି। ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଅଛି।
ରାଜ୍ୟରେ ବିଜେପି ସରକାର ସମସ୍ତ ପ୍ରତିଶ୍ରୁତି ପ୍ରାୟ ପୂରଣ କରିସାରିଲାଣି
ରାଜ୍ୟରେ ବିଜେପି ସରକାର ସମସ୍ତ ପ୍ରତିଶ୍ରୁତି ପ୍ରାୟ ପୂରଣ କରିସାରିଲାଣି। ଆଉ ଯାହା ବାକି ଅଛି ସେଗୁଡ଼ିକୁ ବର୍ଷ ଶେଷ ସୁଦ୍ଧା ପୂରଣ କରାଯିବ। ଏନେଇ ସରକାର ସଚେତନ ଅଛନ୍ତି।
Police SI Recruitment CBI ପୁଲିସ ଏସ୍ଆଇ ନିଯୁକ୍ତି କେଳେଙ୍କାରୀ: ୧୬ଜଣଙ୍କ ନାଆଁରେ ଚାର୍ଜସିଟ୍ ଦାଖଲ କଲା ସିବିଆଇ
ଏଣେ ଓଡ଼ିଶା ରାଜ୍ୟ ବିଜେପି ସହ ପ୍ରଭାରୀ ଲତା ଉଣ୍ଡେସି କହିଛନ୍ତି ବିଜେପି ସବୁବେଳେ ସାଂଗଠନିକ ଶକ୍ତି ବୃଦ୍ଧି କରିବା ଦିଗରେ ପ୍ରୟାସରତ। ଏହାଛଡ଼ା ଲୋଙ୍କ ନିକଟତର ହୋଇ ସେମାନଙ୍କର ସେବା କରିବା ପାଇଁ ବି ତତ୍ପର।
ଆହୁରି ପଢ଼ନ୍ତୁ: Dead Body Father Rescued ସକାଳେ ମିଳିଲା ବାପାଙ୍କ ମୃତଦେହ, କେମିତି ଚଳିବେ ଅନାଥ ପାଞ୍ଚ ଝିଅ
ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଦଳର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହେଉଛି। ଏଥିରେ ଦଳର ୪ ସାଧାରଣ ସଂପାଦକ ଓ ସଂଗଠନ ସଂପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ଅଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/29/untitled-7-copy-2025-12-29-14-19-53.jpg)