ଉଲୁଣ୍ଡା: ସୁବର୍ଣ୍ଣପୁରଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ନୂଆଁପାଲି ଗ୍ରାମର ପଙ୍କଜ ଜଗଦଳାଙ୍କ ମୃତ ଶରୀର ଗାଁ ରାସ୍ତାରେ ପଡ଼ିଛି l ସୂଚନା ଅନୁସାରେ ପଙ୍କଜଙ୍କୁ ଅଜଣା ଗାଡ଼ି ହେଉ କି କେହି ମାରି ଦେଇଥିବା ଅଭିଯୋଗ ହୋଇଛି l ଗାଁ ଲୋକ ପୁଲିସକୁ ଖବର ଦେଇଛନ୍ତି। ତେବେ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। ଗତକାଲି ପଙ୍କଜ ଘରୁ କୁଆଡ଼େ ଯାଇଥିଲେ। ରାତିରେ ଘରକୁ ଫେରିନଥିଲେ। ଆଜି ସକାଳେ ମୃତଦେହ ଦେଖି ଚିନ୍ତିତ ହୋଇପଡ଼ିଛନ୍ତି।
ଗତ ବର୍ଷ ମୃତ୍ୟୁବରଣ କରିଥିଲେ ପଙ୍କଜଙ୍କର ସ୍ତ୍ରୀ
ପଙ୍କଜଙ୍କର ସ୍ତ୍ରୀ ଗତ ବର୍ଷ ମୃତ୍ୟୁବରଣ କରିଥିଲେ। ସେ ଜଣେ ଦିନ ମଜୁରିଆ। ତାଙ୍କର ପାଞ୍ଚଟି ଝିଅ ଅଛନ୍ତି। ଏବେ ସେମାନେ କିପରି ଚଳିବେ, ତାହାକୁ ନେଇ ସେମାନେ ଚିନ୍ତାରେ। ଗ୍ରାମବାସୀ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ଆହୁରି ପଢ଼ନ୍ତୁ:Obscene Dancing In Opera: ଅପେରାର ଅଶ୍ଳୀଳ ନୃତ୍ୟ ଭିଡିଓ ଭାଇରାଲ, ସାଧାରଣରେ ନିନ୍ଦା
ଏଣେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ତଦନ୍ତ କରିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଆହୁରି ପଢ଼ନ୍ତୁ:Women's T20 : ମହିଳା ଟ୍ବେଣ୍ଟି-୨୦: ଶେଫାଳି, ସ୍ମୃତିଙ୍କ ଧାମାକା, ଶ୍ରୀଲଙ୍କାକୁ ୩୦ ରନରେ ହରାଇଲା ଭାରତ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/17/2025-12-17t074607923z-siba-sankar-ojha-2025-12-17-13-16-09.png)
/sambad/media/media_files/2025/12/29/untitled-2025-12-29-08-33-29.png)