ବଳଙ୍ଗା ପୀଡ଼ିତା: ଶନିବାର ଜଳିଲେ, ଶନିବାରରେ ପ୍ରାଣ ଛାଡ଼ିଲା

ପୁରୀ | Leading | ରାଜ୍ୟ ପୁଣି ସେଇ ଶନିବାର ଦିନ ରାଜ୍ୟବାସୀଙ୍କୁ ଅଶୁଭ ଖବର ମିଳିଛି। ଗତ ୧୯ ତାରିଖ ଦିନ ଜଳନୀୟ ଦ୍ରବ୍ୟ ମାଧ୍ୟମରେ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଆଜି ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

New Project (42)

ଭୁବନେଶ୍ବର: ପୁଣି ସେଇ ଶନିବାର ଦିନ ରାଜ୍ୟବାସୀଙ୍କୁ ଅଶୁଭ ଖବର ମିଳିଛି। ଗତ ୧୯ ତାରିଖ (ଶନିବାର) ଦିନ ଜଳନୀୟ ଦ୍ରବ୍ୟ ମାଧ୍ୟମରେ ଜଳି ଯାଇଥିବା ବଳଙ୍ଗା ପୀଡ଼ିତାଙ୍କ ଆଜି ଏମ୍ସ ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଶନିବାର ଦିନ ଅଘଟଣର ଶିକାର ହୋଇଥିବା ନାବାଳିକାଙ୍କର ଶନିବାର ମୃତ୍ୟୁ ଘଟିଛି। ୧୫ଦିନ ଚିକିତ୍ସାଧୀନ ଅବସ୍ଥାରେ ରହିଲା ପରେ ନାବାଳିକାଙ୍କର ମୃତ୍ୟୁ ନେଇ ରାଜ୍ୟବାସୀ ଗଭୀର ଶୋକ ପ୍ରକାଶ କରୁଛନ୍ତି। ଶରୀରର ୭୫ ପ୍ରତିଶତ ଜଳି  ଯାଇଥିବା ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଟିମ୍‌ ଓ ସରକାର ପୂରା ଉଦ୍ୟମ କରିଥିଲେ। କିନ୍ତୁ ତାଙ୍କର ମୃତ୍ୟୁ ନେଇ ନାନା ଚର୍ଚ୍ଚା ହେଉଛି। 

ବାଲେଶ୍ବର ଜିଲ୍ଲା ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରୁ ନ୍ୟାୟ ନମିଳିବା ପରେ ପୀଡ଼ିତା ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଦେଇଥିଲେ, ଯିଏକି ୬୦ ଘଣ୍ଟାର ଚିକିତ୍ସା ପରେ ଆଖି ବୁଜିଥିଲେ। ସେହି ଦିନ ମଧ୍ୟ ଶନିବାର ଥିଲା।  

ବଳଙ୍ଗା ପୀଡ଼ିତାଙ୍କୁ ବଞ୍ଚାଇବା ପାଇଁ ଡାକ୍ତରୀ ଦଳ ପୁରା ଉଦ୍ୟମ କରିଥିଲେ। ଏମ୍ସ ଭୁବନେଶ୍ବରରେ ଏକ ୧୪ ଜଣିଆ ଟିମ୍‌ ତାଙ୍କର ଚିକିତ୍ସା କରୁଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଏବଂ ବିରୋଧୀ ଦଳ ଏମ୍ସ ଦିଲ୍ଲୀ ଏୟାରଲିଫ୍ଟ ଦାବି କରିଥିଲେ। ସରକାର ମଧ୍ୟ ଏହାକୁ ସମ୍ବେଦନଶୀଳ ମାମଲା ମନେ କରି ଏମ୍ସ ଦିଲ୍ଲୀ ସ୍ଥାନାନ୍ତରିତ କରାଯାଇଥିଲା। 

ସୂଚନାଯୋଗ୍ୟ, ବଳଙ୍ଗା ଥାନା ବାଇଆବରର ନାବାଳିକା ଜଣକ ଗତମାସ ୧୯ ତାରିଖ ଦିନ ପୂର୍ବାହ୍‌ଣରେ ନିଜ ସାଙ୍ଗ ଘରକୁ କୌଣସି କାମରେ ଯାଉଥିଲା। ଏହି ସମୟରେ ଦୁର୍ବୃତ୍ତମାନେ ନାବାଳିକାକୁ ଅନୁସରଣ କରିଥିଲେ ଏବଂ ଅପହରଣ କରି ଏକ ନିର୍ଜନ ସ୍ଥାନକୁ ନେଇଯାଇଥିଲେ। ସେଠାରେ ନିଆଁ ଲଗାଇ ଦେଇଥିଲେ। ଦେହରେ ନିଆଁ ଲାଗିବା ପରେ ନାବାଳିକା ଏଣେତେଣେ ଦୌଡ଼ିବାରେ ଲାଗିଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ନାବାଳିକାର ଶରୀର ୭୫ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା। ଏଥି ପାଇଁ ଏମ୍ସ ଭୁବନେଶ୍ବରରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରକୁ ଗ୍ରୀନ କରିଡ଼ର କରାଯାଇଥିଲା। ଏହି ସମ୍ବେଦନଶୀଳ ଘଟଣା ନେଇ ରାଜ୍ୟ ସରକାର ଖୁବ ତତ୍ପରତା ପ୍ରକାଶ କରିଥିଲେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଦିଲ୍ଲୀ ଯାଇ ଏମ୍ସରେ ପୀଡ଼ିତାଙ୍କୁ ଭେଟିଥିଲେ ଓ ପରିବାର ଲୋକଙ୍କ ସହିତ କଥା ହୋଇଥିଲେ। ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଳଙ୍ଗା ପୀଡ଼ିତାଙ୍କୁ ଭେଟିଥିଲେ। ସେ ପରିବାର‌ ଲୋକଙ୍କ ସହିତ କଥା ହୋଇ ରାଜ୍ୟ ସରକାର ସମସ୍ତ ପ୍ରକାରର ସହଯୋଗର ହାତ ବଢ଼ାଇବେ ବୋଲି କହିଥିଲେ। 

Delhi AIIMS | puri 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe