୨୬ଟି ଗୃହପାଳିତ ପଶୁ ମାରିଲାଣି କଳାବାଘ! ଧରିପାରୁନି କ୍ୟାମେରା

Advertisment

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଓ ବଡ଼ଗାଁ ରେଂଜର ବ୍ରାହ୍ମଣ ଗାଁ ପଞ୍ଚାୟତ ବାଉଟିଆ, ଚାକିଡ଼ି ପଞ୍ଚାୟତ ବାରିବେଡ଼ା, ସୋରିଷପାଳ ପଞ୍ଚାୟତ ନେଦାମ, ଘଟିଡୁବା ଅଞ୍ଚଳରେ କଳାବାଘ ଆତଙ୍କ ଦୁଇ ମାସ ହେଲା ଦେଖାଯାଇଛି।

ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଓ ବଡ଼ଗାଁ ରେଂଜର ବ୍ରାହ୍ମଣ ଗାଁ ପଞ୍ଚାୟତ ବାଉଟିଆ, ଚାକିଡ଼ି ପଞ୍ଚାୟତ ବାରିବେଡ଼ା, ସୋରିଷପାଳ ପଞ୍ଚାୟତ ନେଦାମ, ଘଟିଡୁବା ଅଞ୍ଚଳରେ କଳାବାଘ ଆତଙ୍କ ଦୁଇ ମାସ ହେଲା ଦେଖାଯାଇଛି।

ବାଙ୍ଗିରିପୋଷି: ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଓ ବଡ଼ଗାଁ ରେଂଜର ବ୍ରାହ୍ମଣ ଗାଁ ପଞ୍ଚାୟତ ବାଉଟିଆ, ଚାକିଡ଼ି ପଞ୍ଚାୟତ ବାରିବେଡ଼ା, ସୋରିଷପାଳ ପଞ୍ଚାୟତ ନେଦାମ, ଘଟିଡୁବା ଅଞ୍ଚଳରେ କଳାବାଘ ଆତଙ୍କ ଦୁଇ ମାସ ହେଲା ଦେଖାଯାଇଛି। ଫେବ୍ରୁଆରି ଦୁଇ ତାରିଖରୁ ଦୁଇ ମାସ ମଧ୍ୟରେ ୫ଟି ବଳଦ/ଗାଈ, ୧୮ଟି ଛେଳି, ୩ଟି ଘୁଷୁରୀଙ୍କୁ ମାରିଦେବା ସହିତ ଗୋଟିଏ ମଇଁଷିକୁ ଆହତ କରି ସାରିଛି।

ସବୁଠାରୁ ଆଶ୍ଚର୍ଯ୍ୟ କଥା ଗୋଟିଏ ବି ପଶୁର ଶରୀରକୁ ସମ୍ପୁର୍ଣ୍ଣ ଖାଇ ନାହିଁ ବାଘ। ବାଘଟି କଳାବାଘ ବୋଲି ବାଙ୍ଗିରିପୋଷି ରେଞ୍ଜର ମହେଶ୍ୱର ସିଂ ଆଶାବ୍ୟକ୍ତ କରିଛନ୍ତି। ତେବେ ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା କ୍ୟାମେରାରେ ବାଘ ଚିହ୍ନଟ ହୋଇ ନାହିଁ ବୋଲି କହିଛନ୍ତି। ପ୍ରଥମ କରି ଶିକାର କରୁଥିବା ବାଘଟି ଜନଗହଳି ପାଇଁ ଖାଦ୍ୟ ଖାଇ ପାରୁନାହିଁ। ଖାଦ୍ୟ ନ ପାଇ ଦିନକୁ ଦିନ ଉଗ୍ର ହେଉଛି। 

ଚାକିଡି ସରପଞ୍ଚ ବିକ୍ରମ ମୁର୍ମୁ ଓ ବ୍ରାହ୍ମଣ ଗାଁ ସରପଞ୍ଚ ପ୍ରଦୀପ କୁମାର ସୋରେନ ତୁରନ୍ତ ବାଘକୁ ଟ୍ରାଙ୍କୁଲାଇଜ କରି ଧରି ଘଞ୍ଚ ଜଙ୍ଗଲ ମଧ୍ୟରେ ଛାଡ଼ିବାକୁ ଏସ୍‌ଟିଆଏଫ୍‌ଙ୍କୁ ଦାବି କରିଛନ୍ତି। ଏପଟେ ଗୃହପାଳିତ ପଶୁ ଯଥା ଗାଈ/ ମଈଷି ପାଇଁ ୩୭,୫୦୦, ବଳଦ  ପାଇଁ ୩୨୦୦୦, ବାଛୁରୀ ପାଇଁ ୫୦୦୦, ମେଣ୍ଢା/ଛେଳି ପାଇଁ ୪୦୦୦, ମେଣ୍ଢା/ଛେଳି ଛୁଆ ପାଇଁ ୧୫୦୦ କ୍ଷତିପୂରଣ ବ୍ୟବସ୍ଥା ଅଛି ବୋଲି ରେଞ୍ଜର କହିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତି ପୂରଣ ଦିଆ ଯାଉଥିବା କହିଛନ୍ତି।

publive-image

ଏପଟେ  ବାଙ୍ଗିରିପୋଷି ଥାନା ବ୍ରାହ୍ମଣ ଗାଁ ପଞ୍ଚାୟତ ଘାଟ କୁଆଁରୀ ଗ୍ରାମର ରାମ ହେମ୍ବ୍ରମ (୬୪) ନିଖୋଜ ହୋଇ ଥିବା ଥାନାରେ ଅଭିଯୋଗ ହୋଇଛି। ଗତ ମାର୍ଚ୍ଚ ୨୩ ତାରିଖ ଦିନ ସେ ଜଙ୍ଗଲକୁ ଗୋରୁ ଖୋଜିବାକୁ ଯାଇ ଘରକୁ ଫେରି ନଥିଲେ। ପରିବାର ଲେକେ ଚାରିଆଡ଼େ ଖୋଜାଖୋଜି କରି ନିରାଶ ହେଲା ପରେ ତାଙ୍କ ପୁଅ ଦୁଖିଆ ହେମ୍ବ୍ରମ ଏପ୍ରିଲ ୧୧ ତାରିଖ ଥାନା ନିଖୋଜ ଅଭିଯୋଗ କରିଛନ୍ତି।

Tiger | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe