ରାସ୍ତାକଡରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment

ଫିରିଙ୍ଗିଆ ଥାନା କେଳାପଡ଼ା ପଞ୍ଚାୟତର ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତାକଡରୁ ପୁଲିସ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି l ମୃତକ ଜଣକ ନୂଆପଦର ପଞ୍ଚାୟତ ଜାର୍ଗୀପଡ଼ା ଗାଁର ପ୍ରଭାତ ମଲିକ ଏବଂ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି।

ଫିରିଙ୍ଗିଆ ଥାନା କେଳାପଡ଼ା ପଞ୍ଚାୟତର ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତାକଡରୁ ପୁଲିସ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି l ମୃତକ ଜଣକ ନୂଆପଦର ପଞ୍ଚାୟତ ଜାର୍ଗୀପଡ଼ା ଗାଁର ପ୍ରଭାତ ମଲିକ ଏବଂ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି।

Dead

ଫୁଲବାଣୀ: ଫିରିଙ୍ଗିଆ ଥାନା କେଳାପଡ଼ା ପଞ୍ଚାୟତର ରାଜେନ୍ଦ୍ର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନିକଟସ୍ଥ ରାସ୍ତାକଡରୁ ପୁଲିସ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି l ମୃତକ ଜଣକ ନୂଆପଦର ପଞ୍ଚାୟତ ଜାର୍ଗୀପଡ଼ା ଗାଁର ପ୍ରଭାତ ମଲିକ ଏବଂ ସେ ଜଣେ ଡ୍ରାଇଭର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଗୁରୁବାର ସକାଳୁ ରାସ୍ତାକଡ଼ରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ କେହି ଜଣେ ପଡ଼ିଥିବା କିଛି ଲୋକ ଦେଖିବାକୁ ପାଇଥିଲେ। ଫିରିଙ୍ଗିଆ ଥାନାକୁ ଗାଁ ଲୋକେ ଖବର ଦେବା ପରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଘଟଣାସ୍ଥଳରେ ମୃତ ଯୁବକଙ୍କ ନିକଟରେ ଏକାଧିକ ପଥର ପଡ଼ିଥିବାରୁ ଯୁବକଙ୍କୁ ପଥର ଦ୍ବାରା ମୁଣ୍ଡରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ବାଡ ପହଞ୍ଚି ଛାନଭିନ କରିଛନ୍ତି। ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ, ଏସ ଆଇ ଦୀପକ ରାଉତ, ଏ ଏସ ଆଇ ଶ୍ରୀକାନ୍ତ ପାତ୍ର ମଧ୍ୟ ଘଟଣାର ଅନୁଧ୍ୟାନ କରିଛନ୍ତି। ପରିବାର ତରଫରୁ ମିଳିଥିବା ସୂଚନା ଅନୁସାରେ, ପ୍ରଭାତ ବୁଧବାର ସକାଳ ୯ ଟାରୁ ଏକ ସାଇକେଲ ଧରି ଘରୁ ବାହାରି ଥିଲେ। ସେ ଆଉ ଘରକୁ ଫେରି ନଥିଲେ। ଗୁରୁବାର ସକାଳେ ରାସ୍ତା କଡରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା।  

ବିଳମ୍ବିତ ରାତିରେ କେହି ଦୁର୍ବୃତ ତାଙ୍କୁ ହତ୍ୟା କରିଥିବା ପୁଲିସ ଅନୁମାନ କରୁଛି। ମୃତ ଯୁବକଙ୍କ ମା ପୁଅକୁ ହତ୍ୟା କରାଯାଇଥିବା ନେଇ ଫିରିଙ୍ଗିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଶବ ବ୍ୟବଛେଦ କରାଇବା ସହ ତଦନ୍ତ ଜାରୀ ରଖିଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

murder | Crime | Kandhamal 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe