ଯୁବ ସ୍ବାଭିମାନ ଦିବସରେ ରକ୍ତଦାନ ଶିବିର: ୨୧ ୟୁନିଟ୍‌ ରକ୍ତ ସଂଗ୍ରହ

‘ସମ୍ବାଦ’ର ଅଧ୍ୟକ୍ଷଙ୍କ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ ଅବସରରେ ଆୟୋଜିତ ଯୁବ ସ୍ବାଭିମାନ ଦିବସରେ ‘ସମ୍ବାଦ’-ଆ‌ମଓଡିଶା’ ପକ୍ଷରୁ ନବରଙ୍ଗପୁର କଲେଜ ଅଫ ନର୍ସିଂର ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୨୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି।

ngp-blood donation camp-1 (2)

ନବରଙ୍ଗପୁର: ‘ସମ୍ବାଦ’ର ଅଧ୍ୟକ୍ଷଙ୍କ ସୌମ୍ୟରଂଜନ ପଟ୍ଟନାୟକଙ୍କ ୭୩ତମ ଜନ୍ମଦିନ ଅବସରରେ ଆୟୋଜିତ ଯୁବ ସ୍ବାଭିମାନ ଦିବସରେ ‘ସମ୍ବାଦ’-ଆ‌ମଓଡିଶା’ ପକ୍ଷରୁ ନବରଙ୍ଗପୁର କଲେଜ ଅଫ ନର୍ସିଂର ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୨୧ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶିବିରରେ ସମ୍ବାଦ ସାହିତ୍ୟଘର ଉପଦେଷ୍ଟା ତଥା ସମାଜସେବୀ ଜଗନ୍ନାଥ ମହାପାତ୍ର, କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ସୁକାନ୍ତ ଶତପଥୀ, ଆମଓଡିଶା ସଭ୍ୟ ସୀତେଶ ପଟ୍ଟନାୟକ, ଗୁପ୍ତେଶ୍ବର ନାଇଡୁ, ଭେଷଜ ବିଶେଷଞ ଡ.ମନ‌ମୋହନ ବିଷୋୟୀ, ରକ୍ତଭଣ୍ଡାର ଅଧିକାରୀ ଡ.ଦେବବ୍ରତ ଡାକୁଆ  ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ସୁକାନ୍ତ ଶତପଥୀ, ସୀତେଶ ପଟ୍ଟନାୟକ ରକ୍ତଦାନ କରି ଛାତ୍ରଛାତ୍ରୀଙ୍କୁ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ପ୍ରତ୍ସାହିତ କରିଥିଲେ। ଶିବିରରେ କଲେଜର ଛାତ୍ରଛାତ୍ରୀ, ଅଧ୍ୟାପିକା ମାନେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। କିଛି ଛାତ୍ରୀଙ୍କର ଓଜନ କମ୍ଓ ବିବିଧ ସମସ୍ୟା ପାଇଁ ରକ୍ତଦାନ କରିପାରିନଥିଲେ। ତେବେ ଏହି ଛାତ୍ରୀ ମାନେ ଶିବିର ପରିଚାଳନାରେ ସହଯୋଗ କରିଆସିଥିଲେ।  

ବହୁ ଛାତ୍ରଛାତ୍ରୀ ପ୍ରଥମ କରି ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଆଜି ପାଣିପାଗ ବିଭାଗ ଜିଲ୍ଲାକୁ ରେଡଆଲର୍ଟ ଘୋଷଣା କରିଛନ୍ତି। ପ୍ରବଳ ବର୍ଷା ସତ୍ବେ ଶିବିର ଅନୁଷ୍ଠିତ ହୋଇଥିଲା।  ଆମଓଡିଶା ଓ ସମ୍ବାଦର ମାନପତ୍ର,ରେଡକ୍ରସର ମାନପତ୍ର, ରକ୍ତଦାତାଙ୍କୁ ଦିଆଯାଇଥିଲା।

ରକ୍ତଭଣ୍ଡାର ବରିଷ୍ଠ ଟେକ୍ନିସିଆନ୍ ଅରୁଣ କୁମାର ସ୍ବାଇଁ, ମାର୍ଟିନ ଛତର, ହେମନ୍ତ ରାଉଥ, ବିରେନ୍ଦ୍ର ବିଷୋଇ ରକ୍ତସଂଗ୍ରହ କରିଥିଲେ। ସମ୍ବାଦର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡ଼ୁ , ଅଧ୍ୟକ୍ଷ ସୁକାନ୍ତ ଶତପଥୀ, ଅଧ୍ୟକ୍ଷା ବିନୀତା କ୍ରିପାଞଳୀ ବାଘେଲ, ଏଞେଲ ଜିଣ୍ଟି ରାଣୀ କାକୁଡି,ସୋନାଲି ଆଚାର୍ଯ୍ୟ, କାଶି ବିଶ୍ବନାଥ ରଥ, , ସୁନିଲ ନାଗ, ସମିର ନାୟକ, ସଂଜୀବ ବାଘ ପ୍ରମୁଖ ଶିବିରକୁ ପରିଚାଳନା କରିଥିବା ବେଳେ, ପାୟଲ, ଅଙ୍କିତା ବିଶ୍ବାସ, ଅଙ୍କିତା ରାଉତ, ରିତାଂଜଳୀ, ଆଶିଷ ମହାନନ୍ଦିଆ, ନ‌ୈନା ବିଷୋଇ, ନିଶି ଗଣ୍ଡ, ଇପ୍ସିତା ନାୟକ, ସ୍ବାତୀ ଚୌଧୁରୀ, ରଶ୍ମିତା ମହାନ୍ତି, ସନ୍ତୋଷ ଗଣ୍ଡ, ନିହାରୀିକା ନାୟକ, ଜିତ ମଣ୍ଡଳ  ପ୍ରମୁଖ ସହଯୋଗ କରିଥିଲେ।  ଅନୁଷ୍ଠାନ ପକ୍ଷରୁ ପ୍ରତିବର୍ଷ ଯୁବସ୍ବାଭିମାନ ଦିବ‌ସରେ ‌ସ୍ବେଚ୍ଛାକୃତ ଭାବେ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି ବର୍ଷ ଅନୁଷ୍ଠାନର ଭବାନୀପାଟଣାରେ ଥିବା ଜିଏନଏମ୍ କଲେଜ ଅଫ ନର୍ସିଂରେ ୬୨ୟୁନିଟ ସଂଗ୍ରହ କରାଯାଇଥିବା କହିଛନ୍ତି ଅଧ୍ୟକ୍ଷ ଶ୍ରୀ ଶତପଥୀ।

ରକ୍ତଦାତା ଜୀବନଦାତା: ଲେରିଂସା ମହାନାୟକ, ଅଙ୍କିତା ମିତା ପ୍ରଧାନ, ମିଳନ ବରାଲ, ପରମେଶ ଇଲଦାନ, ତମନ୍ନା ବୈରାଗୀ, ବବିତା ରାଉତ, ସିତେଶ ପଟ୍ଟନାୟକ, ସୁକାନ୍ତ କୁମାର ଶତପଥୀ, ଦମୟନ୍ତି ତିୱାରୀ, ସୁମିତ୍ରା ସାହୁ, ଅର୍ପିତା ପଟେଲ, ପ୍ରିତି ପ୍ରତିଭା ପଟ୍ଟନାୟକ, ଶୁଭସ୍ମିତା ବେହେରା, ମନସ୍ବିନୀ ବାଘ, ସୁଦେଷ୍ଣା ପରିଡ଼ା,ସୁଦେଷ୍ଣା ନାୟକ, ସୋନାଲି ଆରଚାରୀ, ରାଜକିଶୋର ଦାଶ, ଏସ.ମହେଶ୍ବର ରାଓ, ଅନନ୍ତ କୁମାର ପଣ୍ଡା, ପ୍ରମ୍ୟାଶ୍ରୀ ଦାଶ।

 Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe