ରକ୍ତଦାତା ଦିବସରେ ସେଚ୍ଛାକୃତ ରକ୍ତଦାନ ଶିବିର

Advertisment

ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସୁଦିବ୍ୟ ଲୋଚନ ସିଂଙ୍କ ପୌରାହିତ୍ୟରେ ବିଶ୍ୱ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସୁଦିବ୍ୟ ଲୋଚନ ସିଂଙ୍କ ପୌରାହିତ୍ୟରେ ବିଶ୍ୱ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଚିକିତ୍ସାଳୟର ସମ୍ମିଳନୀ କକ୍ଷରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସୁଦିବ୍ୟ ଲୋଚନ ସିଂଙ୍କ ପୌରାହିତ୍ୟରେ ବିଶ୍ୱ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ ଯୋଗଦେଇ ସମସ୍ତଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ। ସମ୍ମାନିତ ଅତିଥି ଭାବେ ଡାକ୍ତର ପି.କେ ସାହୁ, ଡାକ୍ତର ଡ଼ି.ଏନ୍ ଟୁଡୁ, ଅଧ୍ୟାପକ ବିଜୟ ରାମ ପ୍ରମୁଖ ଯୋଗଦେଇ ରକ୍ତଦାନ କଲେ କଣ ଉପକାର ମିଳେ ସେ ସମ୍ବଦ୍ଧରେ ଆଲୋକପାତ କରିଥିଲେ। 

ଶ୍ରେଷ୍ଠ ରକ୍ତଦାତା ଏବଂ ଜରୁରୀକାଳୀନ ସମୟରେ ବିଭିନ୍ନ ରୋଗୀଙ୍କୁ ରକ୍ତ ଯୋଗାଇଥିବା ସେଚ୍ଛାସେବୀ ଓ ଅନୁଷ୍ଠାନକୁ ହସ୍ପିଟାଲ କର୍ତୁପକ୍ଷ ମାନପତ୍ର ଓ ସିଲ୍ ଦେଇ ସମ୍ମାନିତ କରାଯାଇଥିଲା।

publive-image

ଏହି ଅବସରରେ ଶ୍ରେଷ୍ଠ ରକ୍ତଦାତା ଏବଂ ଜରୁରୀକାଳୀନ ସମୟରେ ବିଭିନ୍ନ ରୋଗୀଙ୍କୁ ରକ୍ତ ଯୋଗାଇଥିବା ସେଚ୍ଛାସେବୀ ଓ ଅନୁଷ୍ଠାନକୁ ହସ୍ପିଟାଲ କର୍ତୁପକ୍ଷ ମାନପତ୍ର ଓ ସିଲ୍ ଦେଇ ସମ୍ମାନିତ କରିଥିଲେ। ସମ୍ମାନୀତ ହୋଇଥିବା ସେଚ୍ଛାସେବୀ ରକ୍ତଦାତା ଓ ସଙ୍ଗଠନ ହେଲେ ସୌମିକ ଦାସକାନୁନଗୋ, ଯୁବ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ବିକାଶ ମହାନ୍ତ, ବିଜୟ ରାମ୍, ଶଶାଙ୍କ କୁମାର, ଗତିକୃଷ୍ନ ମହାନ୍ତ, ଗୁଷ୍ଟା ଗୋପାଲ,ଲଞ୍ଚ ଉଇଣ୍ଡୋଜ କମ୍ପ୍ୟୁଟର, ଏଲ୍ ଏଣ୍ଡ ଟି ହବ, କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ, ଟିପିଏନଓଡିଏଲ୍, ରାଇରଙ୍ଗପୁର କଲେଜ୍, ଏମସିସି ବ୍ୟାଙ୍କ୍ , ଏମକେ କୋଚିଂ ସେଣ୍ଟର୍, ଧିରଜ୍ ଲାଲ କଲେଜ୍, ଜାମଦା ଆଞ୍ଚଳିକ ମହାବିଦ୍ୟାଳୟ, ଜିତୁ ପଟ୍ଟନାୟକ ମେମୋରିଆଲ ପ୍ରଭୃତି।

ସେହିପରି ରକ୍ତ ସଂଗ୍ରହ କରୁଥିବା ଟେକନିସିଆନ ଦେବବ୍ରତ ଗିରି, ଅଙ୍କିତା ମହାନ୍ତ, ସୁମନ୍ତ ଗିରି, ଚିରଞ୍ଜିବୀ ମହାନ୍ତି, ସୁଜାତା ସ୍ୱାଇଁ ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଡାକ୍ତରଖାନାର ରକ୍ତଭଣ୍ଡାର ଅଧିକାରୀ ଡଃ ସୁଦିବ୍ୟ ଲୋଚନ ସିଂଙ୍କ ପୌତାହିତ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍ ୧୫  ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରେଡ୍ଡୀ ଭାଲେନ୍ଟିଆରର ସେଚ୍ଛାସେବୀମାନେ ପରିଚାଳନାରେ ସହୋଯଗ କରିଥିଲେ। ଶେଷରେ ଡାକ୍ତର ଡ଼ି.ଏଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ।

Blood donation

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe