ରକ୍ତଦାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବୁଗୁଡ଼ା ନିକଟସ୍ଥ ଦିବ୍ୟ ଦର୍ଶନ ଜରାଶ୍ରମ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛିl ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

9f11140d-c678-4afb-8cc7-28a058d8210b

ବୁଗୁଡ଼ା: ଦିବ୍ୟଦର୍ଶନ ପ୍ରତିଷ୍ଠାତା ସଦଗୁରୁ ଶ୍ରୀଶ୍ରୀ ଅର୍ଜୁନଙ୍କର ୯୩ତମ ଜୟନ୍ତୀ ଉପଲକ୍ଷେ ଶୁକ୍ରବାର ଗଂଜାମ ଜିଲ୍ଲା ବୁଗୁଡ଼ା ନିକଟସ୍ଥ ଦିବ୍ୟ ଦର୍ଶନ ଜରାଶ୍ରମ ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛିl ଶିବିରରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଆଦିପୁର ଦିବ୍ୟ ଦର୍ଶନ ସଙ୍ଘ ଓ ସମ୍ବାଦ ଆମ ଓଡ଼ିଶା ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଜେପି କେନ୍ଦ୍ରୀୟ ପରିଷଦ ସଦସ୍ୟା ଜୟନ୍ତୀ ପଢିଆରୀ, ବିଧାୟକଙ୍କ ବ୍ଲକ ପ୍ରତିନିଧି ହରିହର ସାହୁ, ନଗର ପ୍ରତିନିଧି ୟୁ ଯଜ୍ଞ ନାରାୟଣ ପାତ୍ର ବୁଗୁଡ଼ା ନଗର ମଣ୍ଡଳ ସଭାପତି କେଦାର ନାଥ ମହାରଣା,ସମ୍ବାଦ ପ୍ରତିନିଧି ଅନିଲ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେl 

691f961f-70b5-4628-a267-aefcf53bab87

ଏହି ଶିବିରରେ ୭ ଜଣ ମହିଳାଙ୍କ ସମେତ ୫୧ ଜଣ ସ୍ଵେଛକୃତ ଭାବେ ରକ୍ତଦାନ କରିଥିଲେl ଦିପ୍ତିମୟୀ ଜେନା, ପ୍ରିୟତମା ସାହୁ, ଶ୍ରୀଦେବୀ ସାହୁ,ସମିତା କୁମାରୀ ଜେନା, ସୁଜାତା ସାହୁ, ଶିବାନୀ ବିଷୋୟୀ, ସାବିତ୍ରୀ ସାହୁ, ସୂର୍ଯ୍ୟ ପ୍ରକାଶ ସାହୁ, ଶୁଭମ ଦଳେଇ, ଧନେଶ୍ୱର ସାହୁ, ରାଜେନ୍ଦ୍ର କୁମାର ପ୍ରଧାନ, ଶିବ ପ୍ରସାଦ ଜେନା, ସୁଶାନ୍ତ କୁମାର ସାହୁ, ଶୁଭମ ପାତ୍ର, ଜଗବନ୍ଧୁ ମହାନ୍ତି, ଅମରେଶ ଜେନା, ଅଜିତ କୁମାର ସାହୁ, ନରେନ୍ଦ୍ର ମହାନ୍ତି, କେ. କୃଷ୍ଣ ଚନ୍ଦ୍ର ପାତ୍ର, ଶିବଶମ୍ଭୁ ପ୍ରଧାନ, ମନୋଜ କୁମାର ସାହୁ, ନକୁଳ ଜେନା, ଭଗବାନ ସାହୁ, ଶିବପ୍ରସାଦ ସାହୁ, ସତ୍ୟବାନ ପାତ୍ର, ସନ୍ତୋଷ ପାଢ଼ୀ, ରମା ଭୂଷଣ ସାହୁ, ଶଶୀ ଭୂଷଣ ସାହୁ, ପ୍ରଶାନ୍ତ ନାୟକ, ସୁଜିତ ପଲେଇ, ଓମ ପ୍ରସାଦ ନାୟକ, ରାଜେଶ କୁମାର ସାହୁ, ଯତନ କୁମାର ନାୟକ, ଅରୁଣ କୁମାର ମହାନ୍ତି, ସୂର୍ଯ୍ୟ ନାରାୟଣ ରାଉତ, ସନ୍ତୋଷ କୁମାର ଡାକୁଆ, ସୁଶାନ୍ତ କୁମାର ପ୍ରଧାନ, କୃଷ୍ଣ ଚନ୍ଦ୍ର ନାହାକ, ସଞ୍ଜୟ ବେହେରା, ଅମିତ କୁମାର ସାହୁ, ଧୀରେନ କୁମାର ନନ୍ଦ, ବିଭୁତି ଭୂଷଣ ସାହୁ, ଜ୍ଞାନ ରଞ୍ଜନ ସ୍ୱାଇଁ, ସୁଶାନ୍ତ କୁମାର ପ୍ରଧାନ, ସନାତନ ବିଷୋୟୀ, ନିରାକାର ସାହୁ, ସତ୍ୟଜିତ ଶତପଥୀ, ଉପେନ୍ଦ୍ର ଶତପଥୀ, ଅନିନାଶ ପାତ୍ର ପ୍ରମୁଖ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ। ଏହି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

Blood Donation Camp | Samad and Ama Odisha 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe