ରକ୍ତଦାନ ଶିବିର ଅନୁଷ୍ଠିତ; ୨୪ ୟୁନିଟ୍ ରକ୍ତ ସଂଗୃହୀତ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟର ଏଜୁକେସନ ଟ୍ରଷ୍ଟ, ସମ୍ବାଦ ଆମ ଓଡ଼ିଶା ଓ ଜୁନିୟର୍ ରେଡକ୍ରସ୍ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟର ଏଜୁକେସନ ଟ୍ରଷ୍ଟ, ସମ୍ବାଦ ଆମ ଓଡ଼ିଶା ଓ ଜୁନିୟର୍ ରେଡକ୍ରସ୍ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତଭଣ୍ଡାର ପରିସରରେ ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟର ଏଜୁକେସନ ଟ୍ରଷ୍ଟ, ସମ୍ବାଦ ଆମ ଓଡ଼ିଶା ଓ ଜୁନିୟର୍ ରେଡକ୍ରସ୍ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଟ୍ରଷ୍ଟର ଟ୍ରଷ୍ଟି ଦୀପକ୍ କୁମାର ବେହେରା, ଡାଇରେକ୍ଟର୍ ଗିତାଂଜଳି ମହାକୁଡ, ଏମଡି ଆଶିଷ କୁମାର ଦଳେଇ, ରାଇରଙ୍ଗପୁର ସମ୍ବାଦର ଜିଲ୍ଲା ପ୍ରତିନିଧି ତଥା ଆମ ଓଡ଼ିଶା ପ୍ରତିନିଧି ତୁଷାର କାନ୍ତ ମହାନ୍ତ, ଜୁନିୟର୍ ରେଡକ୍ରସ୍‌ର ସ୍ମୃତିରଂଜନ ପାଣି ପ୍ରମୁଖ ପରିଚାଳନା କରିଥିଲେ।

ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଉପଜିଲ୍ଲାପାଳ ସୌମ୍ୟରଂଜନ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ସ୍ପୋଶାଲ ବ୍ରାଞ୍ଚ ଅଫିସର ଉପେନ୍ଦ୍ରନାଥ ବେହେରା, ଅତିଥି ଭାବେ ଦି କମନ ଟାଇମ ବ୍ୟୁର ଚିପ ଶ୍ରୀଯୁକ୍ତ ଦିଲ୍ଲୀପ ଚୋୖଧରୀ ଓ ବିଶିଷ୍ଟ ସମାଜ ସେବକ ମନମୋହନ ପରମଣିକ ଯୋଗଦେଇ ଫିତାକାଟି ଉଦଘାଟନ କରିବା ସହିତ ରକ୍ତଦାତା ଓ ଶିବିର ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। ତା ସହିତ ଆଗକୁ ଉପଖଣ୍ଡରେ ଯେମିତି କୌଣସି ରୋଗୀର ରକ୍ତଭାବରୁ ଜୀବନ ନଯାଉ ସେନେଇ କେମିତି ଶିବିର ଆୟଜନ କରାଯିବ ସେ ସମ୍ବନ୍ଧରେ ଆଲୋଚନା କରିଥିଲେ। ଉକ୍ତ ଶିବିରକୁ ଆୟଜନ କରିବାରେ ଚିକିସ୍ୟାଳୟର ଡାକ୍ତର ଡି.ଏନ୍ ଟୁଡୁ, ଅଧ୍ୟାପକ ବିଜୟ କୁମାର ରାମ୍, ବିଶିଷ୍ଟ ରକ୍ତଦାତା ଗତିକୃଷ୍ଣ ମହାନ୍ତ, ସମ୍ବାଦର ଉତ୍ତର ଓଡ଼ିଶା ସଂସ୍କରଣର ବରିଷ୍ଠ କାର୍ଯନିର୍ବାହୀ ବିରଞ୍ଜନ ଦାସ ଜଗନ୍ନାଥ, ପଲେଇ, ସତ୍ୟନାଥ ଦାସ,ସଞିବ ପଲେଇ, ଶଶାଙ୍କ କୁମାର, ଲଷ୍ମୀକାନ୍ତ ପାତ୍ର, ଆକାଶ ରାଉତଙ୍କ ସମେତ କମ୍ପୁଟର୍ ଏଜୁକେସନ ଟ୍ରଷ୍ଟର ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ପ୍ରଥମ ଥର ପାଇଁ ରକ୍ତଦାନ କରିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଟ୍ରଷ୍ଟି ଦୀପକ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଉକ୍ତ ଶିବିରରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ସୁଦିବ୍ୟ ଲୋଚନ ସିଂ, ଏଲଟି ଦେବବ୍ରତ ଗିରି, ଚିରଂଜୀବି ମହାନ୍ତି, ସୁମନ୍ତ ଗିରି, ଅଙ୍କିତା ମହାନ୍ତ, ସୁଜାତା ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶିବିରରୁ ମୋଟ୍ ୨୪ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା। ଲଞ୍ଚ ଉଇଣ୍ଡୋଜ୍ କମ୍ପୁଟର୍‌ର ୧୧ ବର୍ଷ ପୂର୍ତ୍ତି ଅବସରରେ ଏହି ଶିବିର ଆୟୋଜନ କରାଯାଇଥିଲା।

publive-image

ରକ୍ତଦାତାମାନେ ହେଲେ ଅଭିଜିତ୍ ଗିରି, ସଂଜୟ କୁମାର ଟୁଡୁ, କୃଷ୍ନଚନ୍ଦ୍ର ମାରାଣ୍ଡି, ଅଙ୍କିତ ବାରିକ, ମାର୍ଶାଲ୍ ବେଶ୍ରା, ସୋନାମଣୀ ମହାନ୍ତ, ସଂଜୟ ଜେରାଇ, ଲକ୍ଷବଚ୍ଚ ବେଶ୍ରା, ଆଶିଷ କୁମାର ଦଳାଇ, ଉଦୟ ଭାନୁ ପ୍ରଧାନ, ସତ୍ୟନାଥ ଦାସ, କୁବେଇ ଦାସ, ସୁକଦେବ ଦାସ, ସଂଜୀବ କୁମାର ପଲାଇ, ଶୈଳେଶ ବାରିକ, ରତିକାନ୍ତ ମହାନ୍ତ, ଚନ୍ଦ୍ରଦୀପ କୁମାର ସାହୁ, ଦେବବ୍ରତ ପାତ୍ର, ଲକ୍ଷ୍ମିୁକାନ୍ତ ପାତ୍ର, ସତ୍ୟପ୍ରିୟା ମହାନ୍ତ, ରାମ ନାରାୟଣ ମହାନ୍ତ, ନିତିଶ ହାଁସଦାଃ, ଦୀପକ କୁମାର ବେହେରା, ଦିଲ୍ଲୀପ ଚୌଧରୀ ପ୍ରମୁଖ।

Blood Donation Camp | Mayurbhanj

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe