ବିଜେପି ନେତାଙ୍କ ଜନ୍ମଦିନରେ ରକ୍ତଦାନ ଶିବିର: ୧୧୦ ୟୁନିଟ୍ ରକ୍ତ ସଂଗୃହୀତ

ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା ସମୀର ଦାଶଙ୍କ ଜନ୍ମଦିନରେ ମଙ୍ଗଳବାର ଦିନ ରତ୍ନାକର ଦାଶ ଫାଉଣ୍ଡେସନ୍ ଆନୁକୁଲ୍ୟରେ ନିମାପଡ଼ା ଟାଉନ ହଲ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଉଛି।

blood donation camp

blood donation camp Photograph: (sambad.in)

ବାମନାଳ: ରତ୍ନାକର ଦାଶ ଫାଉଣ୍ଡେସନ୍ ଆନୁକୁଲ୍ୟରେ ନିମାପଡ଼ା ଟାଉନ ହଲ ଠାରେ ମଙ୍ଗଳବାର ପୂର୍ବାହ୍ନରେ ଏକ ରକ୍ତଦାନ ଶିବିର ଅନୁଷ୍ଟିତ ହୋଇଯାଉଛି। ରତ୍ନାକର ଦାଶ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ବିଜେପି ମୁଖପାତ୍ର ସମୀର ରଞ୍ଜନ ଦାଶଙ୍କ ଜନ୍ମଦିନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରତ୍ନାକର ଦାଶ ଫାଉଣ୍ଡେସନ୍‌ର ମାର୍ଗଦର୍ଶକ ଶିକ୍ଷାବିତ ଜଗତ ପ୍ରସାଦ ସାବୁତ ଅତିଥି ରୁପେ ଯୋଗଦେଇ ସୁଭ ଉଦଘାଟନ କରିଥିଲେ।

ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ଖଟୋଇ, ଜିବନାନ୍ଦ ମହାପାତ୍ର, ଅଶୋକ ସାହୁ, ଯୁବ ନେତୃତ୍ବ ମନ୍ଦିପ ପାଇକରାୟ, ରାକେଶ ବେହେରା, ସଞ୍ଜୟ କେତନ ମହାପାତ୍ର, ସତ୍ୟଜିତ୍ ଅଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ।

ଏହି ଶିବିରରେ ମୋଟ୍ ୧୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। କ୍ୟାପିଟାଲ ରେଡକ୍ରସ ପକ୍ଷରୁ ଦେବାଶିଷ ମିଶ୍ରଙ୍କ ତତ୍ତ୍ଵାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା। ନିମାପଡା ଗୋପ ନିର୍ବାଚନ ମଣ୍ଡଳୀରୁ ଅନେକ ଯୁବ ନେତୃତ୍ବ ଏହି ଶିବିରରେ ସାମିଲ୍ ହୋଇଥିବା ବେଳେ ସରପଞ୍ଚ, ସମିତିସଭ୍ୟଙ୍କ ସହ ଅନେକ ନେତୃତ୍ବ ଜନ୍ମଦିନରେ ସମିରଙ୍କୁ ଶୁଭେଚ୍ଛା ଜଣାଇଥିଲେ।

Blood Donation Camp | puri

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe