ସାଧାରଣତନ୍ତ୍ର ଦିବସରେ ବ୍ଲଡ୍ ମ୍ୟାନ୍ ‘ଟିଟନ୍’ ସମ୍ମାନିତ

Advertisment

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ଟିଟନ୍। ରାଇରଙ୍ଗପୁର ଉପଖଣ୍ଡ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ। ସଚେତନତା ଅଭାବରୁ ରୋଗୀ ସଂଖ୍ୟା ମଧ୍ୟ ମାଳମାଳ। ଯାହାଫଳରେ ଅଧିକାଂଶ ରୋଗୀଙ୍କ ରକ୍ତଭାବ ଦେଖାଦେଇଥାଏ।

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ଟିଟନ୍। ରାଇରଙ୍ଗପୁର ଉପଖଣ୍ଡ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ। ସଚେତନତା ଅଭାବରୁ ରୋଗୀ ସଂଖ୍ୟା ମଧ୍ୟ ମାଳମାଳ। ଯାହାଫଳରେ ଅଧିକାଂଶ ରୋଗୀଙ୍କ ରକ୍ତଭାବ ଦେଖାଦେଇଥାଏ।

Blood man felicitated

Blood man felicitated. Photograph: (Sambad )

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସରେ ସମ୍ମାନିତ ହେଲେ ଟିଟନ୍। ରାଇରଙ୍ଗପୁର ଉପଖଣ୍ଡ ହେଉଛି ଆଦିବାସୀ ବହୁଳ ବିଶିଷ୍ଟ ଅଂଚଳ। ସଚେତନତା ଅଭାବରୁ ରୋଗୀ ସଂଖ୍ୟା ମଧ୍ୟ ମାଳମାଳ। ଯାହାଫଳରେ ଅଧିକାଂଶ ରୋଗୀଙ୍କ ରକ୍ତଭାବ ଦେଖାଦେଇଥାଏ।

ଜରୁରୀକାଳୀନ ଯେତେବେଳେ ରୋଗୀଙ୍କ ରକ୍ତ ଦରକାର ହୁଏ ଏବଂ ରକ୍ତ ପାଇଁ ସମ୍ପର୍କୀୟ କିମ୍ବା ରକ୍ତଦାତାଙ୍କଠାରୁ ରକ୍ତ ନମିଳିଲେ ନିରାଶ ହେବା ପରେ ବ୍ଲଡ୍ ମ୍ୟାନ୍ ଭାବେ ପରିଚିତ ସୌମିକ୍ ଦାସ କାନୁନଗୋ। ତେବେ ତାଙ୍କୁ ସମସ୍ତେ ଟିଟନ୍ ନାମରେ ଜାଣନ୍ତି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଅଂଚଳର ରକ୍ତଦାନ ଅଭିଯାନର ଜଣେ ଆଗଧାଡିର ଯୋଦ୍ଧା ହେଉଛନ୍ତି ସୌମିକ (ଟିଟନ୍)। 

କେବଳ ରକ୍ତଦାନ ନୁହେଁ ଦୂର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ହାସ୍ପିଟାଲ ନେବା, ଅସହାୟ ବୃଦ୍ଧବୃଦ୍ଧାଙ୍କୁ ସାହାର୍ଯ୍ୟ କରିବା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟ କରନ୍ତି ଟିଟନ୍। ତାଙ୍କ ଘର ରାଇରଙ୍ଗପୁର ପୌରପରିଷଦର ୱାର୍ଡ ନଂ ୭ ପୁରୁଣାଘାଟିରେ। ସେ ନିଜେ କେତେଥର ରକ୍ତଦାନ କରିଛନ୍ତି ଗଣିନଥିଲେ ମଧ୍ୟ ୨୫ ରୁ ଉର୍ଦ୍ଧ ରକ୍ତଦାନ କରିଥିବା ବେଳେ ବିଭିନ୍ନ ସାମାଜିକ ସଂଗଠନ, ବ୍ୟକ୍ତିବିଶେଷ, ଅନୁଷ୍ଠାନ, କ୍ରିକେଟ୍ କ୍ଲବ୍ ସହିତ ଯୋଡ଼ି ହୋଇ ବହୁ ରକ୍ତଦାନ ଶିବିର ଆୟୋଜନ କରି ହଜାର ହଜାର ୟୁନିଟ୍ ରକ୍ତ ସଂଗ୍ରହ କରି ସାରିଛନ୍ତି। ତା ସହିତ ରକ୍ତଦାନର ମହତ୍ୱ ସମ୍ପର୍କରେ ସଚେତନତା ମଧ୍ୟ କରିଥାନ୍ତି ଟିଟନ୍। ଯେଉଁଥି ପାଇଁ କି ସେ ଛୋଟରୁ ବଡ, ଗରିବ କି ଧନି ସମସ୍ତଙ୍କର ପ୍ରିୟ ପାତ୍ର ପାଲଟିଛି। ଏହାବ୍ୟତୀତ ରାସ୍ତାରେ ବୁଲୁଥିବା ଅସହାୟ, ପାଗଳ, ପାଗଳି, ବୃଦ୍ଧ, ବୃଦ୍ଧା ପ୍ରଭ୍ରୁତିଙ୍କୁ ମଧ୍ୟ ଖାଦ୍ୟ ସହିତ ଶୀତବସ୍ତ୍ର ମଧ୍ୟ ଯୋଗାଇଥାନ୍ତି। ଏଥିପାଇଁ  ବ୍ଲଡ୍ ମ୍ୟାନ୍ ଭାବେ ପରିଚିତ ଟିଟନ୍।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe