ଶିକ୍ଷା-ସ୍ୱାସ୍ଥ୍ୟ-ଗମନାଗମନ ଠାରୁ ବହୁ ଦୂରରେ ବୋଲିଙ୍ଗିଆ

Advertisment

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଏକ ଛୋଟ ଗାଁ ବୋଲିଙ୍ଗିଆ, ସରକାରୀ ଅବହେଳାର ଶିକାରରେ ଗ୍ରାମବାସୀ ହନ୍ତସନ୍ତ।ଦେଶ ସ୍ୱାଧୀନତାର ୭୯ବର୍ଷ ପରେ ମଧ୍ୟ ବିକାଶ ସ୍ପର୍ଶ କରିନଥିବା ଏହି ଗାଁ ସବୁ କ୍ଷେତ୍ରରେ ଅବହେଳିତ।

କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଏକ ଛୋଟ ଗାଁ ବୋଲିଙ୍ଗିଆ, ସରକାରୀ ଅବହେଳାର ଶିକାରରେ ଗ୍ରାମବାସୀ ହନ୍ତସନ୍ତ।ଦେଶ ସ୍ୱାଧୀନତାର ୭୯ବର୍ଷ ପରେ ମଧ୍ୟ ବିକାଶ ସ୍ପର୍ଶ କରିନଥିବା ଏହି ଗାଁ ସବୁ କ୍ଷେତ୍ରରେ ଅବହେଳିତ।

1002358820

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଆଦିବାସୀ ଅଧ୍ୟୁଷିତ ଏକ ଛୋଟ ଗାଁ ବୋଲିଙ୍ଗିଆ, ସରକାରୀ ଅବହେଳାର ଶିକାରରେ ଗ୍ରାମବାସୀ ହନ୍ତସନ୍ତ।ଦେଶ ସ୍ୱାଧୀନତାର ୭୯ବର୍ଷ ପରେ ମଧ୍ୟ ବିକାଶ ସ୍ପର୍ଶ କରିନଥିବା ଏହି ଗାଁ ସବୁ କ୍ଷେତ୍ରରେ ଅବହେଳିତ।

ଏହି ଗ୍ରାମକୁ ଯୋଗାଯୋଗ କରିବାକୁ କୌଣସି ପକ୍କା ରାସ୍ତା ନାହିଁ, ଫଳରେ ବର୍ଷା ଋତୁରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି।ସ୍ଵାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ଏଠି ଅସୁବିଧା ଚରମ ସୀମାକୁ ପହଞ୍ଚିଛି। ଏକ ପ୍ରାଥମିକ ଉପଚାର କେନ୍ଦ୍ର ପାଖରେ ନଥିବାରୁ ଗୁରୁତର ରୋଗୀମାନେ ଦୂର ଅଞ୍ଚଳକୁ ଯିବାକୁ ବାଧ୍ୟ ହୁଅନ୍ତି। ଗର୍ଭବତୀ ମହିଳାମାନେ ବି ଚିକିତ୍ସା ସୁବିଧା ଅଭାବରେ ବିପଦରେ ପଡୁଛନ୍ତି।

ଶିକ୍ଷା କ୍ଷେତ୍ରରେ ବି ଏହି ଗ୍ରାମ ପଛରେ ପଡ଼ିଛି। ପ୍ରାଥମିକ ଶିକ୍ଷା ପାଇଁ ଥିବା ବିଦ୍ୟାଳୟ ଅବ୍ୟବସ୍ଥିତ, ଏବଂ ଉଚ୍ଚ ଶିକ୍ଷା ପାଇଁ ପିଲାମାନେ ଦୂର ଦୂରାନ୍ତକୁ ଯିବାକୁ ବାଧ୍ୟ ହେଉଛନ୍ତି ।ଏହି ଗାଁ ର ସମସ୍ୟା ସରକାର ଓ ପ୍ରଶାସନଙ୍କ ନଜରକୁ ଆସୁନି। ତେଣୁ ଏହି ଅଞ୍ଚଳର ସମସ୍ୟା କୁ ଦୃଷ୍ଟିରେ ରଖି ସରକାର ରାସ୍ତାର ଉନ୍ନତି, ତଥା ପକ୍କା ରାସ୍ତା, ସ୍ଵାସ୍ଥ୍ୟ ବ୍ୟବସ୍ଥା ଓ ଶିକ୍ଷା ଉପରେ ଜୋର ଦେବା ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରିଛନ୍ତି।

Kandhamal

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe