ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଚାରିଟି ବ୍ଲକ୍‌ ବଣାଇଗଡ଼, ଲହୁଣିପଡ଼ା, ଗୁରୁଣ୍ଡିଆ, କୋଇଡ଼ାକୁ ନେଇ ଗଠିତ। ପ୍ରଭୂତ ଖଣିଜ ଓ ବନ୍ୟସମ୍ପଦରେ ସମୃଦ୍ଧ ଏହି ଉପଖଣ୍ଡର ବିକାଶ ଆଖିଦୃଶିଆ ହୋଇପାରିନାହିଁ। ବର୍ଷକୁ ଶହଶହ କୋଟି ଟଙ୍କା ରାଜସ୍ବ ଦେଉଥିବା ଏହି ଉପଖଣ୍ଡ ବିକାଶର ମାନଚିତ୍ରରେ ଅଦ୍ୟାବଧି ସ୍ଥାନ ପାଇନାହିଁ। ସ୍ବାସ୍ଥ୍ୟ, ଶିକ୍ଷା, ପରିବହନ, ରାସ୍ତାଘାଟ ଆଦି ସବୁ ବିଷୟରେ ଏହି ଉପଖଣ୍ଡ ପଛୁଆ। ଉପଖଣ୍ଡରେ ଉପଜିଲ୍ଲାପାଳ, ବନଖଣ୍ଡ ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଉପଖଣ୍ଡ ପୁଲିସ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ଉପଖଣ୍ଡୀୟ ମୁଖ୍ୟାଳୟ ରହିଛି, କିନ୍ତୁ ବଣାଇକୁ ଜିଲ୍ଲା ଘୋଷଣା କରିବା ପାଇଁ କେତେ ଆନ୍ଦୋଳନ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ସେହିପରି ଏନ୍‌ଏସି ମାନ୍ୟତା ମଧ୍ୟ ଏକ ସ୍ବପ୍ନହୋଇ ରହିଯାଇଛି।

Advertisment

ଆହୁରି ପଢ଼ନ୍ତୁ:Asim Munir : ନିଜ ପୁତୁରା ସହ ନିଜ ଝିଅ ବାହାଘର କରାଇଲେ ଅସୀମ ମୁନିର

ବିକାଶର ଅପେକ୍ଷାରେ ବଣାଇ

ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଚିକିତ୍ସାଳୟ ଅଛି। କିନ୍ତୁ ଚିକିତ୍ସା ପାଇଁ ଲୋକେ ରାଉରକେଲା ଉପରେ ବେଶି ନିର୍ଭରଶୀଳ। ଉପଖଣ୍ଡ ଡାକ୍ତରଖାନାରେ ଶଯ୍ୟା ସମସ୍ୟା ଗୁରୁତର। ଏକ୍ସରେ ମେସିନ ଅଛି, କିନ୍ତୁ ରୋଗୀଙ୍କ ସେବାରେ ଲାଗୁନି। ବଣାଇ ଅଞ୍ଚଳରେ କଳକରଖାନା ଯୋଗୁ କିଡ୍‌ନି ରୋଗୀ ଅଧିକ। କିନ୍ତୁ କିଡ୍‌ନି ଡାକ୍ତର ନାହାନ୍ତି ଓ ଡାଇଲିସିସ ସେଣ୍ଟରରେ ମଧ୍ୟ ଠିକ୍‌ ଭାବେ ସେବା ଦିଆଯାଉ ନଥିବାରୁ ଲୋକେ ରାଉରକେଲା, କଟକ, ଭୁବନେଶ୍ୱର ଉପରେ ନିର୍ଭରଶୀଳ। ସେହିପରି ବିଭିନ୍ନ ବିଭାଗରେ ମଧ୍ୟ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ରହିଛି। ଏବେ ପୁଣି ଉପଖଣ୍ଡ ଡାକ୍ତରଖାନା ସ୍ଥାନାନ୍ତର ପାଇଁ ହେଉଥିବା ଯୋଜନା ବଣାଇବାସୀଙ୍କୁ ଚିନ୍ତିତ କରିଛି। ଉପଖଣ୍ଡରେ ଶିକ୍ଷା କଥା ନ କହିଲେ ଭଲ। ଅଧିକାଂଶ ବିଦ୍ୟାଳୟରେ ଶିକ୍ଷକ ନାହାନ୍ତି। ଜଣେ ଦୁଇଜଣ ଶାିକ୍ଷକରେ ଅଧିକାଂଶ ସ୍କୁଲ ଚାଲୁଛି। ଉପଖଣ୍ଡରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷା ପାଇଁ ଅନୁଷ୍ଠାନ ନାହିଁ। ବଣାଇଗଡ଼ ମହାବିଦ୍ୟାଳୟକୁ ସରକାରୀ ମାନ୍ୟତା ପାଇଁ କେତେ ଆନ୍ଦୋଳନ ହୋଇଛି, କିନ୍ତୁ ସରକାର ନିଦାବିଷ୍ଣୁ ପାଲଟିଛନ୍ତି। 

ଆହୁରି ପଢ଼ନ୍ତୁ:Teacher Saves Student's Life: ଦେବଦୂତ ସାଜି ଛାତ୍ରୀଙ୍କ ଜୀବନ ବଞ୍ଚାଇଲେ ଶିକ୍ଷକ

ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ଓ ମେଡିକାଲ କଲେଜ ପାଇଁ କେତେ ଚିଠି ଲେଖାଗଲାଣି। କିନ୍ତୁ ରାଜ୍ୟ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଉପଖଣ୍ଡର ବିଭିନ୍ନ ଗାଁକୁ ଆଜି ମଧ୍ୟ ସବୁଦିନିଆ ରାସ୍ତା ନାହିଁ। ଅଧିକାଂଶ ଗାଁକୁ ବିଦ୍ୟୁତ୍‌ ସଂଯୋଗ ମଧ୍ୟ ହୋଇନାହିଁ। ଉପଖଣ୍ଡରେ ବିଭିନ୍ନ ଶିଳ୍ପସଂସ୍ଥା ଗଢ଼ି ଉଠିଥିଲେ ବି ବେକାରି ସମସ୍ୟା ଉତ୍କଟ। ଶିଳ୍ପ ପାଇଁ ବାପା ଜମି ଦେଇଥିବାବେଳେ ପୁଅଝିଅ ବେକାର, ଦାଦନ ଖଟିବାକୁ ଯାଉଛନ୍ତି। ପେଟକୁ ଦାନା ଦେଇପାରୁନଥିବା ଶିଳ୍ପ କିନ୍ତୁ ଅଞ୍ଚଳବାସୀଙ୍କୁ ମାଗଣାରେ ପ୍ରଦୂଷଣ ଉପହାର ଦେଇଚାଳିଛି। ପ୍ରଦୂଷଣ ଯୋଗୁ ଗୁରୁତର ସ୍ବାସ୍ଥ୍ୟସଂକଟ ସୃଷ୍ଟି ହେଉଥିବାବେଳେ ତା’ର ମୁକାବିଲା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ ତଥା ଶିଳ୍ପସଂସ୍ଥା ବି ପାର୍ଶ୍ବଞ୍ଚଳ ଉନ୍ନୟନ ପାଣ୍ଠିରୁ ଖର୍ଚ୍ଚ କରୁନାହାନ୍ତି। ଫଳରେ ସମସ୍ୟା ବଢ଼ିବଢ଼ି ଚାଲିଛି। ୨୦୨୫ ସରିବା ପାଇଁ ଆଉ ଗୋଟିଏଦିନ ବାକି ଥିବାବେଳେ ୨୦୨୬ ବଣାଇ ପାଇଁ କ’ଣ ଆଣିବ ତାକୁ ଅପେକ୍ଷା