୨୭୦ ଗ୍ରାମ୍‌ ବ୍ରାଉନସୁଗାର ଜବତ, ୫ ନିଶା ମାଫିଆ ଗିରଫ

ଭୁବନେଶ୍ବରରେ ନିଶା କାରବାର ବଢ଼ିବାରେ ଲାଗିଛି। କମିସନରେଟ ପୁଲିସ ଜାଲରେ ନିଶା ମାଫିଆ ଗ୍ୟାଙ୍ଗ। ମୈତ୍ରୀବିହାର ଥାନା ହାତିଆଶୁଣି ପାଣି ଟାଙ୍କି ନିକଟରେ ବ୍ରାଉନସୁଗାର କାରବାର ବେଳେ ମାଡିବସିଲା ସ୍ପେଶାଲ ସ୍କ୍ବାର୍ଡ।

brown sugar

ଭୁବନେଶ୍ବର: କମିସନରେଟ ପୁଲିସ ଜାଲରେ ନିଶା ମାଫିଆ ଗ୍ୟାଙ୍ଗ୍‌। ମୈତ୍ରୀବିହାର ଥାନା ହାତିଆଶୁଣି ପାଣି ଟାଙ୍କି ନିକଟରେ ବ୍ରାଉନସୁଗାର କାରବାର ବେଳେ ମାଡିବସିଲା ସ୍ପେଶାଲ ସ୍କ୍ବାର୍ଡ। 

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ ବେଳେ ୨୭୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ୫ ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ମୁନା ସେଠୀ, ରେକା ପଟ୍ଟନାୟକ, ସୁବ୍ରତ ରାଉତ, ସୁବ୍ରତ ପଟ୍ଟନାୟକ ଓ ଟିଙ୍କୁ ମହାନ୍ତ। ସେମାନଙ୍କ ଠାରୁ ଏକ ମାରୁତି ସୁଜୁକି କାର, ଗୋଟିଏ ସ୍କୁଟି, ୪ଟି ମୋବାଇଲ ଓ ୧୪ ହଜାର ୫ ଶହ ଟଙ୍କା ଜବତ କରାଯାଇଛି।

publive-image

୨୭୦ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ। ୫ ନିଶା ମାଫିଆଙ୍କୁ ଗିରଫ କରାଯାଇଛି।

ପୁଲିସ କମିସନର ‌ଏସ୍‌ ଦେବଦତ୍ତ ସିଂ କହିଛନ୍ତି, ଅଭିଯୁକ୍ତ ମୁନା ନାଁରେ ଖଣ୍ଡଗିରି, ନୟାପଲ୍ଲୀ, ଚନ୍ଦକା ଥାନାରେ ୧୭ଟି ମାମଲା ଥିବା ଜଣାପଡିଛି। ସାଲିଆସାହି ଅଞ୍ଚଳରେ ଏହି ଧଳାଜହର କାରବାର ନେଇ ଯୋଜନା ଚାଲିଥିବା ବେଳେ ଅଭିଯୁକ୍ତଙ୍କୁ କାବୁ କରିବା ସହ ନିଶାଦ୍ରବ୍ୟ ଜବତ କରିଥିଲା କମିସନରେଟ ପୁଲିସ। ଆଗକୁ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିସନର। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe