ଜଙ୍ଗଲରୁ ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର ଘଟଣା: ଦୁହେଁ ଥିଲେ ଲିଭ୍ ଇନ୍ ରେ

Advertisment

ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯେଉଁ   ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଉଭୟଙ୍କ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯେଉଁ   ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଉଭୟଙ୍କ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

live in

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇଁତଲା ଥାନା ଅନ୍ତର୍ଗତ ଆଠଗାଁ-ତୁଷୁରା ରାସ୍ତାର ଉପରଝର ପେଟେନେ ଦୁହୁଲା ଜଙ୍ଗଲ ଭିତରେ ଯେଉଁ   ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା, ଉଭୟଙ୍କ ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଏନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

fd323a5d-deab-4617-828d-d920e8a0b47f .jpeg

 ତାହା ଥିଲା ଏପରି-ମୃତ ଜାଭେଦ୍‌ ଏବଂ ପଲକ୍‌ ବୋକାରୋରୁ ହିଁ ପରିିଚିତ। ଦୁହିଁଙ୍କ ମଧ୍ୟରେ ୪ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ସେମାନେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ବଲାଙ୍ଗୀରରେ ମଧ୍ୟ ଉ‌ଭୟେ ଏକାଠି ରହୁଥିଲେ। ବାଇକ୍‌ରେ ସ୍ବଚ୍ଛନ୍ଦରେ ବୁଲାବୁଲି କରୁଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ରହୁଥିବା ଭଡ଼ାଘରେ ଦୀର୍ଘ ଘଣ୍ଟା ଧରି ନିର୍ଯାତନା ଦେଇଥିଲେ। ପଲକ୍‌ ଚିତ୍କାର କରିବାରୁ ତାକୁ ବି ରାସ୍ତାରୁ ହଟାଇବାକୁ ଅଭିଯୁକ୍ତମାନେ ଚିନ୍ତା କରି ହତ୍ୟା କରିଥିଲେ।

ମୃତ ଜାଭେଦ୍‌ ଏବଂ ପଲକ୍‌ ବୋକାରୋରୁ ହିଁ ପରିିଚିତ। ଦୁହିଁଙ୍କ ମଧ୍ୟରେ ୪ବର୍ଷ ହେଲା ପ୍ରେମ ସମ୍ପର୍କ ଥିଲା। ସେମାନେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେ। ବଲାଙ୍ଗୀରରେ ମଧ୍ୟ ଉ‌ଭୟେ ଏକାଠି ରହୁଥିଲେ। ବାଇକ୍‌ରେ ସ୍ବଚ୍ଛନ୍ଦରେ ବୁଲାବୁଲି କରୁଥିଲେ। ଅଭିଯୁକ୍ତମାନେ ସେମାନଙ୍କୁ ରହୁଥିବା ଭଡ଼ାଘରେ ଦୀର୍ଘ ଘଣ୍ଟା ଧରି ନିର୍ଯାତନା ଦେଇଥିଲେ। ପଲକ୍‌ ଚିତ୍କାର କରିବାରୁ ତାକୁ ବି ରାସ୍ତାରୁ ହଟାଇବାକୁ ଅଭିଯୁକ୍ତମାନେ ଚିନ୍ତା କରି ହତ୍ୟା କରିଥିଲେ।

ଜାଭେଦ୍‌ ୭ଲକ୍ଷ ଟଙ୍କା ନେଇ ବବଲୁ କିଲ୍ଲୋକୁ ଆଉ ଛୁଆଁଧରା ଦେଉନଥିଲା। ମୁଖ୍ୟ ଅଭିଯୁକ୍ତ ବବଲୁ, ଗୌରବ ତିୱାରୀ ଏବଂ କୌଶଲ ବିହାରୀ ନାମରେ ବିହାର ଏବଂ ଝାରଖଣ୍ଡରେ ହତ୍ୟା, ଠକେଇ, ସଶସ୍ତ୍ର ଡକାୟତି ଭଳି ସଂଗୀନ ମାମଲା ରହିଛି। ମୃତ ଜାଭେଦ୍‌ ଥିଲା ବବଲୁର ପ୍ରମୁଖ ସହଯୋଗୀ। ଜାଭେଦ୍‌ ସହ ବ୍ଲାକ୍‌ମେଲିଂ ଏବଂ ଧମକଚମକ ମାମଲାରେ ପଲକ୍‌ ବି ସହଯୋଗୀ ଥିଲା। ସେମାନେ ବଲାଙ୍ଗୀରରେ ବି ଗଞ୍ଜେଇ କାରବାର ନେଟୱର୍କ ବିଛାଇ ଥିଲେ। ରହୁଥିବା ଭଡ଼ାଘରେ ଦେହବେପାର ବି ଚାଲୁଥିବା ସନ୍ଦେହ କରାଯାଉଛି। କାରଣ ଗିରଫ ଭଡ଼ାଘର ମାଲିକ ରାଜେନ୍ଦ୍ର ମଧ୍ୟ ଟଙ୍କା କାରବାର ନେଇ ଜାଭେଦ୍‌ ସହ ଟଣାଓଟରା ଚଳାଇଥିଲା। ନିଜ ଟଙ୍କା ଫେରି ପାଇବାକୁ ସେ ଅନ୍ୟ ଅଭିଯୁକ୍ତଙ୍କ ସହ ହାତ ମିଳାଇଥିଲା। ରାଜେନ୍ଦ୍ରର ଘରେ ଝାରଖଣ୍ଡ ଏବଂ ବିହାରରୁ ଅପରାଧୀ ଶ୍ରେଣୀର ଲୋକ ଆସି ଆଶ୍ରୟ ନେଉଥିଲେ ବୋଲି ପୁଲିସ୍‌ ଜାଣିବାକୁ ପାଇଛି।

ସୂଚନାଯ‌ୋଗ୍ୟ, ଏହି ଘଟଣାରେ ପୁଲିସ ୮ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ଝାଡ଼ଖଣ୍ଡର ୭ ଓ ସ୍ଥାନୀୟ ଅଞ୍ଚଳର ବୋଲି ଜଣାଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe