‘ଲୋକଙ୍କ ଆବଶ୍ୟକତା, ପରିବେଶର ସୁରକ୍ଷା ଉଭୟକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି’

Advertisment

୫୦ ପ୍ରକାରର ମଞ୍ଜି ବୁଣିଦେଲେ ଜଳବାୟୁ ପରିବର୍ତ୍ତନ ହୋଇ ପାରିବ ନାହି। ଲୋକଙ୍କ ଆବଶ୍ୟକତା, ପରିବେଶର ସୁରକ୍ଷା ଉଭୟକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ବୁଧବାର ଏହା କହିଛନ୍ତି।

Updated On

୫୦ ପ୍ରକାରର ମଞ୍ଜି ବୁଣିଦେଲେ ଜଳବାୟୁ ପରିବର୍ତ୍ତନ ହୋଇ ପାରିବ ନାହି। ଲୋକଙ୍କ ଆବଶ୍ୟକତା, ପରିବେଶର ସୁରକ୍ଷା ଉଭୟକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ବୁଧବାର ଏହା କହିଛନ୍ତି।

ଅଦ୍ୟତନ ହୋଇଛି
Aurobindo Padhy

ଭୁବନେଶ୍ବର: ୫୦ ପ୍ରକାରର ମଞ୍ଜି ବୁଣିଦେଲେ ଜଳବାୟୁ ପରିବର୍ତ୍ତନ ହୋଇ ପାରିବ ନାହି। ଲୋକଙ୍କ ଆବଶ୍ୟକତା, ପରିବେଶର ସୁରକ୍ଷା ଉଭୟକୁ ଗୁରୁତ୍ବ ଦିଆଯିବାର ଆବଶ୍ୟକତା ରହିଛି। ସମ୍ବାଦ ଗ୍ରୁପ ପକ୍ଷରୁ ଭୁବନେଶ୍ବରରେ ଆୟୋଜିତ ତିନିଦିନିଆ ‘ପୁନଶ୍ଚ ପୃଥିବୀ’ ମହାସମ୍ମିଳନୀରେ ଯୋଗ ଦେଇ ରାଜ୍ୟ ସରକାରଙ୍କ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ବୁଧବାର ଏହା କହିଛନ୍ତି। ସେ କହିଛନ୍ତି ଯେ, ଆମେ ବିକାଶକୁ ରୋକିପାରିବା ନାହିଁ। ଯେମିତିକି ରାତାରାତି ପାୱାରପ୍ଲାଣ୍ଟ ଗୁଡ଼ିକ ବନ୍ଦ କରିହେବ ନାହିଁ। ଦୀର୍ଘସ୍ଥାୟୀ କୃଷି ପଦ୍ଧତି ଆପଣାଇବାକୁ ଉଦ୍ୟମ ହେଉଛି ଏବଂ ଏହାକୁ ଅଧିକ ଫୋକସ ଦିଆଯିବା ଦରକାର।

ଶ୍ରୀ ପାଢ଼ୀ କହିଛନ୍ତି ଯେ,  ସମସ୍ତେ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ କହୁଛନ୍ତି। ଜଳବାୟୁ ପରିବର୍ତ୍ତନ କୃଷି କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଉଛି। ରାଜ୍ୟରେ ବାର୍ଷିକ ହାରାହାରୀ ୧୪୫୫ ମିମି ବର୍ଷା ହେଉଛି। ଏତିକି ବର୍ଷାରେ ଓଡ଼ିଶାର ୩ ଗୁଣା ଭୂମିକୁ ପରିଚାଳନା କରିହେବ। ଯେତେବେଳେ ବର୍ଷା ହେଉଛି ବହୁତ ଜୋରରେ ହେଉଛି। କିନ୍ତୁ ରାଜ୍ୟର ବର୍ଷା ଜଳ ୬୨-୮୦ ପ୍ରତିଶତ ସମୁଦ୍ରକୁ ଚାଲି ଯାଉଛି। ବିଗତ ୫୦ ବର୍ଷ ମଧ୍ୟରେ ମାତ୍ର ୩ ବର୍ଷ ସ୍ବାଭାବିକ ବର୍ଷା ହୋଇଛି। ଗୋଟିଏ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳୁଛି। ବାଲେଶ୍ବରରେ ବର୍ଷା ହେଲା ବେଳେ ନୂଆପଡ଼ାରେ ମରୁଡ଼ି ହେଉଛି।

ଶ୍ରୀ ପାଢ଼ୀ କହିଛନ୍ତି, ଖାଦ୍ୟ ପ୍ରଣାଳୀରେ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଉତ୍ପାଦନ ବଢ଼ାଇବା ପାଇଁ ଚାଷ ଜମିକୁ ପାଣି ଯୋଗାଇ ଦେଲେ, ଫସଲ ବଢ଼ିଯିବ ନାହିଁ। ଚାଷ ପାଇଁ ଜଳର ସଫଳ ପରିଚାଳନା ଦରକାର। ଏଥି ପାଇଁ ଚାଷୀମାନଙ୍କୁ ଅର୍ଗାନିକ ମାଧ୍ୟମରେ ଚାଷ କରିବାକୁ ହେବ। ସରକାର ମଧ୍ୟ ଏଥି ପାଇଁ ସହାୟତା ପ୍ରଦାନ କରୁଛନ୍ତି। ଟେକ୍ନୋଲୋଜିରେ ପରିବର୍ତ୍ତନ ‌ଆସିଛି। ଚାଷୀଙ୍କୁ ପାଣିପାଗ ନେଇ ସତର୍କ ସୂଚନା ମିଳିଯାଉଛି।

ସମ୍ମିଳନୀରେ ଅଂଶଗ୍ରହଣ କରିଥିବା ନୟାଗଡ଼ ଜିଲ୍ଲା ଓଡ଼ଗାଁର ସୁକାନ୍ତ ଚୌଧୁରୀଙ୍କ ପ୍ରଶ୍ନରେ ଶ୍ରୀ ପାଢ଼ୀ କହିଛନ୍ତି, ଖରିଫ ଚାଷ ଅମଳ ପରେ ଚାଷୀମାନେ ସେହି ଜମିରେ ସ୍ବଳ୍ପକାଳୀନ ଚାଷ କରନ୍ତୁ। ଏହି କ୍ରମରେ ଡାଲିଜାତୀୟ ଫସଲ କରାଯାଇପାରିବ। ଏହା ଦ୍ବାରା ପରିବାରକୁ ପୋଷଣ ମିଳିବ। ପରିବାରର ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ। ଏହା ଦ୍ବାରା ମାଟିର ଉର୍ବରତା ମଧ୍ୟ ବଢ଼ିବ। ଫଳରେ ଉଭୟ ଚାଷୀ ଓ ମାଟିକୁ ଲାଭ ହେବ। ଗତବର୍ଷ ରାଜ୍ୟରେ ୧୦ ଲକ୍ଷ ହେକ୍ଟର ଏହି ଭଳି ଡାଲିଜାତୀୟ ଚାଷ କରାଯାଇଥିଲା। ଏକଦା ବରିଷ୍ଠ ସାମ୍ବାଦିକ ପାଲାଗୁମ୍ମି ସାଇନାଥ କହିଥିଲେ, ମୁମ୍ବାଇରେ ଫ୍ୟାସନ କାର୍ଯ୍ୟକ୍ରମରେ ଯେ‌ତିକି ସାମ୍ବାଦିକମାନେ ଉପସ୍ଥିତ ରହୁଛନ୍ତି, କୃଷି କ୍ଷେତ୍ରରେ କଭରେଜ ପାଇଁ ସେତିକି ରହୁ ନାହାନ୍ତି। କିନ୍ତୁ ସମ୍ବାଦ ଗ୍ରୁପ ପରିବେଶର ସୁରକ୍ଷା ପାଇଁ ଏକ ବଡ଼ କାମ ହାତକୁ ନେଇଛି।

ଶ୍ରୀ ପାଢ଼ୀ କହିଛନ୍ତି ଯେ, ପ୍ଲାଷ୍ଟିକର ବ୍ୟବହାର ହେଉଛି ବିଶ୍ବର ବଡ଼ ସମସ୍ୟା। ଏସିକୁ ୧୮ରେ ରଖି କମ୍ବଳ ଘୋଡେଇ ଶୋଇବା ଠିକ ନୁହେଁ। ହାତୀପଲ ଜଙ୍ଗଲରୁ ଆସି ଆମର ଫସଲ ନଷ୍ଟ କରୁଛନ୍ତି। କିନ୍ତୁ ଆମେ ଜଙ୍ଗଲ ଆଡ଼କୁ ଯାଇ ତାଙ୍କର ପରିବେଶକୁ ନଷ୍ଟ କରୁଛେ, ଏକଥା ମଧ୍ୟ ଆମକୁ ମନେ ରଖିବାକୁ ହେବ। ନୟାଗଡ଼ର ମୁଗ ଓ କେନ୍ଦୁଝରର ବିରିର ସ୍ବତନ୍ତ୍ର ଚାହିଦା ରହିଛି। ରାଜ୍ୟରେ କୋରାପୁଟ,‌ କେଉଁଝର, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ାରେ କଫି ଚାଷ ହେଉଛି। ୨୦୨୮ ମଧ୍ୟରେ ୧ ଲକ୍ଷ ହେକ୍ଟରରେ କଫି ଚାଷ କରିବାକୁ ଲକ୍ଷ୍ୟ ରଖିଛୁ। ଆରବିକା କଫି ଚାଷରେ କେମିତି ରାସାୟନିକ ସାର ଓ ଔଷଧ ହ୍ରାସ କରାଯାଇ ପାରିବ ସେଥିପାଇଁ ଉଦ୍ୟମ ଜାରି ରହିଛି।

ଓଡ଼ିଶାର ପରମ୍ପରା ବଜାୟ ରଖିବାକୁ ହେଲେ ଆମ ସମସ୍ତେ ହସ୍ତତନ୍ତ ପୋଷାକ ପିନ୍ଧିବାର ଅଛି। ଯେଉଁମାନେ ଏହା ପିନ୍ଧୁଛନ୍ତି ଏବଂ ଓଡ଼ିଶାର ପରିଚୟକୁ ବିଶ୍ୱ ଦରବାରରେ ପହଞ୍ଚାଉଛନ୍ତି ସେମାନଙ୍କୁ ନେଇ ମୁଁ ଗର୍ବ ଅନୁଭବ କରୁଛି। ଏହା ପୂର୍ବରୁ ଶ୍ରୀ ପାଢ଼ୀ କହିଥିଲେ ଯେ, ପୁନଶ୍ଚି ପୃଥିବୀ ହେଉଛି ଏକ ବହୁତ ଭଲ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ପାଇଁ ଯେଉଁମାନେ ଉଦ୍ୟମ ଜାରି ରଖିଛନ୍ତି, ସେମାନଙ୍କୁ ସାଧୁବାଦ ଜଣାଉଛନ୍ତି।

‘ଓ୍ୱାସନ’ର କାର୍ଯ୍ୟନିର୍ବାହୀ ସଂପାଦକ ଏ. ରବୀନ୍ଦ୍ର କୃଷିକ୍ଷେତ୍ରରେ ସାର, ଔଷଧର ପ୍ରୟୋଗ ନେଇ ବକ୍ତବ୍ୟ ରଖିଥିଲେ। ଓଡ଼ିଶା ସରକାର ମିଲେଟ ଉପରେ କାମ କରୁଛନ୍ତି। ଏହା ବହୁତ ଭଲ ପଦକ୍ଷେପ। ସେ କହିଛନ୍ତି ବିଶ୍ୱରେ କେବଳ ଜଳବାୟୁ ସଙ୍କଟ ଏକ ସମସ୍ୟା ନୁହେଁ। ପୋଷଣ ସଙ୍କଟ, ସାର ଓ ରସାୟନିକ ସଙ୍କଟ ଭଳି ଅନେକ ସମସ୍ୟା ଘେରରେ ଏବେ ଆମ୍ଭେମାନେ ଜୀବନଯାପନ କରୁଛେ। ଶିଳ୍ପକ୍ଷେତ୍ରରେ ଅଭିବୃଦ୍ଧି ନଦୀଗର୍ଭକୁ ପ୍ରଦୂଷିତ କରୁଛି, ଅନେକ କ୍ଷେତ୍ରରେ କ୍ୟାନ୍ସରର କାରଣ ପାଲଟୁଛି। ଏଥିପ୍ରତି ସତର୍କ ନହେଲେ ବଡ଼ ବିପଦର ସମ୍ମୁଖୀନ ହେବାକୁ ପଡ଼ିବ। ଏ ରବୀନ୍ଦ୍ର, ‘ଓ୍ୱାସନ’ର କାର୍ଯ୍ୟନିର୍ବାହୀ ସଚିବ

ଲାଇଭ୍‌ଲିହୁଡ୍‌ ଅଲଟରନେଟିଭ୍‌ର ପ୍ରତିଷ୍ଠାତା ତଥା ଅବସରପ୍ରାପ୍ତ ଆଇଆରଏସ୍‌ ସମ୍ବିତ ତ୍ରିପାଠୀ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଏହି ଅବସରରେ ଚାଷ କ୍ଷେତ୍ରରେ ଆମେ କପରି ଇକୋ ସିଷ୍ଟମ ବ୍ୟବହାର କରିବା, ସେନେଇ ପରାମର୍ଶ ଦେଇଥିଲେ। ସେ ଗ୍ରୀନ ଏଗ୍ରିକଲଚର ସୃଷ୍ଟି କରିବା ଓ ନଡ଼ାରୁ ଇଥାନୋଲ ପ୍ରସ୍ତୁତ କରି ଚାଷୀଙ୍କ ଆର୍ଥିକ ବିକାଶ  କଥା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe