ଘର ସାମ୍ନାରେ ବସିଥିଲା ଅଢ଼େଇ ବର୍ଷର ଶିଶୁପୁତ୍ର; ମାଡ଼ିଗଲା ଦ୍ରୁତଗାମୀ ପିକ୍‌ଅପ୍‌

ସୁମିତ୍ରା ପ୍ରଧାନ ଓ ଅନନ୍ଦେଶ୍ୱର ପ୍ରଧାନଙ୍କ ୨ ବର୍ଷ ୪ମାସର ଶିଶୁପୁତ୍ର ଅମ୍ଳାନ ଆଜି ଅପରାହ୍‌ଣ ୪ଟାରେ ଘର ସମ୍ମୁଖରେ ବସିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ପିକ୍‌ଅପ୍ ଆସିଥିଲା।

Mionr boy killed in accident

Mionr boy killed in accident Photograph: (sambad.in)

ଘୁ.ଉଦୟଗିରି: ଘର ସାମ୍ନାରେ ବସିଥିବା ଜଣେ ଅଢ଼େଇ ବର୍ଷର ଶିଶୁପୁତ୍ର ଉପରେ ଦ୍ରୁତଗାମୀ ପିକ୍‌ଅପ୍‌ ମାଡ଼ି ଯାଇଛି। ଏହି ଅପ୍ରୀତିକର ଘଟଣା ଯୋଗୁଁ ଶିଶୁପୁତ୍ରର ମୃତ୍ୟୁ ଘଟିଛି। କନ୍ଧମାଳ ଜିଲ୍ଲା ଘୁମୁସର ଥାନା ଅର୍ନ୍ତଗତ ଆଡାସିକୁପା ନୂଆସାହି ଗ୍ରାମରେ ଏହି ଦୁର୍ଘଟଣା ଘଟିଛି। ମୃତ ଶିଶୁପୁତ୍ରର ନାମ ଅମ୍ଲାନ ପ୍ରଧାନ।  

ସୂଚନା ଅନୁସାରେ ସୁମିତ୍ରା ପ୍ରଧାନ ଓ ଅନନ୍ଦେଶ୍ୱର ପ୍ରଧାନଙ୍କ ୨ ବର୍ଷ ୪ମାସର ଶିଶୁପୁତ୍ର ଅମ୍ଳାନ ଆଜି ଅପରାହ୍‌ଣ ୪ଟାରେ ଘର ସମ୍ମୁଖରେ ବସିଥିଲେ। ଏହି ସମୟରେ ଏକ ଦ୍ରୁତଗାମୀ ବୋଲେରୋ ପିକ୍‌ଅପ୍ (ଓଡି ୦୨ ସିଏଫ୍‌ ୬୧୬୫) ଆସିଥିଲା। ପିକ୍‌ଅପ୍‌ର ଚାଳକ ପାବୁରିଆ ଠାରୁ ଘୁ.ଉଦୟଗିରି ଅଭିମୁଖେ ଦ୍ରୁତଗତିରେ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଅମ୍ଳାନଙ୍କ ଘର ବାରଣ୍ଡାକୁ ଧକ୍କା ଦେଇଥିଲେ। ବାରଣ୍ଡାରେ ବସିଥିବା ଆମ୍ଲନକୁ ଶକ୍ତ ଧକ୍କା ଦେଇଥିଲେ। ଦୁର୍ଘଟଣାର ଶିକାର ହୋଇ ଶିଶୁପୁତ୍ର ଛଟପଟ ହେଉଥିବା ବେଳେ ଗାଡ଼ି ଚାଳକ ଘଟଣାସ୍ଥଳରୁ ଫେରାର ହୋଇଥିଲା। 

ଗ୍ରାମବାସୀ ଆହତ ଅମ୍ଳାନଙ୍କୁ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆସିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଗାଡ଼ି ଚାଲକଙ୍କ ବେପରୁଆ ଗାଡ଼ି ଚାଳନା ଏବଂ ଦ୍ରୁତଗତି ଯୋଗୁଁ ଏହି ଦୁର୍ଘଟଣା ଘଟିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛନ୍ତି। ଗାଁରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଛି। ପୁଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘୁ.ଉଦୟଗିରି ଆଦର୍ଶ ଥାନାର ଏସ୍ଆଇ ଅନନ୍ତ ପ୍ରଧାନ ଓ  ଏଏସ୍ଆଇ ରବୀନ୍ଦ୍ର ସେଠୀ ପହଞ୍ଚି ଘଟଣା ବିଷୟରେ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି। 

Kandhamal
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe