୩୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

Advertisment

ଯାଜପୁର ଥାନା ଅନ୍ତର୍ଗତ ମକେଇପୁର ଛକରେ ଯାଜପୁର ଅବକାରୀ ବିଭାଗର ଚଢ଼ଉ କରିଛି। ଜଣେ ବ୍ରାଉନସୁଗାର ବେପାରୀ ଠାରୁ ୩୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଅବକାରୀ ଥାନା ଅଭିଯୁକ୍ତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପରମେଶ୍ବର ପଣ୍ଡା। 

ଯାଜପୁର ଥାନା ଅନ୍ତର୍ଗତ ମକେଇପୁର ଛକରେ ଯାଜପୁର ଅବକାରୀ ବିଭାଗର ଚଢ଼ଉ କରିଛି। ଜଣେ ବ୍ରାଉନସୁଗାର ବେପାରୀ ଠାରୁ ୩୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଅବକାରୀ ଥାନା ଅଭିଯୁକ୍ତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପରମେଶ୍ବର ପଣ୍ଡା। 

a53b625a-ef53-43d4-b645-dd9f22bbe69a
ଯାଜପୁର: ଯାଜପୁର ଥାନା ଅନ୍ତର୍ଗତ ମକେଇପୁର ଛକରେ ଯାଜପୁର ଅବକାରୀ ବିଭାଗର ଚଢ଼ଉ କରିଛି। ଜଣେ ବ୍ରାଉନସୁଗାର ବେପାରୀ ଠାରୁ ୩୨ ଗ୍ରାମର ବ୍ରାଉନସୁଗାର ଜବତ କରିଛି। ଅବକାରୀ ଥାନା ଅଭିଯୁକ୍ତ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି। ଅଭିଯୁକ୍ତ ହେଲା ପରମେଶ୍ବର ପଣ୍ଡା। 

ଆଁକୁଲା ଗାଁର ପଞ୍ଚାନନ ପଣ୍ଡାଙ୍କ ପୁଅ ପରମେଶ୍ବର ପଣ୍ଡା ଦୀର୍ଘ ଦିନ ହେଲା ବ୍ରାଉନସୁଗାର ବେପାର କରିଆସୁଥିଲା। ଅବକାରୀ ବିଭାଗ ପକ୍ଷରୁ ବିଶ୍ବସ୍ତ ସୂ୍ତ୍ରରୁ ସୂଚନା ପାଇ ଅତର୍କିତ ଭାବେ ଚଢ଼ାଉ କରିଥିଲା। ପରମେଶ୍ବରଙ୍କ ଠାରୁ ୩୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହୋଇଥିବା ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଅବକାରୀ ଅଧିକାରୀ ପ୍ରଦୀପ କୁମାର ରଥ। 

ଅବକାରୀ ବିଭାଗ ଅଭିଯୁକ୍ତ ପରମେଶ୍ବରଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ପରମେଶ୍ବର ନିଜେ ବ୍ରାଉନସୁଗାର ସେବନ କରିବା ସହ ବ୍ୟବସାୟ କରୁଥିଲେ। ଅବକାରୀ ଅଧୀକ୍ଷକଙ୍କ ନିର୍ଦେଶ କ୍ରମେ ଏକ ସ୍ଵତନ୍ତ୍ର ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଉଥିବା ସମୟରେ ଧରାପଡ଼ିଥିଲା ପରମେଶ୍ବର।  
Crime | Jajpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe