ଟଙ୍କା ନଦେଲେ ଶବ ବ୍ୟବଚ୍ଛେଦ କରୁନାହଁନ୍ତି ହସ୍ପିଟାଲର କର୍ମଚାରୀ!

Advertisment

ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ନିରୀହ ଲୋକଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ଲୁଟି ଚାଲିଛନ୍ତି।

Updated On

ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ନିରୀହ ଲୋକଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ଲୁଟି ଚାଲିଛନ୍ତି।

ଅଦ୍ୟତନ ହୋଇଛି
Rairangpur hospital
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ହେଉଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଆଦିବାସୀ ବହୁଳ ବିଶିଷ୍ଟ ଅଞ୍ଚଳ ହୋଇଥିବାରୁ ବିଭିନ୍ନ ବିଭାଗର ସରକାରୀ କର୍ମଚାରୀମାନେ ନିରୀହ ଲୋକଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ଅର୍ଥ ଲୁଟି ଚାଲିଛନ୍ତି। ଏପରି ଘଟଣା ଦେଖିବାକୁ ମିଳୁଛି। ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାର ଶବ ବ୍ୟବଚ୍ଛେଦ ପାଇଁ ହାତଗୁଞ୍ଜା ନ ଦେଲେ କାମ ହେଉ ନ ଥ‌ିବା ଅଭିଯୋଗ ହେଉଛି।  ଡାକ୍ତରଖାନାର କର୍ମଚାରୀମାନେ ବ୍ୟବଚ୍ଛେଦ ନିମନ୍ତେ ମୃତକଙ୍କ ସମ୍ପର୍କୀୟଙ୍କଠାରୁ ଟଙ୍କା ଆଦାୟ କରୁଥ‌ିବା ଅଭିଯୋଗ ହୋଇଛି। 
ସୂଚନା ଅନୁସାରେ, ଆଦିବାସୀ ବହୁଳ ଅଞ୍ଚଳ ଗାଁଗୁଡିକରେ ଶବ ଗୁଡିକୁ ପୁଲିସ ଜବତ କରି ବ୍ୟବଚ୍ଛେଦ କରାଇବା ସମୟରେ ସମ୍ପୃକ୍ତ କର୍ମଚାରୀମାନେ ବିଭିନ୍ନ ଜିନିଷପତ୍ର କିଣିବା ଆଳ ଦେଖାଇ ମୃତକଙ୍କ ପରିବାରଙ୍କଠାରୁ ମନଇଚ୍ଛା ଟଙ୍କା ଆଦାୟ କରୁଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ୧ ହଜାରରୁ ୩ ହଜାର ଯାଏ ଆଦାୟ କରୁଥ‌ିବା ଅଭିଯୋଗ ହୋଇଛି। ଗତ ମାସ ବଦାମପାହାଡ ଥାନା ଅଞ୍ଚଳ ବଡ଼ପୁରୁଣାପାଣି ଗାଁର ମୃତଦେହ ବ୍ୟବଚ୍ଛେଦ ପାଇଁ ଜଣେ କର୍ମଚାରୀ ୧୫ ଶହ ଟଙ୍କା ଦାବି କରିଥିଲେ। ମୃତକ ପରିବାର ନିକଟରେ ଟଙ୍କା ନ ଥ‌ିବାରୁ ୫ ଶହ ଦେବେ ବୋଲି କହିଥିଲେ; କିନ୍ତୁ ଏହା ପରେ କର୍ମଚାରୀ ଜଣକ କହିଥିଲେ ଯେ ଟଙ୍କା ଦିଅ ନ ହେଲେ ନିଜେ ମୃତଦେହକୁ ସିଲେଇ କରି ନିଅ ପ୍ରାୟ ଏକ ଘଣ୍ଟା ପରେ କାକୁତି ମିନତି ହୋଇ ମୃତକ ପରିବାର ଶବକୁ ଘରକୁ ନେଇଥିଲେ।

ବିଗତ ଦିନରେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଟଙ୍କା ଲାଞ୍ଚ ନେଉଥ‌ିବା ଭିଡିଓ ଭାଇରାଲ ହେବା ପରେ ଦୁଇ ଜଣ କର୍ମଚାରୀ ନିଲମ୍ବିତ ହୋଇଥିଲେ। ତଥାପି କର୍ମଚାରୀମାନେ ସୁଧରୁନାହାନ୍ତି। 

ଏ ନେଇ ରାଇରଙ୍ଗପୁର ଏସଡିଏମଓ ରବୀନ୍ଦ୍ର ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ  ସେ ସମ୍ବନ୍ଧରେ କର୍ମଚାରୀମାନଙ୍କ ସହିତ କଥା ହେଇଛନ୍ତି। ଭବିଷ୍ୟତରେ ଆଉ କୌଣସି କର୍ମଚାରୀ ଟଙ୍କା ମାଗିବେ ନାହିଁ। ଯଦି କୌଣସି କର୍ମଚାରୀ ଶବ ବ୍ୟବଚ୍ଛେଦ କିମ୍ବା ଅନ୍ୟ କୌଣସି ଚିକିତ୍ସା ପାଇଁ କୌଣସି କର୍ମଚାରୀ ଟଙ୍କା ମାଗିଲେ, ତାଙ୍କ ବିରୁଦ୍ଧରେ ଅଭିଯୋଗ ହେଲେ ତଦନ୍ତ କରି ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତ ରଖିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe