ରକ୍ଷାବନ୍ଧନରେ ଅଘଟଣ: ଭାଇ ହାତରେ ରାଖୀ ବାନ୍ଧି ପାରିଲେନି ଭଉଣୀ

ପବିତ୍ର ରକ୍ଷାବନ୍ଧନ ଅବସରରେ ଗାଁରୁ ସହର ଯାଏଁ ସବୁଠି ଉତ୍ସାହ ଦେଖାଯାଇଛି। ଭାଇ ଓ ଭଉଣୀଙ୍କ ସଂପର୍କର ଡୋରକୁ ଅଧିକ ଶକ୍ତିଶାଳୀ କରୁଥିବାର ପର୍ବ ‘ରକ୍ଷାବନ୍ଧନ’ରେ କଳାହାଣ୍ଡି ଜିଲ୍ଲା  ନର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାଇର ମୃତ୍ୟୁ ହୋଇଛି।

New Project (36)

ରୁପ୍ରା: ପବିତ୍ର ରକ୍ଷାବନ୍ଧନ ଅବସରରେ ଗାଁରୁ ସହର ଯାଏଁ ସବୁଠି ଉତ୍ସାହ ଦେଖାଯାଇଛି। ଭାଇ ଓ ଭଉଣୀଙ୍କ ସଂପର୍କର ଡୋରକୁ ଅଧିକ ଶକ୍ତିଶାଳୀ କରୁଥିବାର ପର୍ବ ‘ରକ୍ଷାବନ୍ଧନ’ରେ କଳାହାଣ୍ଡି ଜିଲ୍ଲା  ନର୍ଲା ଅଞ୍ଚଳରେ ଏକ ଦୁର୍ଘଟଣା ଘଟିଛି, ଯେଉଁଥିରେ ଭାଇର ମୃତ୍ୟୁ ହୋଇଛି। ଫଳରେ ଅପେକ୍ଷାରତ ଭଉଣୀର ରାଖୀ ବାନ୍ଧିବାର ସ୍ବପ୍ନ ଅଧୁରା ରହିଯାଇଛି। ସଡ଼କ ଦୁର୍ଘଟଣାରେ ଦୀପକ ରଣା (୨୩)ଙ୍କର ମୃତ୍ୟୁ ଘଟିଛି। 

ରୁପ୍ରା ଠାରୁ ଭାୟା ଭଟାଖମାର ଦେଇ ବାଲିପଡ଼ାକୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତାର ଭଟାଖମାର ଛକର ରାସ୍ତା ପାର୍ଶ୍ବରେ ଥିବା ପମ୍ପ୍ ହାଉସ୍‌ର ଫାଟକ୍ ଗେଟରେ ଆଜି ଅପରାହ୍ନ ସମୟରେ ଦ୍ରୁତଗତିରେ ଯାଉଥିବା ବାଇକ୍‌ ଧକ୍କା ହୋଇ ଚାଳକ ମୃତ୍ୟୁବରଣ କରିଥିବା ବେଳେ ବାଇକରେ ବସିଥିବା ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପଲମ ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। 

ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅଧିନ ଖୋଲାନ୍ ଗ୍ରାମର ଦୁଇ ସାଙ୍ଗ ଦୀପକ୍ ରଣା ଓ ମହେଶ ରଣା (୨୮) ନିଜର ଭଉଣୀ ଘର ନର୍ଲା ବ୍ଲକ୍ ଭାନପୁର୍ ଗ୍ରାମପଞ୍ଚାୟତ ଅଧୀନ ବାଲିପଡ଼ାକୁ ରାଖୀ ପାଇଁ ଆସୁଥିଲେ। ଉଭୟେ ନିଜ ଘରେ ରାଖୀ ପୂର୍ଣ୍ଣିମା ପାଳନ କରି ଭଉଣୀ ଘରକୁ ଆସୁଥିବା ବେଳେ ବାଲିପଡାକୁ ପହଞ୍ଚିବା ପୂର୍ବରୁ ତିନି କିଲୋମିଟର ଦୂରରେ ଭଟାଖମାର ଛକରେ ଭାରସାମ୍ୟ ହରାଇ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ପାର୍ଶ୍ବରେ ଥିବା ପମ୍ପ୍ ହାଉସ୍ ଗେଟରେ ଯୋରରେ ବାଡେଇ ହୋଇଥିଲେ। ଘଟଣାସ୍ଥଳରେ ଗୋବିନ୍ଦ ରଣାଙ୍କ ପୁଅ ଦୀପକଙ୍କ ମୃତ୍ୟୁ ଘଟିଥିଲା। ମହେଶ ରଣାଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣାଗ୍ରସ୍ତ ବାଇକ ତଥା ମୃତ୍ୟୁବରଣ କରିଥିବା ଦୀପକଙ୍କ ଶବକୁ ପୁଲିସ ଜବତ କରିଛି। ଶବ ବ୍ୟବଚ୍ଛେଦ ନିମନ୍ତେ କେସିଙ୍ଗା ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇବା ସହ ଗୁରୁତର ଆହତ ହୋଇଥିବା ମହେଶଙ୍କୁ ଚିକିତ୍ସା ନିମନ୍ତେ ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ପୁଲିସ ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ସୂଚନା ଦେଇଛନ୍ତି।  ତେବେ ରାଖି ପୂର୍ଣ୍ଣିମାରେ ଏହି ଅଘଟଣ ପାଇଁ ପରିଚିତ ମହଲରେ ଶୋକର ଛାୟା ଖେଳିଯାଇଛି। 

ରିପୋର୍ଟ: ରୁପ୍ରାରୁ ଅଜୟ ସେନାପତି 

Kalahandi | Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe