ଭଦ୍ରକ: ଭଦ୍ରକ ଟାଉନ ପୁଲିସ ପକ୍ଷରୁ ଅପରେସନ ‘ପ୍ରହାର’ରେ ପୁଣି ଦୁଇ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛନ୍ତି। ଭଦ୍ରକ ଟାଉନ ଥାନାଧିକାରୀଙ୍କ ତତ୍ୱାବଧାନରେ ପୁଲିସର ସ୍ୱତନ୍ତ୍ର ଟିମ ପେଟ୍ରୋଲିଙ୍ଗ ବେଳେ ଭଦ୍ରକ ଚାରିଘରିଆ ଛକ ନିକଟରେ ସନ୍ଦେହ ଜନକ ଭାବେ ଦୁଇ ଜଣଙ୍କୁ ଅଟକାଇବାରୁ ସେମାନଙ୍କ ପାଖରୁ ୧୦,୪୦୦ ଟଙ୍କା ସହ ୧୬.୫ ଗ୍ରାମର ବ୍ରାଉନସୁଗାର ଜବତ କରିଥିଲା ପୁଲିସ ତାହା ସହ ଏକ ମୋବାଇଲ ମଧ୍ୟ ଜବତ କରିଛି ପୁଲିସ। ଅଟକ ଥିବା ଦୁଇ ବ୍ରାଉନସୁଗାର ବେପାରୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି।
ତିନି ଦିନ ପୂର୍ବରୁ ଭଦ୍ରକ ପୁଲିସ ହାତରେ ୫ ବ୍ରାଉନ ଶୁଗର ବେପାରୀଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଭଦ୍ରକରେ ବ୍ରାଉନସୁଗର ବେପାରୀଙ୍କ ଆଡ଼ା ଉପରେ ପୁଲିସ ର ବାରିବର ଚଢଉ ହେଉଥିଲେ ମଧ୍ୟ ଏହି ବେପାରୀଙ୍କ ବେପାରୀ କମିବାରେ ନାହିଁ। ଭଦ୍ରକରେ ଚରମ୍ପା ଅଞ୍ଚଳ, ଜାତୀୟ ରାଜପଥ ର ନୂଆ ବସ୍ଷ୍ଟାଣ୍ଡ, ଗନ୍ଧିପଡ଼ିଆ ସାଳନ୍ଦୀ ନଦୀ ବନ୍ଧ, ଭଦ୍ରକର ବନ୍ତ ଛକ, ଆରଡି ଛକ କେନାଲ ବନ୍ଧ ଏହି ବ୍ରାଉନସୁଗାର ବେପାରୀଙ୍କର ଚରା ଭୂଇଁ ପାଲଟିଛି।
ବ୍ରାଉନ ସୁଗାର ନିଶାରେ ଆଖୁ ପିଛିଲାକେ ଭଦ୍ରକ ଜିଲ୍ଲାରୁ ବିଭିନ୍ନ ସହରର ଛକ ସ୍ଥାନରୁ ମଟର ସାଇକେଲ ଚୋରି ହୋଇଯାଇଥିବା ବେଳେ ଗତ ଏକ ବର୍ଷ ହେବ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳରୁ ବିଭନ୍ନ ଲୋକଙ୍କ ଘରୁ ତାଲା ଭାଙ୍ଗି ବାଇକ ଚିରି ହୋଇଯାଇଥିଲେ ମଧ୍ୟ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଗୋଟିଏ ବି ଚୋରି ବାଇକ ସମ୍ପର୍କରେ ସୁରାକ ପାଇନାହିଁ। କିମ୍ବା ବାଇକ ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇନାହିଁ। ଅନେକ ବାଇକ ଲୁଟେରା ଓ ବ୍ରାଉନ ସୁଗର ବେପାରୀଙ୍କ ଭଦ୍ରକରେ ଖୋଳନ ଖୋଲା ବୁଲୁଥିଲେ ମଧ୍ୟ ପୁଲିସ କାହାକୁ ଗିରଫ କରିବାରେ ସଫଳ ହୋଇନାହିଁ।
Bhadrak
Follow Us