୨୬୦ ଗ୍ରାମ୍‌ର ବ୍ରାଉନସୁଗାର ଜବତ, କୁଖ୍ୟାତ ନିଶା ମାଫିଆର ପୁଅ ଗିରଫ

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୁଲିସ ହାତରେ କୁଖ୍ୟାତ ନିଶା ମାଫିଆ ରାଜପୁର ଗ୍ରାମର ଶେକ ମନତାଜର ପୁଅ ଶେଖ ସାରୁକ। ପଶ୍ଚିମବଙ୍ଗ ରୁ ୨୬୦ ଗ୍ରାମର ବ୍ରାଉନସୁଗାର ଧରି ଜଳେଶ୍ଵର କୁ ଆସୁଥିବା ବେଳେ ମାଡ଼ି ବସିଲା ଜଳେଶ୍ୱର ପୁଲିସ।

Brown sugar seized

Brown sugar seized Photograph: (sambad.in)

ଜଳେଶ୍ୱର: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ପୁଲିସ ହାତରେ କୁଖ୍ୟାତ ନିଶା ମାଫିଆ ରାଜପୁର ଗ୍ରାମର ଶେକ ମନତାଜର ପୁଅ ଶେଖ ସାରୁକ। ପଶ୍ଚିମବଙ୍ଗ ରୁ ୨୬୦ ଗ୍ରାମର ବ୍ରାଉନସୁଗାର ଧରି ଜଳେଶ୍ଵର କୁ ଆସୁଥିବା ବେଳେ ମାଡ଼ି ବସିଲା ଜଳେଶ୍ୱର ପୁଲିସ। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଜଳେଶ୍ବର ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବାଲେଶ୍ୱର ଏସପି ରାଜ ପ୍ରସାଦ।

କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶେକ ମନତାଜର ପୁଅ ହେଉଛି ଶେକ ସାରୁକ। ମନତାଜର ଧଳା ଜହର ସାମ୍ରାଜ୍ୟକୁ ସମ୍ଭାଳୁ ଥିଲା ପୁଅ ଶେଖ ସାରୁକ। ସାରୁକ ଆଜି ଦିନ ୨ ଟା ୩୦ ମିନିଟ୍ ସମୟରେ ପଶ୍ଚିମବଙ୍ଗରୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ଜଳେଶ୍ଵରକୁ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ଅଗ୍ରୱାଲା ବାଇପାସ୍ ନିକଟରେ ପୁଲିସ ଚଢ଼ାଉ କରି ଗିରଫ କରିଛି। ଶେକ ମନତାଜକୁ ପ୍ରାୟ ୫ ବର୍ଷ ପୂର୍ବରୁ ଜଳେଶ୍ୱର ପୁଲିସ ଏନଡିପିଏସ ମାମଲାରେ ଗିରଫ କରିଥିବା ବେଳେ ସେ ସେବେଠାରୁ ଜେଲ୍‌ରେ ରହିଛି।ବାପା ଜେଲକୁ ଯିବାପରେ ପୁଅ ସାରୁକ ହିଁ ସେହି ବ୍ରାଉନସୁଗାର ବା ଧଳା ଜହର ବେପାରର ସାମ୍ରାଜ୍ୟ ଚଳାଇଥିଲା।

କୁଖ୍ୟାତ ବ୍ରାଉନସୁଗାର ମାଫିଆ ଶେକ ମନତାଜର ପୁଅ ହେଉଛି ଶେକ ସାରୁକ। ମନତାଜର ଧଳା ଜହର ସାମ୍ରାଜ୍ୟକୁ ସମ୍ଭାଳୁ ଥିଲା ପୁଅ ଶେଖ ସାରୁକ।ସାରୁକ ଆଜି ଦିନ ୨ଟା ୩୦ ମିନିଟ୍ ସମୟରେ ପଶ୍ଚିମବଙ୍ଗ ରୁ ବିପୁଳ ପରିମାଣର ବ୍ରାଉନସୁଗାର ସହ ଜଳେଶ୍ଵରକୁ ଫେରୁଥିବା ବେଳେ ୬୦ ନମ୍ବର ଜାତୀୟ ରାଜପଥର ଅଗ୍ରୱାଲା ବାଇପାସ୍ ନିକଟରେ ପୁଲିସ ଚଢ଼ାଉ କରି ଗିରଫ କରିଛି।

ପୂର୍ବରୁ ବହୁବାର ପୁଲିସ ହାତରୁ ଖସି ଯାଇଥିଲା ସାରୁକ। ୨୬ଲକ୍ଷ ଟଙ୍କାର ବ୍ରାଉନସୁଗାର ସହ ବାଇକ ଓ ନଗଦ ଟଙ୍କା, ବାଇକ, ଡେବିଟ କାର୍ଡ, ଆଧାରକାର୍ଡ ଜବତ କରିଛି ଜଳେଶ୍ୱର ପୁଲିସ। ସାରୁକ୍ ନାମରେ ପୂର୍ବରୁ ଜଳେଶ୍ଵର ଥାନାରେ ଦୁଇଟି ମାମଲା ଓ ମନତାଜ ନାମରେ ୪ଟି ମାମଲା ରହିଛି। ସାମ୍ବାଦିକ ସମ୍ମିଳନୀରେ ଜଳେଶ୍ୱର ଏସଡିପିଓ ଦିଲ୍ଲୀପ କୁମାର ସାହୁ ଓ ଆଇଆଇସି ଜୟନ୍ତ କୁମାର ବେହେରା ଉପସ୍ଥିତ ଥିଲେ।

 Brown sugar | Balasore

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe