ଚାଲାଣ କରିପାରିଲେନି ୫୧୫ଗ୍ରାମ୍‌ ବ୍ରାଉନ୍‌ସୁଗାର, ୨ ଅଭିଯୁକ୍ତ ଗିରଫ

Advertisment

ରାଜଧାନୀ‌ ଭୁବନେଶ୍ବରରେ ନିଶା ବେପାରୀମାନେ କାୟା ବିସ୍ତାର କରିଛନ୍ତି। ମହାନଗରର ଗଳିକନ୍ଦିରେ ନିଶା ମାଫିଆମାନେ ଚଳପ୍ରଚଳ କରୁଛନ୍ତି। ତେବେ ଏମାନଙ୍କର ଉପରେ ମଧ୍ୟ କମିସନରେଟ ପୁଲିସ ଜନର ରଖିଛି।

ରାଜଧାନୀ‌ ଭୁବନେଶ୍ବରରେ ନିଶା ବେପାରୀମାନେ କାୟା ବିସ୍ତାର କରିଛନ୍ତି। ମହାନଗରର ଗଳିକନ୍ଦିରେ ନିଶା ମାଫିଆମାନେ ଚଳପ୍ରଚଳ କରୁଛନ୍ତି। ତେବେ ଏମାନଙ୍କର ଉପରେ ମଧ୍ୟ କମିସନରେଟ ପୁଲିସ ଜନର ରଖିଛି।

Brown sugar seized

Brown sugar seized Photograph: (sambad.in)

ଭୁବନେଶ୍ବର: ରାଜଧାନୀ‌ ଭୁବନେଶ୍ବରରେ ନିଶା ବେପାରୀମାନେ କାୟା ବିସ୍ତାର କରିଛନ୍ତି। ମହାନଗରର ଗଳିକନ୍ଦିରେ ନିଶା ମାଫିଆମାନେ ଚଳପ୍ରଚଳ କରୁଛନ୍ତି। ତେବେ ଏମାନଙ୍କର ଉପରେ ମଧ୍ୟ କମିସନରେଟ ପୁଲିସ ଜନର ରଖିଛି। କମିସନରେଟ ପୁଲିସ ୨ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ। 

ପୁଲିସ କମିସନରେ ସୁରେଶ ଦେବଦତ୍ତ ସିଂହ କହିଛନ୍ତି, ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ ୫୧୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଆଣିଥିଲେ। ସେମାନେ ଏହାକୁ କୌଣସି ସ୍ଥାନକୁ ଚାଲାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ପୂର୍ବରୁ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ଟିମ୍‌ ଅତର୍କିତ ଭାବେ ମାଡ଼ି ବସିଥିଲା। ସେମାନଙ୍କର ଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। କଟକ ଓ ଭୁବନେଶ୍ୱରକୁ ଆସୁଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ନଜର ଅଛିI 

ବାଲେଶ୍ୱରର ସାହିଲ ମହମ୍ମଦ ଓ ଜାହାଙ୍ଗୀର ମହମ୍ମଦ ୫୧୫ ଗ୍ରାମ୍‌ର ବ୍ରାଉନ୍‌ସୁଗାର ଆଣିଥିଲେ। ସେମାନେ ଏହାକୁ କୌଣସି ସ୍ଥାନକୁ ଚାଲାଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ପୂର୍ବରୁ ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ପୁଲିସ ଟିମ୍‌ ଅତର୍କିତ ଭାବେ ମାଡ଼ି ବସିଥିଲା। ସେମାନଙ୍କର ଠାରୁ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

-ସୁରେଣ ଦେବଦତ୍ତ ସିଂହ, ପୁଲିସ କମିସନ‌ର

ନିଶା ମାଫିଆଙ୍କ ପାଇଁ କମିସନରରେଟ ପୁଲିସ ଏବେ ଜିରୋଟଲରାନ୍ସ ନୀତି ଆପଣେଇଛି। ରାଜଧାନୀରେ ବଢୁଥିବା ଅପରାଧ ଏବଂ ଅପରାଧୀଙ୍କୁ ମୂଳପୋଛ କରିବା ପାଇଁ ଅଣ୍ଟା ଭିଡ଼ିଛି। ଦୀର୍ଘ ଦିନ ଧରି ରାଜଧାନୀରେ ଚାଲିଥିବା ନିଶା କାରବାର ଉପରେ ଚଢ଼ାଉ କରିଛି ସ୍ପେଶିଆଲ କ୍ରାଇମ୍ ୟୁନିଟ ଏବଂ ଇନଫୋସିଟି ଥାନା। ମୁଖ୍ୟତଃ ବିଭିନ୍ନ ପାନ ଦୋକାନରେ ଚଢ଼ାଉ କରିଛି। ଇନଫୋସିଟି ଅଞ୍ଚଳରେ ଅନେକ ଶିକ୍ଷାନୁଷ୍ଠାନ ରହିଛି। ସବୁବେଳେ ଅଭିଯୋଗ ହେଇ ଆସେ ବିଭିନ୍ନ ଶିକ୍ଷାନୁଷ୍ଠାନ ପାଖରେ ଥିବା ଅନେକ ପାନ ଦୋକାନରେ ମାଦକ ଦ୍ରବ୍ୟ ମୁଖ୍ୟତଃ ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି।

Bhubaneswar | Police Commissionerate

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe