୭୨ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅବକାରୀ ସେଟ ଲାଇଟ୍ ୟୁନିଟ ପକ୍ଷରୁ ଆଜି କମର୍ଦ୍ଦା ଥାନା ଅଧିନସ୍ଥ ବାରମାଇଲ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ୭୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି।

Brown sugar seized

Brown sugar seized Photograph: (sambad.in)

ଜଳେଶ୍ୱର/କମର୍ଦ୍ଦା: ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଅବକାରୀ ସେଟ ଲାଇଟ୍ ୟୁନିଟ ପକ୍ଷରୁ ଆଜି କମର୍ଦ୍ଦା ଥାନା ଅଧିନସ୍ଥ ବାରମାଇଲ ପେଟ୍ରୋଲ ପମ୍ପ ନିକଟରେ ଚଢ଼ାଉ କରି ୭୨ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି। ଏହି ମାମଲାରେ ଜଣକୁ ଗିରଫ କରାଯାଇଛି। ଜବତ ବ୍ରାଉନସୁଗର ର ମୂଲ୍ୟ ୭.୨୦ ଲକ୍ଷ ହେବ ବୋଲି ଆକଳନ କରାଯାଇଛି। ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି କସବା କମର୍ଦ୍ଦା ଗ୍ରାମର ଦିବାକର ନାୟକ(୩୦)।

ଅବକାରୀ ସେଟ ଲାଇଟ୍ ୟୁନିଟ୍‌କୁ ମିଳିଥିବା ଏକ ଗୋପନୀୟ ସୂଚନା ଆଧାରରେ ଆଜି ପୂର୍ବାହ୍ନ ୭ଟା ସମୟରେ ଜଳେଶ୍ବର ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥ ପାର୍ଶ୍ବସ୍ଥ ବାରମାଇଲ ଭାରତ ପେଟ୍ରୋଲ ପମ୍ପ ନିକଟରେ ଚଢାଉ କରାଯାଇଥିଲା।ଚଢ଼ାଉ ପରେ ଯାଞ୍ଚ କରାଯିବାରୁ ଦିବାକର ନିକଟରୁ ୭୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି।

ଏନେଇ ସେଟ୍ ଲାଇଟ୍ ଥାନାରେ ୨୦୨/୨୦୨୪-୨୫ ନମ୍ବରର ଏକ ମାମଲା ରୁଜୁ ହୋଇଛି। ସେଟଲାଇଟ୍ ୟୁନିଟ୍ ଇନ୍ସପେକ୍ଟର ଲକ୍ଷ୍ୟ ସାଧବ ପ୍ରଧାନ ଙ୍କ ନେତୃତ୍ବରେ ଏହି ଚଢାଉରେ ଏଏସଆଇ ସଞ୍ଜୀବ କୁମାର ମୁଣ୍ଡା, ସାଲାଇ ହେମ୍ବ୍ରମ, କନେଷ୍ଟବଳ ଜଗବନ୍ଧୁ ବାରିକ ଓ ମଧୁସ୍ମିତା ମହାନ୍ତ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe