କାମାକ୍ଷାନଗର(ରାକେଶ ଦେହୂରୀ): ମା’ଙ୍କୁ ମୋବାଇଲ ଫୋନ୍ରେ ମେସେଜ ପଠାଇଲେ। ପରେ ଫୋନ୍ରେ ମା’ଙ୍କ ସହିତ କଥା ହେଉଥିବା ସମୟରେ ସର୍ଭିସ ବନ୍ଧୁକରେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି। ବିଏସ୍ଏଫ୍ ଯବାନଙ୍କ ମା’ ଏକଥା ମା କହିଛନ୍ତିl ମୃତ ଯବାନ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମାଳପୁରା ଗ୍ରାମର ସୁରେଶ ବିଶ୍ୱାଳ। ସେ କାମାକ୍ଷାନଗର ସହରର ଅନନ୍ତପୁରସାହିରେ ରହୁଥିଲେl
ସୂଚନା ଅନୁସାରେ ସୁରେଶ ଆଜିକୁ ପନ୍ଦର ବର୍ଷ ହେବ ବିଏସ୍ଏଫ୍ରେ ଯବାନ ଭାବେ କାର୍ଯ୍ୟ କରିଆସୁଥିବା ବେଳେ ଏବେ ଜମ୍ମୁ କଶ୍ମୀର ଠାରେ କାର୍ଯ୍ୟ କରୁଥିଲେ l ନଅ ଦିନ ତଳେ ସେ ଘରକୁ ଆସି ଛୁଟି କଟାଇ ଜମ୍ମୁ କଶ୍ମୀର ଯାଇଥିଲେ।
ଆଜି ସନ୍ଧ୍ୟା ସମୟରେ ଡିୟୁଟିରେ ଥିବାବେଳେ ସେ ନିଜ ବନ୍ଧୁକରୁ ଗୁଳି ମାରି ଜୀବନ ହାରିଛନ୍ତି। ସବୁଠାରୁ ବଡ଼କଥା ହେଉଛି ସୁରେଶ ନିଜ ଆତ୍ମହତ୍ୟାର କାରଣ ବିଷୟରେ ତାଙ୍କ ମା’ଙ୍କ ମୋବାଇଲ୍ ଫୋନକୁ ମେସେଜ ପଠାଇଛନ୍ତି। ତାଙ୍କ ଆତ୍ମହତ୍ୟାର କାରଣ କହିଥିବା ମା କହିଛନ୍ତି।
ଏ ବିଷୟରେ କାମାକ୍ଷାନଗର ଥାନାକୁ କୌଣସି ସୂଚନା ମିଳି ନଥିବା ଥାନା ଅଧିକାରୀ ଆଶିଷ କୁମାର ଜେନା କହିଛନ୍ତି। କାହିଁକି ଏଭଳିଆ ଘଟଣା ଘଟିଲା ତାହା ଜଣାପଡ଼ି ନାହିଁ। ପୁଲିସ ତଦନ୍ତ ପରେ ଘଟଣାର ତଦନ୍ତ ଅଧିକ ଜଣାପଡ଼ିବ ବୋଲି ଆଶା କରାଯାଉଛି।
Dhenkanal | BSF
Follow Us