bullock-cart-pulling-ferrari Photograph: (sambad.in)
ମୁମ୍ବାଇ: ଫେରାରି କାରକୁ ସମୁଦ୍ର ବାଲିରୁ ଟାଣି ବାହାର କରୁଛି ଶଗଡ଼ ଗାଡି। ବେଳାଭୂମି ବାଲିରେ ଅଟକି ରହିଥିବା ଏକ ଫେରାରୀକୁ ଶଗଡ଼ ଟାଣିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।
ନୂଆବର୍ଷ ପାଳନ କରିବାକୁ ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ରାୟଗଡ଼ ଓ କୋଙ୍କଣ ବେଳାଭୂମି ବୁଲିବାକୁ ଆସୁଛନ୍ତି। ଧନୀ ଲୋକମାନେ ମଧ୍ୟ ସେମାନଙ୍କର ଦାମୀ ବିଳାସପୂର୍ଣ୍ଣ କାର ସହିତ ସମୁଦ୍ର କୂଳ ପରିଦର୍ଶନ କରିବାକୁ ଆସୁଛନ୍ତି। ମୁମ୍ବାଇର ଆଲିବାଗ ତାଲୁକାରେ ରେଭଡାଣ୍ଡା ବେଳାଭୂମି ପରିଦର୍ଶନ କରିବାକୁ ଆସିଥିବା ପର୍ଯ୍ୟଟକଙ୍କ ବିଳାସପୂର୍ଣ୍ଣ ଫେରାରି କାର ବାଲିରେ ଅଟକି ଯାଇଥିଲା। ସ୍ଥାନୀୟ ଲୋକ ଏବଂ ଏକ ଶଗଡ଼ ଗାଡି ସାହାଯ୍ୟରେ କାରଟି ସମୁଦ୍ର କୂଳରୁ ବାଲିରୁ ବାହାର କରାଯାଇଥିଲା। ଏହି ଭିଡିଓ ୨୯ ଡିସେମ୍ବରର ହୋଇଥିବା ସୂଚନା।
ଆବର୍ଷ ପାଳନ କରିବାକୁ ଦେଶର କୋଣ ଅନୁକୋଣରୁ ପର୍ଯ୍ୟଟକମାନେ ରାୟଗଡ଼ ଓ କୋଙ୍କଣ ବେଳାଭୂମି ବୁଲିବାକୁ ଆସୁଛନ୍ତି। ଧନୀ ଲୋକମାନେ ମଧ୍ୟ ସେମାନଙ୍କର ଦାମୀ ବିଳାସପୂର୍ଣ୍ଣ କାର ସହିତ ସମୁଦ୍ର କୂଳ ପରିଦର୍ଶନ କରିବାକୁ ଆସୁଛନ୍ତି।
ରାୟଗଡ ପୁଲିସ ସମୁଦ୍ର କୂଳରେ କାର ଚଳାଇବାକୁ ବାରଣ କରିଛି ଏବଂ ଏପରି କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୂଚନା ଦେଇଛି।
Follow Us