ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା ବସ୍: ଜଣେ ମୃତ, ୬ ଗୁରୁତର

କିଞ୍ଜିରିକେଲାରୁ ମା ସମଲେଶ୍ବରୀ ଘରୋଇ ବସ ସୁନ୍ଦରଗଡ଼କୁ ଆସୁଥିବା ବେଳେ ତେଲେନଡ଼ିହିରେ ବସଟି ଓଲଟିପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।

accident

accident Photograph: (sambad.in)

ସୁନ୍ଦରଗଡ଼: କିଞ୍ଜିରିକେଲାରୁ ମା ସମଲେଶ୍ବରୀ ଘରୋଇ ବସ ସୁନ୍ଦରଗଡ଼କୁ ଆସୁଥିବା ବେଳେ ତେଲେନଡ଼ିହିରେ ସାମ୍ନା ପଟୁଆସୁଥିବା ବାଇକ ଭାରସାମ୍ୟ ହରାଇ ବସରେ ପିଟି ହେବା ପରେ ବସଟି ମଧ୍ୟ ଭାରସାମ୍ୟ ହରାଇ ରାସ୍ତାରୁ ୧୦ ଫୁଟ ତଳକୁ ଖସିପଡ଼ିଛି। ବସଟି ଓଲଟିପଡ଼ିବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୨୦ରୁ ଉର୍ଦ୍ଧ୍ବ ଆହତ ହୋଇଛି।

ସେମାନଙ୍କ ମଧ୍ୟରୁ ୬ ଗୁରୁତର ଆହତ ହୋଇଛନ୍ତି। ଆହତ ଓ ଗୁରୁତରମାନଙ୍କୁ ସ୍ଥାନୀୟ ଲୋକ ଓ ପୁଲସି ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ବେଳେ ଏବେ ମୃତଦେହକୁ ଉଦ୍ଧାର କରିଵା ପାଇଁ କ୍ରେନର ସହାୟତା ନିଆଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe