ପୂର୍ବତନ ସରପଞ୍ଚଙ୍କ ଉପରେ ଚଢ଼ିଗଲା ଯାତ୍ରୀବାହୀ ବସ୍‌

କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଖୁଡ଼ିଗୁଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ବାଇକ୍‌ ଅରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୋରିଗୁମ୍ମା ନିବାସୀ ପୂର୍ବତନ ସରପଞ୍ଚ ନାରାୟଣ ଯାନୀ।

New Project (17)

ବୋରିଗୁମ୍ମା: କୋରାପୁଟ ଜିଲ୍ଲା ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଖୁଡ଼ିଗୁଡ଼ା ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ବାଇକ୍‌ ଅରୋହୀଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବୋରିଗୁମ୍ମା ନିବାସୀ ପୂର୍ବତନ ସରପଞ୍ଚ ନାରାୟଣ ଯାନୀ।

ସୂଚନା ଅନୁସାରେ ନାରାୟଣ ଯାନୀ କାମରେ ଆଜି ଜୟପୁର ଅଭିମୁଖେ ଯାଉଥିବା ସମୟରେ ସାମନା ପଟୁ ଆସୁଥିବା ଗୁପ୍ତା ନାମକ ଘରେଇ ବସ୍‌ ସହିତ ଖୁଡ଼ିଗୁଡ଼ା ଛକରେ ଧକ୍କା ହେଇଥିଲା। ଏହି ବସ୍‌ଟି ହାଇଦ୍ରାବାଦରୁ ସିନାପାଲି ଯାଉଥିବା ସୂଚନା। 

ଖବର ପାଇ ବୋରିଗୁମ୍ମା ପୁଲିସ ଘଟଣାସ୍ଥଳକୁ ଯାଇ ବାଇକ ଟିକୁ ଜବତ କରିଥିବା ବେଳେ ବସ ଡ୍ରାଇଭର ବସ୍‌ଟିକୁ ନେଇ ଥାନା ସମ୍ମୁଖରେ ରଖି କେଉଁ ଆଡେ ଚମ୍ପଟ ମାରିଥିଲେ। ମୃତ ନାରାୟଣଙ୍କ ଶରୀର ବୋରିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଛି। ସ୍ଥାନୀୟ ଲୋକେ ଥାନା ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥ  ରାସ୍ତାରୋକ କରିଥିଲେ। ରାସ୍ତା ରୋକ ଫଳରେ ଉଭୟ ପାର୍ଶ୍ୱରେ ସହ ଗାଡ଼ି ରହିଥିବା ଦେଖାଯାଇଛି। 

Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe