ନୂଆପଡ଼ା ଉପନିର୍ବାଚନ ପାଇଁ ସରକାରୀସ୍ତରରେ ପ୍ରକିୟା ଆରମ୍ଭ

ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ନୂଆପଡ଼ା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।  

New Project (23)

ଭୁବନେଶ୍ବର: ନୂଆପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପନିର୍ବାଚନ ହେବ। ଏଥି ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ବିଜ୍ଞପ୍ତି ଅନୁସାରେ ନୂଆପଡ଼ା ଆସନରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି।  

ମୁଖ୍ୟ ନିର୍ବାଚନ ଅଧୀକାରୀ (ସିଇଓ)ଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରସ୍ତୁତିରେ କୁହାଯାଇଛି ଯେ, ଚଳିତ ସେପ୍ଟେମ୍ବର ୧୫ ସୁଦ୍ଧା ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଭୋଟରମାନେ ୧୫ ତାରିଖ ସୁଦ୍ଧା ଦାବି ଓ ଆପତ୍ତି କରିପାରିବେ। ସେହିପରି ଆସନ୍ତା ଅକ୍ଟୋବର ୯ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। 

ନୂଆପଡ଼ାରେ ଉପନିର୍ବାଚନ ପାଇଁ ରାଜନୈତିକ ଦଳମାନେ ସକ୍ରିୟ ହୋଇଯାଇଛନ୍ତି। ଏଠାରେ ଗତ ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ବିଜୟ ହାସଲ କରିଥିଲା। ତେଣୁ ବିଜୟ ଧାରା ଜାରି ରଖିବାକୁ ବିଜେଡି ଉଦ୍ୟମ କରିବ। ସେହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଦ୍ବିତୀୟ ଓ କଂଗ୍ରେସ ଚତୁର୍ଥ ସ୍ଥାନରେ ଥିଲେ। ବିଜେପି ତୃତୀୟ ସ୍ଥାନରେ ଥିଲା। ଏବେ ରାଜ୍ୟରେ ବିଜେପି ସରକାର ଥିବାରୁ ଏହି ଆସନରେ ଜିତି ବିଧାନସଭାରେ ନିଜର ସଦସ୍ୟ ସଂଖ୍ୟା ବଢ଼ାଇବାକୁ ଚାହିଁବ।

ନୂଆପଡ଼ା ଉପନିର୍ବାଚନ ପ୍ରସଙ୍ଗରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଳ୍‌ ସିଂ ତୋମାର ଦମ୍ଭୋକ୍ତି ବାଢ଼ିଛନ୍ତି। ଏହି ଉପନିର୍ବାଚନରେ ବିଜେପିର ବିଜୟ ନିଶ୍ଚିତ ବୋଲି ସେ କହିଛନ୍ତି। ନୂଆପଡ଼ାରେ ବିଜେପି ତୃତୀୟ ସ୍ଥାନରେ ଅଛି। କେମିତି ଲଢ଼ିବ ପ୍ରଶ୍ନରେ  ସେ କହିଛନ୍ତି, ରାଜ୍ୟରେ ଆଗରୁ ବିଜେପିର ସ୍ଥିତି କଣ ଥିଲା? ୨୪ ନିର୍ବାଚନରେ ବିଜେପି ଏକାକୀ ଲଢ଼ିବ ଏବଂ ଓଡ଼ିଶାରେ ସରକାର ଗଠନ କରିବ ବୋଲି ପୂର୍ବରୁ କହିଥିଲି। ଓଡ଼ିଶାରେ ବିଜେପି ସରକାର ଗଠନ ହେଲା। ସେହିପରି ୧୬ରୁ ୧୮ ଲୋକସଭା ଆସନରେ ବିଜୟ ହେବ ବୋଲି କହିଥିଲି। ୨୦ ସାଂସଦ ଜିତିଲେ। ତେଣୁ ନୂଆପଡ଼ା ଉପନିର୍ବାଚନରେ ମଧ୍ୟ ବିଜେପି ବିଜୟୀ ହେବ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ-୨୦୨୪ରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ବିଜୟ ହାସଲ କରିଥିଲେ। ଏହି ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝୀ ପରାଜିତ ହୋଇଥିଲେ। ବିଜେପିର ଅଭିନନ୍ଦନ ପଣ୍ଡା ତୃତୀୟ ସ୍ଥାନରେ ଥିଲେ। କଂଗ୍ରେସକୁ ଚତୁର୍ଥ ସ୍ଥାନ ମଳିଥିଲା। ଗତ ୮ ତାରିଖ ଦିନ ରାଜେନ୍ଦ୍ର ଢୋଲକିଆଙ୍କର ମୃତ୍ୟୁ ପରେ ଏଠାରେ ଉପନିର୍ବାଚନ ହେବାକୁ ଯାଉଛି। ଏହି ନିର୍ମାଚନରେ କିଏ ପ୍ରାର୍ଥୀ ହେବେ ସେନେଇ ଯଦିଓ ସ୍ପଷ୍ଟ ହୋଇନାହିଁ। ରାଜ୍ୟର ପ୍ରମୁଖ ରାଜନୈତିକ ଦଳର ନେତାମାନେ ଟିକେଟ ହାତେଇବା ପାଇଁ ପ୍ରୟାସ ଆରମ୍ଭ କରିଦେଇଥିବା ଚର୍ଚ୍ଚା ହେଉଛି। 

Nuapada | election

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe