Atual Prakash Photograph: (sambad.in)
ଭୁବନେଶ୍ବର: ଓଡ଼ିଶାର ମହାଲେଖାକାର ଅତୁଲ ପ୍ରକାଶ ବୁଧବାର ଦିନ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ବିଭିନ୍ନ କ୍ଷେତ୍ରକୁ ନେଇ ସେ ବିସ୍ତୃତ ତଥ୍ୟ ରଖିଛନ୍ତି। ଲଘୁ ଖଣିଜ ପଦାର୍ଥ ଖନନରୁ ପ୍ରାପ୍ତ ରାଜସ୍ବ ଅଣ ଟିକସ ରାଜସ୍ବର ମୁଖ୍ୟ ଉତ୍ସ ବୋଲି ଶ୍ରୀ ପ୍ରକାଶ କହିଛନ୍ତି। ୨୦୧୫-୨୨ ମଧ୍ୟରେ ଲଘୁ ଖଣିଜ ରାଜସ୍ବ ୨୯୬୮.୭୫ କୋଟି ଟଙ୍କାରେ ପହଞ୍ଚିଛି। ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ୫୨୦ ଲଘୁ ଖଣିଜ ଉତ୍ସ ମଧ୍ୟରୁ ୧୪୭ କାର୍ଯ୍ୟକ୍ଷମ ହୋଇପାରିଛି। କିନ୍ତୁ ୩୭୩ ଲଘୁ ଖଣିଜ ଉତ୍ସ କାର୍ଯ୍ୟକ୍ଷମ ହୋଇ ପାରି ନାହିଁ।
ଶ୍ରୀ ପ୍ରକାଶ କହିଛନ୍ତି, ଖଣିଜ କ୍ରୟ ଟ୍ରାଞ୍ଜିଟ୍ ପାସ୍ ନ ଦେବାରୁ ୮୬୪.୪୬ କୋଟି ଟଙ୍କା ରାଜସ୍ବ ବାଟମାରଣା ହୋଇଛି। ଲଘୁ ଖଣିଜ ଚୋରି ରୋକିବା ଓ ଉଚ୍ଛେଦ କାର୍ଯ୍ୟକଳାପ ପ୍ରଭାବହୀନ ଦୃଷ୍ଟିଗୋଚର ହୋଇଛି।
ଖଣି ଲିଜ୍ଧାରୀଙ୍କ ଠାରୁ ୩୯୬୬ କୋଟି ଟଙ୍କା ଆଦାୟ ହୋଇପାରି ନାହିଁ। ସରକାର ଆଦାୟ କରିନଥିବା ସିଏଜି ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନିୟମ ଉଲ୍ଲଂଘନ କରିଥିଲେ ଶତପ୍ରତିଶତ ଜରିମାନା ଆଦାୟ କରାଯିବ। ୧୩୧ ଖଣି ଲିଜ୍ଧାରୀଙ୍କଠାରୁ ୧୯,୧୭୮ କୋଟି ଆଦାୟ ନିର୍ଦ୍ଦେଶ ଥିଲା। ୬ ବର୍ଷ ମଧ୍ୟରେ ୧୯,୧୭୮ କୋଟିରୁ ୩୯୬୬ କୋଟି ଟଙ୍କା ଆଦାୟ ହୋଇଥିଲା। ଅନାଦାୟରେ ସଂପତ୍ତି ଆଟାଚ୍ ନିର୍ଦ୍ଦେଶ ଥିଲେ ବି ଅନୁପାଳକ କରାଯାଇ ନାହିଁ।
Follow Us