candle march in Boudh Photograph: (sambad.in)
ଜହ୍ନାପଙ୍କ: ବୌଦ୍ଧ ବ୍ଲକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ନାରାୟଣନଗରରେ କାଶ୍ମୀରର ପହଲଗାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁବରଣ କରିଥିବା ପର୍ଯ୍ୟଟକମାନଙ୍କ ସ୍ମୁତି ଉଦ୍ଦେଶ୍ୟରେ ଗୁରୁବାର ସନ୍ଧ୍ୟାରେ ନିରବ ପ୍ରାଥନା ଓ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲାl
ଶାନ୍ତି କମିଟି ପକ୍ଷରୁ କରାଯାଇଥିବା ଏହି ନିରବ ପ୍ରାଥନା ଓ କ୍ୟାଣ୍ଡେଲ ଶୋଭାଯାତ୍ରା ନାରାୟଣନଗର ଶ୍ରୀଜଗନ୍ନାଥ ଓ ଶ୍ରୀରାମ ଯୁଗ୍ମ ମନ୍ଦିର ସମ୍ମୁଖରୁ ବାହାରି ଦୈନିକ ବଜାର, ସାହୁଗଲି, ଗଙ୍ଗାଧର ମେହେର ଛକ, ହରିବଂଶ ଛକ ଦେଇ ମନ୍ଦିରରେ ପହଂଚି ଥିଲେl କମିଟିର ଉପଦେଷ୍ଟା ଜଗନ୍ନାଥ ବେହେରାଙ୍କ ତତ୍ଵାବଧାନରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲାl
ଏଥିରେ କମିଟିର ଉପସଭାପତି ନରୋତ୍ତମ ମେହେର, ସମ୍ପାଦକ ବୈଶାଖୁ ବେହେରା, ସମିତି ସଭ୍ୟ ପିଣ୍ଟୁ ମିର୍ଦ୍ଧା, ସଭ୍ୟ ନବକିଶୋର ମେହେର, ରଂଜିତ ମେହେର, ମନୋଜ ମେହେର, ନିତ୍ୟାନନ୍ଦ ମେହେର, ମକର ମେହେର, ଗୋପାଳ ମେହେର, ରାମକୃଷ୍ଣ ମେହେର, ଅଜୁ ମେହେର, ପିଣ୍ଟୁ ମେହେର, ପ୍ରଦୀପ ମେହେର, କୁଶ ମେହେର, ଶେଷ ମେହେର, ରାଜୁ ମେହେର ସହ ସମସ୍ତ ସଦସ୍ୟ ସାମିଲ ହୋଇ ଭାରତ ମାତାଙ୍କ ସ୍ଲୋଗାନ ଦେବା ସହ ପାକିସ୍ତାନ ମୁର୍ଦାବାଦ ବୋଲି ନାରା ଦେଇଥିଲେ l
pahalgam | Boudh
Follow Us