ପୋଲ ତଳକୁ ଖସିଲା କାର୍: ୩ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Advertisment

ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନା କୁଣ୍ଡୁକେଲା ନିକଟ ଏକ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା ଏକ କାର୍। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଲୋକେ  ମସ୍ନିକାନି ଟୋଲପ୍ଲାଜାର ପାଟ୍ରୋଲିଂ ଟିମ୍ ଉଦ୍ଧାର କରି  ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ପଠାଇଛନ୍ତି।

New Project (7)

ସୁନ୍ଦରଗଡ଼: ଆଜି ସକାଳ ପ୍ରାୟ  ୮ଟା ୪୦ରେ ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେ ଭଷ୍ମା ଥାନା କୁଣ୍ଡୁକେଲା ନିକଟ ଏକ ପୋଲ ଉପରୁ ତଳକୁ ଖସି ପଡ଼ିଥିଲା ଏକ କାର୍। ଏଥିରେ କାରଟି ବିଶେଷ କ୍ଷତିଗ୍ରସ୍ତ ହୋଇଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ ସ୍ଥାନୀୟ ଲୋକେ  ମସ୍ନିକାନି ଟୋଲପ୍ଲାଜାର ପାଟ୍ରୋଲିଂ ଟିମ୍ ଉଦ୍ଧାର କରି  ଆମ୍ବୁଲାନ୍ସ ଯୋଗେ ସୁନ୍ଦରଗଡ଼ ବଡ଼ ଡାକ୍ତରଖାନା ପଠାଇଛନ୍ତି।

ଏସିଜେଭି ଭିଆରଏନ୍ କାର୍ ( ଏମଏଚ-୦୭ଏଜି- ୩୪୩୭) ଦ୍ରୁତଗତିରେ ଆସୁଥିବାବେଳେ ଚାଳକଙ୍କ ଆଖି ଲାଗି ଯାଇଥିଲା। ଯାହା ଫଳରେ ସେ ଭାରସାମ୍ଯ ହରାଇଥିଲେ ଓ କାରଟି ପୋଲ ତଳକୁ ଖସି ଯାଇଥିଲା। ଗୁରୁତରଙ୍କ ପରିଚୟ ହସ୍ତଗତ ହୋଇନାହିଁ। ଭଷ୍ମା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ କ୍ରେନ୍ ସହାୟତାରେ ଉଦ୍ଧାର କରିଛି। ଏନେଇ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe