ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା କାର୍: ୩ ଗୁରୁତର, ଗାଡ଼ିରୁ ମିଳିଲା ଦେଶୀ ବନ୍ଧୁକ ଓ ଗୁଳି

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଏକ କାର୍ ଓଲଟିବା ପରେ ସେଥିରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ମିଳିଥିବା ଜଣାଯାଇଛି। ଏଣେ ଏହି ଦୁର୍ଘଟଣାରେ ଜଣେ ନାବାଳକ ସମେତ ୩ ଜଣ ଗୁରୁତର ଏହି ଘଟଣା ସ୍ଥାନୀୟ ଅ୍ଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

xc

 ଉଲୁଣ୍ଡା: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ନିକଟରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଏକ କାର୍ ଓଲଟିବା ପରେ ସେଥିରୁ ଦେଶୀ ବନ୍ଧୁକ ସହ ଜୀବନ୍ତ ଗୁଳି ମିଳିଥିବା ଜଣାଯାଇଛି। ଏଣେ ଏହି ଦୁର୍ଘଟଣାରେ ଜଣେ ନାବାଳକ ସମେତ ୩ ଜଣ ଗୁରୁତର ଏହି ଘଟଣା ସ୍ଥାନୀୟ ଅ୍ଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

ଗତକାଲି ଗତକାଲି ରାତି ପ୍ରାୟ ସାଢେ ୧୧ଟା ସମୟରେଏକ କାର ସୁବର୍ଣ୍ଣପୁର ପଟୁ ସମ୍ବଲପୁରକୁ ଦ୍ରୁତ ଗତିରେ ଯାଉଥିଲା । ଉଲୁଣ୍ଡା ଥାନା ନିକଟସ୍ଥ ମାଟିଖାଇ ନୂଆବସ୍ତିଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ କାର୍ ଓଲଟି ପଡ଼ିଥିଲା l ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ସହ କାରଟି ଓଲଟି ପଡ଼ି ଚୁରମାର ହୋଇଯାଇଥିଲା l 

ଗତକାଲି ବିଳମ୍ବିତ ରାତିରେ ଏକ କାର ସୁବର୍ଣ୍ଣପୁର ପଟୁ ସମ୍ବଲପୁରକୁ ଦ୍ରୁତ ଗତିରେ ଯାଉଥିଲା । ଉଲୁଣ୍ଡା ଥାନା ନିକଟସ୍ଥ ମାଟିଖାଇ ନୂଆବସ୍ତିଠାରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ କାର୍ ଓଲଟି ପଡ଼ିଥିଲା l ଫଳରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବା ସହ କାରଟି ଓଲଟି ପଡ଼ି ଚୁରମାର ହୋଇଯାଇଥିଲା l ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । କାର ଭିତରେ ଥିବା ନାବାଳକ ସମେତ ତିନି ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି । ଆହତ ବ୍ୟକ୍ତିମାନେ ସମ୍ୱଲପୁର ସହରର ବୋଲି ଜଣା ପଡ଼ିଛି । ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ବନ୍ଧୁକ ଏବଂ କିଛି ଗୁଳି  ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି। 

ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ । କାର ଭିତରେ ଥିବା ନାବାଳକ ସମେତ ତିନି ଜଣଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରିଛନ୍ତି । ଆହତ ବ୍ୟକ୍ତିମାନେ ସମ୍ୱଲପୁର ସହରର ବୋଲି ଜଣା ପଡ଼ିଛି । ପୁଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବାବେଳେ ଦୁର୍ଘଟଣାଗ୍ରସ୍ତ କାରରୁ ଏକ ବନ୍ଧୁକ ଏବଂ କିଛି ଗୁଳି  ଜବତ କରିଛି । ଏନେଇ ଅଧିକ ତଦନ୍ତ ଜାରି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe