ଭାରସାମ୍ୟ ହରାଇ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ

ଝାରସୁଗୁଡ଼ା ଜିଲ୍ଲା ଲଇକେରା-ବାଗଡ଼ିହି ମୁଖ୍ୟ ରାସ୍ତାର ଠେଲକୋବୁଡ ନଦୀପୋଲ ନିକଟ ବୁଲାଣୀରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଳ୍ପକେ ବର୍ତ୍ତିଛନ୍ତି କାର ଚାଳକ।

laikera

ଲଇକେରା: ଝାରସୁଗୁଡ଼ା ଜିଲ୍ଲା ଲଇକେରା-ବାଗଡ଼ିହି ମୁଖ୍ୟ ରାସ୍ତାର ଠେଲକୋବୁଡ ନଦୀପୋଲ ନିକଟ ବୁଲାଣୀରେ ଭାରସାମ୍ୟ ହରାଇ ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଅଳ୍ପକେ ବର୍ତ୍ତିଛନ୍ତି କାର ଚାଳକ।

ସୂଚନା ଅନୁସାରେ ଶନିବାର ଦିନ ୨ଟା ସମୟରେ ବାଗଡିହି ନିକଟ ରଙ୍ଗିଆଟିକ୍ରା ଗ୍ରାମର ପଙ୍କଜ ପଟେଲ ନିଜ ୱାଗନାର କାର (ଓଡି ୨୩ ଜି ୬୮୦୩) ରେ ସମ୍ବଲପୁରରୁ ନିଜ ଗାଁକୁ ଫେରୁଥିଲେ। ଠେଲକୋବୁଡ଼ ନଦୀର ପୋଲ ନିକଟରେ ଥିବା ବୁଲାଣିରେ ଭାରସାମ୍ୟ ହରାଇ ରାସ୍ତାକଡକୁ କାରଟି ଓଲଟି ପଡ଼ିଥିଲା।

ସ୍ଥାନୀୟ ଲୋକେ ଚାଳକ ପଙ୍କଜଙ୍କୁ ଉଦ୍ଧାର କରିଥିବା ବେଳେ ପଙ୍କଜ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଲଇକେରା ପୋଲିସ ପହଞ୍ଚି କାରଟିକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

Jharsuguda 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe