ଭୁବନେଶ୍ବର: କଟକରୁ ବିଳମ୍ବିତ ରାତିରେ ସୁଟିଂ ସାରି ନିଜେ କାର୍ ଚଳାଇ ସାରି ଘରକୁ ଫେରୁଥିଲେ ବିଶିଷ୍ଟ ଓଲିଉଡ୍ଅଭିନେତା ଅଶ୍ରୁମୋଚନ ମହାନ୍ତି। ଆଜି ସକାଳୁ ଏକ ସଡ଼କ ଦୁର୍ଘଟଣାର ସାମ୍ନା କରିଛନ୍ତିକାର୍ରେ ଯାଉଥିବା ବେଳେ ସେ ଭୁବନେଶ୍ବରର କଳାଝରି ନିକଟ ଦୟା (ପଶ୍ଚିମ) କେନାଲରେ ଅଘଟଣର ଶିକାର ହୋଇଛନ୍ତିତାଙ୍କର କାର ଆଗକୁ କୁକୁର ଆସି ଯିବାରୁ ଏହି ଅଘଟଣ ଘଟିଛିସେ ନିୟନ୍ତ୍ରଣ ହରାଇ ଥିଲେ ଏବଂ କାର୍ଟି କେନାଲ ଭିତରକୁ ଖସି ପଡ଼ିଛିସୌଭାଗ୍ୟବଶତଃ ସେ ସୁରକ୍ଷିତ ଅଛନ୍ତି

Advertisment

ସୂଚନା ଅନୁଯାୟୀ, ପ୍ରତାପ ନଗରୀରୁ ପଟିଆ ଯିବାବେଳେ ଚଳାଇବାବେଳେ ଭାରସାମ୍ୟ ହରାଇ ପିଟି ହୋଇଥିଲେ ସେକାର୍ କେନାଲ ଭିତରକୁ ଖସିଯାଇଥିଲାଦୁର୍ଘଟଣା ପରେ ଅଶ୍ରୁମୋଚନ ସୁରକ୍ଷିତ ଥିବା ସୂଚନା

୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଶ୍ରୁମୋଚନ

ଆହୁରି ପଢ଼ନ୍ତୁ: ନିଜ ଭାରତୀୟ କ୍ୟାମ୍ପସ୍ ପାଇଁ Scholarship ଘୋଷଣା କଲା ଏହି ବିଦେଶୀ ବିଶ୍ବବିଦ୍ୟାଳୟ 

ଉଲ୍ଲେଖଯୋଗ୍ୟ, ଅଭିନେତା ଅଶ୍ରୁମୋଚନ ମହାନ୍ତି ଶ୍ରୀରାମ ପଣ୍ଡାଙ୍କ ନିର୍ଦ୍ଦେଶିତ ଓଡ଼ିଆ ଛବି ‘କୁରୁକ୍ଷେତ୍ର’ (୧୯୮୮) ଜରିଆରେ ଓଲିଉଡରେ ପାଦ ଥାପିଥିଲେ। ଏହାପରେ ସେ ଦୀର୍ଘ ୩୭ ବର୍ଷ ଧରି ଅଭିନୟ ଜଗତରେ ସକ୍ରିୟ ଅଛନ୍ତି। ତାଙ୍କ ଅଭିନୀତ କେ‌ତେକ ଉଲ୍ଲେଖନୀୟ ଛବି ମଧ୍ୟରେ ରହିଛି ଚକା ଆଖି ସବୁ ଦେଖୁଛି, ଆସୁଚି ମୋ କାଳିଆ ସୁନା, ସୁନାସଂସାର, ସିଂହବାହିନୀ, କିଏ କାହାର, ଧର୍ମ ସହିଲେ ହେଲା, ସୁନାପାଲିଙ୍କି, କାଶିଆ କପିଳା, ସାବିତ୍ରୀ, ମାଗୁଣିର ଶଗଡ଼ ଆଦି। ସେ ଯାତ୍ରା ଜଗତର ଜଣେ ସଫଳ  ନିର୍ଦ୍ଦେଶକ ମଧ୍ୟ। ଅଶ୍ରୁମୋଚନ ମହାନ୍ତି ଅନେକ ଟେଲି ଧାରାବାହିକରେ ବି ଅଭିନୟ କରିଛନ୍ତି। 

ଆହୁରି ପଢ଼ନ୍ତୁ: OSRTC bus-truck accident: ବସ୍ ଓ ଟ୍ରକ୍ ମୁହାଁମୁହିଁ: ତିନିବସ ଯାତ୍ରୀ ଓ ଟ୍ରକ ଡ୍ରାଇଭର ଗୁରୁତର