ଘର ଅଗରେ ଛିଡ଼ା ହୋଇ କଥା ହେଉଥିଲେ ତିନି ମହିଳା, ଚଢ଼ିଗଲା କାର୍‌

ଗଂଜାମ ଜିଲ୍ଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର କେସରାପଲ୍ଲୀ ଛକରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୧୧ଟାରେ ବାରଣ୍ଡାରେ ଛିଡା ହୋଇ କଥା ହେଉଥିବା ବେଳେ ଏକ କାର ବେପରୁଆ ଭାବେ ମାଡ଼ି ଆସି ଧକ୍କା ଦେଇଥିଲା।

aska accident

Aska accident Photograph: (sambad.in)

ଆସିକା: ଗଂଜାମ ଜିଲ୍ଲା ଆସିକା-ଭଞ୍ଜନଗର ମୁଖ୍ୟରାସ୍ତାର କେସରାପଲ୍ଲୀ ଛକରେ ଗତକାଲି ବିଳମ୍ବିତ ରାତ୍ରି ପ୍ରାୟ ୧୧ଟାରେ ବାରଣ୍ଡାରେ ଛିଡା ହୋଇ କଥା ହେଉଥିବା ବେଳେ ଏକ କାର ବେପରୁଆ ଭାବେ ମାଡ଼ି ଆସି ଧକ୍କା ଦେଇଥିଲା। ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ସଂଯୁକ୍ତା ବିଷୋୟୀ।

ପୁଲିସ ଅଭିଯୁକ୍ତ ଡ୍ରାଇଭର ଭଞ୍ଜନଗରର ପି ବାଲାଜି ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଦୁର୍ଘଟଣା ଘଟାଇଥିବା କାର (ଓଡ଼ି ୨୫ ପି ୯୫୯୫)କୁ ଜବତ କରିଥିବା ଥାନା ଅଧିକାରୀ ଶୁଭଲଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି।

ଗତକାଲି ରାତ୍ରି ପ୍ରାୟ ୧୧ ଘଣ୍ଟା ୧୦ ମିନଟ ବେଳେ ତପସ୍ପିନି ପ୍ରଧାନ ଘର ବାହାରକୁ ଆସିଥଲେ। ସଂଯୁକ୍ତା ବିଷୋୟୀ, ନମିତା ବିଷୋୟୀ ଗ୍ରାମର ଶିଶୁଲା ସ୍ଵାଇଁଙ୍କ ବାରଣ୍ଡାରେ ଛିଡା ହୋଇ କଥା ହେଉଥିବା ବେଳେ କାରଟି ଦ୍ରୁତଗତିରେ ଆସି ପ୍ରଥମେ  ତପସ୍ପିନୀଙ୍କୁ ଧକ୍କା ଦେଇଥିଲା ଓ ତାଙ୍କ ପରେ ସଂଯୁକ୍ତା ବିଷୋୟୀ, ନମିତା ବିଷୋୟୀଙ୍କୁ ଧକ୍କା ଦେଇଥିଲା ଦୁର୍ଘଟଣା ଏତେ ଜୋରରେ ଥିଲା ଘଟଣାସ୍ଥଳରେ ସଂଯୁକ୍ତାଙ୍କ ମୃତ୍ୟୁ ହୋଇଥିଲା। ତପସ୍ପିନୀ ଓ ନମିତା ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଆସିକାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ଓ ସେଠାରୁ ଭୁବନେଶ୍ୱର ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

ଏହା ପରେ ଗ୍ରାମବାସୀ ମୃତଦେହକୁ ରଖି ମୃତକ ଓ ଆହତଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ଦାବିରେ ଜାତୀୟ ରାଜପଥ ୧୫୭କୁ କେସରାପଲ୍ଲୀରେ ଅବରୋଧ କରି ରଖିଥିଲେ। ପୁଲିସ ପହଁଚି ଲୋକଙ୍କୁ ବୁଝାସୁଝା କରିବା ପରେ ରୋଡ଼ ଅବରୋଧ ହଟିଥିଲା। ମୃତକଙ୍କ ପୁଅ ଅନିଲ କୁମାର ବିଷୋୟୀଙ୍କ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଗ୍ରାମର ଏହି ଛକ ଏକ ଦୁର୍ଘଟଣା ପ୍ରବଣ ଅଞ୍ଚଳ ପାଲଟିଛି। ଗତ ଦୁଇ ବର୍ଷ ମଧ୍ୟରେ ଏହି ସ୍ଥାନରେ ଦୁର୍ଘଟଣା ଘଟି ବହୁ ଲୋକଙ୍କ ମୃତ୍ୟୁ ହେଲାଣି। ଏଥିପ୍ରତି ଜାତୀୟ ରାଜପଥ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ଦାବି ହୋଇଛି।

ganjam

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe